Home ଓଡ଼ିଶା କ’ଣ ପାଇଁ ସିନ୍ଧିଆ ଛାଡ଼ିଲେ କଂଗ୍ରେସ ? କାହା ପାଇଁ ଥିଲେ ବିପଦ ? ମଧ୍ୟପ୍ରଦେଶର...

କ’ଣ ପାଇଁ ସିନ୍ଧିଆ ଛାଡ଼ିଲେ କଂଗ୍ରେସ ? କାହା ପାଇଁ ଥିଲେ ବିପଦ ? ମଧ୍ୟପ୍ରଦେଶର ରାଜନୈତିକ ନାଟକ

108

ଭୋପାଳ ୧୧-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ରାଜନୀତିରେ ଆସିଛି ଏକ ହାଇଭୋଲଟେଜ୍ ନୂଆ ରାଜନୈତିକ ଡ୍ରାମା। କଂଗ୍ରେସ ଦଳରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ସଙ୍କଟ ଦେଖାଦେଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମେତ ୨୨ ଜଣ କଂଗ୍ରେସ ସମର୍ଥକ ବିଧାୟକଙ୍କ ଇସ୍ତଫା ଦେଇଥିବା ଜଣାଯାଇଛି। ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ନେତୃତ୍ୱରେ ଥିବା କଂଗ୍ରେସ ସରକାରର ପତନ ମଧ୍ୟପ୍ରଦେଶରେ ହେବାର ଆଶଙ୍କା ରହିଛି। ଏ କ୍ଷେତ୍ରରେ ଯଦି ବିଧାନସଭାର ବାଚସ୍ପତି ସମସ୍ତ ବିଧାୟକଙ୍କ ଇସ୍ତଫା ଗ୍ରହଣ କରନ୍ତି, ତେବେ କଂଗ୍ରେସ ଅଳ୍ପସଂଖ୍ୟକକୁ ଆସିବାକୁ ବାଧ୍ୟ ହେବ ଏବଂ କଂଗ୍ରେସ ସରକାରର ପତନ ହେବା ସୁନିଶ୍ଚିତ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ଦଳର ଶକ୍ତି ବୃଦ୍ଧି ପାଇବ ଏବଂ ସରକାର ଗଠନ କରିବ ବୋଲି ଆଶା କରାଯାଉଛି।

ଇତି ମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ ଭୋପାଳରେ ଦୁଇଟି ଘଟଣା ଘଟିଛି। ପ୍ରଥମେ ବିରୋଧୀ ଦଳର ନେତା ଗୋପାଳ ଭାଗର୍ଭା ଏବଂ ନରୋତ୍ତମ ମିଶ୍ର ବିଧାନସଭା ବାଚସ୍ପତି ଏନପି ପ୍ରଜାପତିଙ୍କ ବାସଭବନରେ ପହଞ୍ଚିଥିଲେ। କଂଗ୍ରେସରୁ ଇସ୍ତଫା ଦେଇଥିବା ୧୯ ଜଣ ବିଧାୟକଙ୍କ ତାଲିକା ବାଚସ୍ପତିଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ୧୯ ଜଣ ବିଧାୟକଙ୍କ ଇସ୍ତଫା ପତ୍ର ପାଇବା ପରେ ବିଧାନସଭାର ବାଚସ୍ପତି ଏନ.ପି ପ୍ରଜାପତି କହିଛନ୍ତି ଯେ ସେ ବିଧାନସଭା ନିୟମ ଅନୁଯାୟୀ ନିଷ୍ପତ୍ତି ନେବେ।

