Home Top News ଯେତେବେଳେ ସମୟ ଥିଲା ସେତେବେଳେ ୨ ସନ୍ତାନ ଜନ୍ମକଲ, ୨୦ କାହିଁକି କଲ ନାହିଁ? ଆପଣଙ୍କୁ...

ଯେତେବେଳେ ସମୟ ଥିଲା ସେତେବେଳେ ୨ ସନ୍ତାନ ଜନ୍ମକଲ, ୨୦ କାହିଁକି କଲ ନାହିଁ? ଆପଣଙ୍କୁ ଦଶ କିଲୋ, ତାଙ୍କୁ କ୍ୱିଣ୍ଟାଲେ, ଭୁଲ କାହାର? – ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ

168

ନୂଆ ଦିଲ୍ଲୀ ୨୧-୩ (ଓଡ଼ିଆ ପୁଅ) ଫଟା ଜିନ୍ସ, ସର୍ଟ ସ୍କଟ ଉପରେ ବିବୃତ୍ତି ଦେଇ ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିବା ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି ଯେଉଁଥିରେ ବିବାଦ ଉପୁଜିଛି। ରାମନଗରରେ ଅନ୍ତର୍ଜାତୀୟ ଜଙ୍ଗଲ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଏମ୍ ରାୱତ ଲକ୍‌ଡାଉନ୍‌ ସମୟରେ ସରକାର ବଣ୍ଟନ କରିଥିବା ଖାଦ୍ୟ ଶସ୍ୟ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ସରକାର ବଣ୍ଟନ କରୁଥିବା ରାସନକୁ ନେଇ ଲୋକ ଇର୍ଷାପରାୟଣ ହେଉଛନ୍ତି, କହୁଛନ୍ତି ଦୁଇ ସଦସ୍ୟ ବିଶିଷ୍ଟ ପରିବାରକୁ ୧୦ କିଲୋ ରାସନ ଦିଆଯାଉଥିବା ବେଳେ ୨୦ ସଦସ୍ୟ ବିଶିଷ୍ଟ ପରିବାରକୁ କ୍ୱିଣ୍ଟାଲେ ରାସନ ଦିଆଗଲା?

ସେ ଏହି ପ୍ରଶ୍ନ (ଲୋକଙ୍କ ନାଁରେ) ନିଜେ କରି ନିଜେ ଉତ୍ତର ରଖିଲେ। ତାଙ୍କ ବକ୍ତବ୍ୟରେ, ସେ କହିଲେ “ଭାଇ! ଏଥିପାଇଁ କିଏ ଦାୟୀ, ସେ ୨୦ ଟି ସନ୍ତାନ ଜନ୍ମ କରିଛନ୍ତି, ତୁମେ ଦୁଇଟି କରିଛ, ତେଣୁ ସେ ଏକ କ୍ୱିଣ୍ଟାଲ ପାଇବ, ଇର୍ଷା କାହିଁକି? ଯେତେବେଳେ ସମୟ ଥିଲା, ତୁମେ କେବଳ ଦୁଇଟି ସନ୍ତାନ ଜନ୍ମ କଲ, ୨୦ କାହିଁକି ନୁହେଁ? ” ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କୌଣସି ଧର୍ମ କିମ୍ବା ଜାତିର ନାମ ନେଇନଥିଲେ। ତାଙ୍କ ଅଭିଭାଷଣରେ ସେ ଅନ୍ୟ ଏକ ଭୁଲ ମଧ୍ୟ କରି କହିଛନ୍ତି ଯେ, ଭାରତ ୨୦୦ ବର୍ଷ ଧରି ଆମେରିକାର ଦାସ ହୋଇଆସୁଛି।

ସୂଚନାଯୋଗ୍ୟଯେ, ତିରଥଙ୍କ ଦାୟିତ୍ତ୍ୱ ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ସେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଗୁରୁବାର ଦିନ ଜିନ୍ସ ମାମଲା ବିବାଦ ପରେ ତାଙ୍କର ଦ୍ୱିତୀୟ ଭିଡିଓ ଭାଇରାଲ ହେବା ପରେ ବିରୋଧୀଙ୍କ ବିରୋଧର ସ୍ୱର ମଧ୍ୟ ତୀବ୍ର ହୋଇଛି।

ଭିଡିଓରେ ସେ ଶ୍ରୀନଗରର ଝିଅମାନଙ୍କ କାହାଣୀ ବର୍ଣ୍ଣନା କରୁଥିବା ସମୟରେ ଝିଅମାନଙ୍କ ସର୍ଟ ଉପରେ ମନ୍ତବ୍ୟ ଦେଉଥିବା ଶୁଣାଯାଇଥିଲା। ଏହାପୂର୍ବରୁ ସେ ‘ଚିରା ଜିନ୍ସ’ ପିନ୍ଧିଥିବା ମହିଳାଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ମନ୍ତବ୍ୟକୁ ରାଜ୍ୟର ସବୁଆଡେ ବିରୋଧ କରାଯାଇଥିଲା। ତାଙ୍କ ପତ୍ନୀ ଡକ୍ଟର ରଶ୍ମୀ ରାୱତ ତାଙ୍କ ସପକ୍ଷରେ ଆସିଥିଲେ। ସେ କହିଥିଲେଯେ, ଯେଉଁ ପ୍ରସଙ୍ଗରେ ତିରଥ କହିଛନ୍ତି ଏହାର ଭୁଲ ବ୍ୟାଖ୍ୟା କରାଯାଇଛି।

ସୂଚନାଯୋଗ୍ୟଯେ, ମୁଖ୍ୟମନ୍ତ୍ରୀ ତିରଥଙ୍କ ବିବୃତ୍ତି ସମ୍ପର୍କରେ ଡେରାଡୁନ୍, ହରିଦ୍ୱାର ସମେତ ଅନେକ ସହରରେ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲା। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସୋସିଆଲ ମିଡିଆରେ ମଧ୍ୟ ତୀବ୍ର ବିରୋଧ କରାଯାଇଥିଲା। ତିରଥ କହିଥିଲେ ଯେ, ଆଜିର ଯୁବକମାନେ ଆଣ୍ଠୁରେ ଛିଣ୍ଡା ପ୍ୟାଣ୍ଟ ପିନ୍ଧି ନିଜକୁ ବଡ଼ ବାପାଙ୍କ ପୁଅ ବୋଲି ଭାବନ୍ତି। ଝିଅମାନେ ମଧ୍ୟ ଏହିପରି ଢଙ୍ଗରେ ପଛରେ ନାହାଁନ୍ତି। ସେ ତାଙ୍କର ବିମାନ ଯାତ୍ରା ବିଷୟରେ ଉଲ୍ଲେଖ କରିବା ସମୟରେ ଜଣେ ମହିଳା ସହଯାତ୍ରୀ ରିପ୍ଡ ଜିନ୍ସ ପିନ୍ଧିଥିବା ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ। ଏହାପୂର୍ବରୁ, ସିଏମ ତିରଥଙ୍କ ଅନ୍ୟ ଏକ ବିବୃତ୍ତି ପରେ ତାଙ୍କୁ ବିରୋଧୀ ଘେରିଥିଲେ। ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତିରଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରି କହିଥିଲେ ଯେ, ଦିନେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୂଜା କରିବେ। ତାଙ୍କ ବିବୃତ୍ତିକୁ ମଧ୍ୟ ତୀବ୍ର ସମାଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.