Home ଓଡ଼ିଶା ପାରାଦ୍ୱୀପରେ ପବନର ବେଗ ବଢୁଛି

ପାରାଦ୍ୱୀପରେ ପବନର ବେଗ ବଢୁଛି

1347

ଭୁବନେଶ୍ୱର/ପାରାଦ୍ୱୀପ: ମହାବାତ୍ୟା ଅମ୍ଫାନ ଏବେ ପାରାଦ୍ୱୀପ ଠାରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ରହିଛି। ଘଣ୍ଟାକୁ ୧୯ କିଲୋମିଟର ବେଗରେ ଏହା ଗତି କରୁଛି। ଏହା ପ୍ରଭାବରେ ପାରାଦ୍ୱୀପରେ ରାତିସାରା ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ପବନ ମଧ୍ୟ ହେଉଛି। ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ପ୍ରାୟ ୭୫ କିଲୋମିଟର ରହିଥିବା ବେଳେ ଏହାର ବେଗ ବଢ଼ି ସକାଳ ପ୍ରାୟ ୮:୩୦ ସମୟରେ ପାରାଦୀପରେ ଏହା ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ଏସଆରସି ଏନେଇ ସୂଚନା ଦେଇଛନ୍ତି। ସେହିପରି ପାରାଦ୍ବୀପରେ ଘଣ୍ଟା ପ୍ରତି ବୃଷ୍ଟିପାତ ୧୧.୦ ମିଲିମିଟର ରେକର୍ଡ କରାଯାଇଥିବା ବେଳେ ସମୁଦାୟ ବୃଷ୍ଟିପାତ ୧୪୪.୧ ମିଲିମିଟର ରେକର୍ଡ କରାଯାଇଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.