ଦ୍ୱିତୀୟରେ ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ କମଲ ନାଥ କଂଗ୍ରେସ ବିଧାୟକଙ୍କ ଏକ ବୈଠକ ଡାକିଥିଲେ। ଏହି ବୈଠକ ପରେ କଂଗ୍ରେସ ନେତା ପିସି ଶର୍ମା ଏବଂ ଶୋଭା ଓଝା ଦାବି କରିଛନ୍ତି ଯେ କମଲ ନାଥଙ୍କ ସରକାରରେ ସଂଖ୍ୟାଗରିଷ୍ଠତା ରହିଛି। ପିସି ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ବିଧାୟକମାନଙ୍କ ସହ ଧୋକା ହୋଇଛି। ଇସ୍ତଫା ପତ୍ର, ନେତାମାନଙ୍କ ଉପରେ ଚାପ ପ୍ରୟୋଗ କରି ଲେଖାଯାଇଛି। ଶୋଭା ଓଝା କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ୍ ଦେବାକୁ ବିଧାୟକମାନଙ୍କୁ କୁହାଯାଇଥିଲା, ତେଣୁ ତାଙ୍କ ସମର୍ଥନ ନାଁରେ ବାହାନା କରି ବିଧାୟକମାନଙ୍କ ଠାରୁ ଏହି ଦସ୍ତଖତ ନିଆଯାଇଥିଲା। ଏହି ଦସ୍ତଖତକୁ ଇସ୍ତଫା ରୂପେ ଉପସ୍ଥାପିତ କରାଯାଇଛି।

ଅପର ପକ୍ଷେରେ, ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କମଲ ନାଥ, ବିଦ୍ରୋହୀ ବିଧାୟକଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। କମଲ ନାଥ, କର୍ଣ୍ଣାଟକରେ ଉପସ୍ଥିତ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ସାଜନ ସିଂ ବର୍ମାଙ୍କ ସମେତ ତିନିଜଣ ମନ୍ତ୍ରୀଙ୍କୁ କର୍ଣ୍ଣାଟକକୁ ପଠାଇବେ ବୋଲି ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି।

ଶୋଭା ଓଝା କହିଛନ୍ତି ଯେ କମଲ ନାଥଙ୍କ ସରକାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ବିଧାନସଭାରେ ଫ୍ଲୋର ଟେଷ୍ଟ ସମୟରେ କଂଗ୍ରେସ ବିଧାୟକମାନେ କେବଳ କମଲ ନାଥ ସରକାରଙ୍କ ସମର୍ଥନରେ ଭୋଟ୍ ଦେବେ। ଏହି ବୈଠକରେ ୯୪ ରୁ ଅଧିକ ବିଧାୟକ ପହଞ୍ଚିଥିଲେ ବୋଲି ଶୋଭା ଓଝା କହିଥିଲେ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏହି ବୌଠକରେ କେବଳ ୮୮ କଂଗ୍ରେସ ବିଧାୟକ ସାମିଲ ଥିଲେ ଏବଂ ସମାଜ ବାଦୀ ପାର୍ଟି କିମ୍ବା ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ସାମିଲ ନଥିଲେ।

ଶୋଭା ଓଝା କହିଛନ୍ତିଯେ, ବିଧାନସଭାରେ ଫ୍ଲୋର ଟେଷ୍ଟ ସମୟରେ ସିଏମ କମଲ ନାଥ ସମସ୍ତ ବିଧାୟକଙ୍କୁ ନିର୍ଭୟରେ ଏକଜୁଟ ହୋଇ ଭୋଟ୍ ଦେବାକୁ କହିଛନ୍ତି। କଂଗ୍ରେସ ବିଧାୟକମାନଙ୍କୁ କୌଣସି ସ୍ଥାନରେ ଏକତ୍ର ରଖାଯିବ ନାହିଁ ବୋଲି କମଲ ନାଥ ସ୍ପଷ୍ଟ କରିଛନ୍ତି ବୋଲି ଶୋଭା ଓଝା କହିଛନ୍ତି।

ଶୋଭା ଓଝା କହିଛନ୍ତି ଯେ ଯଦି ଜଣେ ବିଧାୟକ ନିଜେ ଇସ୍ତଫା ପତ୍ର ଲେଖି ଏହାକୁ ବାଚଷ୍ପତିଙ୍କ ପାଖରେ ଦାଖଲ ନକରନ୍ତି, ତେବେ ଏହାକୁ ବିଚାରକୁ ନିଆଯିବ ନାହିଁ।

ସୂତ୍ରରୁ ପ୍ରକାଶ ଯେ, ଆଜି ସିନ୍ଧିଆ, ତାଙ୍କ ସମର୍ଥକ ଏବଂ ଅନେକ କଂଗ୍ରେସ ବିଧାୟକଙ୍କ ସହ ବିଜେପିରେ ଯୋଗ ଦେବେ। ସୂତ୍ର ଅନୁଯାୟୀ ବିଜେପିରେ ଯୋଗଦେବା ପୂର୍ବରୁ ସିନ୍ଧିଆ ଗ୍ୱାଲିଅରରେ ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରିପାରନ୍ତି।

ଏଠାରେ ସୂଚନାଯୋଗ୍ୟଯେ, ୨୦୧୮ ରେ ହୋଇଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ରାଜ୍ୟର ୨୩୦ ଟି ବିଧାନସଭା ଆସନ ମଧ୍ୟରୁ ୧୧୪ ଟି ଜିତିଥିବାବେଳେ ଭାରତୀୟ ଜନତା ପାର୍ଟି ୧୦୯ ଟି ଆସନ ଜିତିଛି। ତେବେ କଂଗ୍ରେସ ଦଳକୁ ୨ଜଣ ବିଏସପି, ଜଣେ ଏସପି ଏବଂ ୪ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ କରିଥିଲେ, ଯାହା ଫଳରେ ରାଜ୍ୟରେ ୧୨୦ ଜଣ ବିଧାୟକଙ୍କ ସହ କଂଗ୍ରେସ ସରକାର ଗଠନ କରିଥିଲା।

କିନ୍ତୁ ବର୍ତ୍ତମାନ ୨୨ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେଇଥିବା ରିପୋର୍ଟରୁ ଜଣାପଡ଼ିଛି। ବିଏସପି ଏବଂ ଏସପିଙ୍କ ୧-୧ ବିଧାୟକ ମଧ୍ୟ ବିଜେପି ନେତା ଶିବରାଜ ସିଂ ଚୌହାନଙ୍କୁ ଭେଟିଛନ୍ତି।

ଯଦି ୨୨ ଜଣ କଂଗ୍ରେସ ବିଧାୟକ ଇସ୍ତଫା ଦିଅନ୍ତି ଏବଂ ସେମାନଙ୍କ ଇସ୍ତଫା ବୈଧ ହୁଏ, ତେବେ ବିଧାନସଭାର ସଂଖ୍ୟା ଗରିଷ୍ଠତା ୧୧୫ ରୁ ୧୦୪ କୁ ଖସିଯିବ। କଂଗ୍ରେସ ଦଳରୁ ୨୨ ଜଣ ବିଧାୟକଙ୍କ କମ ହେବା ସହିତ ସରକାର ଅଳ୍ପମତକୁ ଆସିଯିବ। ବିଜେପିରେ ବର୍ତ୍ତମାନ ୧୦୭ ଜଣ ବିଧାୟକ ଅଛନ୍ତି। ଏହା ଫଳରେ ବିଜେପିକୁ ସହଜରେ ସରକାର ଗଠନ କରିପାରିବ। ଏତଦ୍ ବ୍ୟତୀତ ବସପା, ସପା ଏବଂ ସ୍ୱାଧିନ ବିଧାୟକମାନେ ପଟ ପରିବର୍ତ୍ତନ କରିପାରନ୍ତି। ଯଦି ଏହା ହୁଏ ତେବେ ବିଜେପିର ଶକ୍ତି ଆହୁରି ବଢ଼ିଯିବ।

ସିନ୍ଧିଆ କଂଗ୍ରେସ ଛାଡ଼ିଲେ କାହିଁକି ?
ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଦେଇ କଂଗ୍ରେସ ଛାଡିଛନ୍ତି। ଏହାପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆନୁଷ୍ଠାନିକ ଭାବେ ସାକ୍ଷାତ କରିଛନ୍ତି। ସିନ୍ଧିଆ ଅମିତ ଶାହାଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି। ତେବେ ଏହା ପ୍ରାୟତଃ ସ୍ଥିର ଜଣାପଡ଼ୁଛିଯେ, ସିନ୍ଧିଆ ବିଜେପିରେ ଯୋଗ ଦେଉଛନ୍ତି। ରାହୁଲ ଗାନ୍ଧୀଙ୍କ ଜଣେ ଘନିଷ୍ଠ ଯୋଦ୍ଧା ଥାବା ଜ୍ୟୋତିରାଦିତ୍ୟ କାହିଁକି କଂଗ୍ରସ ଛାଡ଼ିଲେ ଏକ ପ୍ରଶ୍ନବାଚୀ ନିଶ୍ଚିତ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ଇତି ମଧ୍ୟରେ କିଛି ତଥ୍ୟ ଆମମାନଙ୍କୁ ଜାଣିବା ଆବଶ୍ୟକ।
୧. ଗାନ୍ଧୀ ପରିବାର ସିନ୍ଧିଆଙ୍କୁ କଂଗ୍ରେସରୁ ବିଜେପିକୁ ଯିବାକୁ ପରୋକ୍ଷ ଭାବରେ ବାରଣ କଲା ନାହିଁ କାହିଁକି?
୨. ମଧ୍ୟପ୍ରଦେଶରେ ରାଜନୈତିକ ସଂକଟର କେନ୍ଦ୍ରସ୍ଥଳଥିବା ୧୯ ଜଣ ବିଧାୟକଙ୍କୁ ବାଙ୍ଗାଲୁରୁରେ ରଖାଯାଇ ସରକାର ବିପଦରେ ପଡ଼ିଥିଲେ ମଧ୍ୟ ଦଳ ଶୋଇଥିଲା କାହିଁକି?
୩. ତେବେ ସିନ୍ଧିଆ କ’ଣ ଚାହୁଁଥିଲେ?
୪. କ’ଣ ୨୦୧୯ ରେ ସିନ୍ଧିଆ ନିଜର ପାରମ୍ପରିକ ଆସନ ଗୁନାରୁ ନିର୍ବାଚନ ହାରିଯିବା ପରେ ମଧ୍ୟପ୍ରଦେଶରେ ଦଳ ସହ ଜଡିତ ନିଷ୍ପତ୍ତି ନେବାକୁ ସିନ୍ଧିଆ ଅଲଗା ହୋଇଥିଲେ?
୫. କ’ଣ ସିନ୍ଧିଆ ମଧ୍ୟପ୍ରଦେଶ କଂଗ୍ରେସ ପ୍ରମୁଖ ହେବାକୁ ଚାହୁଁଥିଲେ? ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ? ଏବଂ ଏହା ସମ୍ଭବ ହୋଇପାରିଲା ନାହିଁ?
୬. କ’ଣ ସିନ୍ଧିଆ ଗାନ୍ଧୀ ପରିବାର, ବିଶେଷ କରି ରାହୁଲଙ୍କ ପାଇଁ ବିପଦ ଥିଲେ? ସେଥିପାଇଁ କଂଗ୍ରେସ ଚାହୁଁନଥିଲା?
୭. କ’ଣ ସିନ୍ଧିଆଙ୍କ ବ୍ୟକ୍ତିଗତ ରାଜନୈତିକ ସ୍ୱାର୍ଥ ସିନ୍ଧିଆଙ୍କୁ ବିଜେପି ଆଡ଼କୁ ଭିଡ଼ିନେଲା?
ତେବେ ଉପରୋକ୍ତ ପ୍ରଶ୍ନଗୁଡ଼ିକୁ ପୁଙ୍ଖାନୁପୁଙ୍ଖଭାବେ ତର୍ଜମା କଲେ ଜଣାଯାଏଯେ, ସିନ୍ଧିଆଙ୍କର ଦୁଇ ରାଜନୈତିକ ଶତ୍ରୁ କମଲ ନାଥ ଏବଂ ଦିଗବିଜୟ ସିଂ ତାଙ୍କ ବିରୁଦ୍ଧରେ ଏକଜୁଟ ହେଉଥିଲେ। ଅନେକ ଥର ସିନ୍ଧିଆ ଏହାର ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସହିତ ସିନ୍ଧିଆ ଲକ୍ଷ୍ୟ କରୁଥିଲେଯେ, ତାଙ୍କ ରାଜ୍ୟରେ ତାଙ୍କର ସ୍ଥିତି ହ୍ରାସ ପାଉଛି କାରଣ କଂଗ୍ରେସ ହାଇକମାଣ୍ଡ ଅର୍ଥାତ୍ ଗାନ୍ଧୀ ପରିବାର ଏଥିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ।

ଅନ୍ୟ ପକ୍ଷରେ ସିନ୍ଧିଆ ମଧ୍ୟପ୍ରଦେଶ କଂଗ୍ରେସର ପ୍ରମୁଖ ହେବାକୁ ଚାହୁଁଥିଲେ (ଏବେ କମଲନାଥ ଅଛନ୍ତି) ଏହା ସହିତ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବାକୁ ଚାହୁଁଥିଲେ। ଏହାକୁ ଖାରଜ କରିବା ପାଇଁ କମଲ ନାଥ ଏବଂ ଦିଗବିଜୟ ସିଂ ଯଥାସମ୍ଭବ ଚେଷ୍ଟା କରିଥିଲେ। ଦିଗବିଜୟ ସିଂଙ୍କ ନିର୍ଦ୍ଦେଶରେ କମଲ ନାଥ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କୁ ରାଜ୍ୟସଭା ଆସନ ଦେଇ ଗାନ୍ଧୀ ପରିବାରକୁ ଖୁସି କରିବାକୁ କାର୍ଡ ଖେଳିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ହାଇକମାଣ୍ଡ ଶୁଣାଣି କରିବାକୁ ସିନ୍ଧିଆ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ତାହା ହୋଇପାରିଲା ନାହିଁ ଏବଂ ତା’ପରେ ବିଜେପି ତାଙ୍କ ପାଇଁ ପ୍ରକୃତ ବିକଳ୍ପ ଭାବରେ ଉଭା ହେଲା। ସୋନିଆ ଗାନ୍ଧୀଙ୍କ କୌଣସି ପ୍ରତିକ୍ରିୟା ନ ଥିବାରୁ ରାଜ୍ୟସଭା ପାଇଁ ନାମାଙ୍କନ ତାରିଖ ପାଖେଇ ଆସିଲା। ସିନ୍ଧିଆ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ। ଖବର ଅନୁଯାୟୀ କେବଳ ରାଜ୍ୟସଭା ନୁହେଁ ତାଙ୍କୁ କ୍ୟାବିନେଟରେ ବିଜେପି ତରଫରୁ ସ୍ଥାନ ପ୍ରଦାନ କରାଯିବା ଖବର ଆସୁଛି। ସେଥିପାଇଁ ସିନ୍ଧିଆ ବିଜେପି ପ୍ରତି ଆକୃଷ୍ଟ ହେବାର କୁହାଯାଇପାରେ। ଏଥିପାଇଁ ଯେପର୍ଯ୍ୟନ୍ତ ସିନ୍ଧିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବ୍ୟକ୍ତିଗତ ପ୍ରତିଶ୍ରୁତି ନ ପାଇଛନ୍ତି ସେ ପର୍ଯ୍ୟନ୍ତ କଥା ଆଗକୁ ବଢ଼ୁନଥିଲା ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି ବିବେଚନା କରାଯାଉଥିବାରୁ, ବିଜେପି, ନିକଟରେ ମହାରାଷ୍ଟ୍ର ଏପିସୋଡ୍ ରୁ ସନ୍ଦେହ କରିବା କଥାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଅଜିତ ପାୱାରଙ୍କ ପରି ଏପିସୋଡ୍ କୁ ପୁନଃ ମଧ୍ୟପ୍ରଦେଶରେ ଦୋହରାଇବାକୁ ଚାହୁଁ ନଥିଲା ଦଳ।

ଅନ୍ୟ ଏକ ପ୍ରମୁଖ କଥା ହେଉଛି ଯେଉଁ ସମସ୍ତ ଯୁବ ନେତାଙ୍କ ପାଖରେ ସମର୍ଥନ ଆଧାର ଅଛି, ସେମାନେ ରାହୁଲ ଗାନ୍ଧୀଙ୍କ ପାଇଁ ବିପଦ ବୋଲି ଦେଖାଯାଏ। ଗାନ୍ଧୀ ପରିବାରଙ୍କ ନେତୃତ୍ୱରେ କଂଗ୍ରେସ ଦୁଇଟି ଲୋକସଭା ନିର୍ବାଚନରେ ​​ହାରିଛି। ରାହୁଲଙ୍କ ରିଟର୍ଣ୍ଣ ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.