Home Top News କିଏ ହେବ ଭୁବନେଶ୍ୱର ମେୟର୍ ବିଜେପି ପାର୍ଥି: ଚର୍ଚ୍ଚାରେ ଲେଖାଶ୍ରୀ!

କିଏ ହେବ ଭୁବନେଶ୍ୱର ମେୟର୍ ବିଜେପି ପାର୍ଥି: ଚର୍ଚ୍ଚାରେ ଲେଖାଶ୍ରୀ!

86

ଭୁବନେଶ୍ୱର: ଭୁବନେଶ୍ୱର ମେୟର୍ ପଦବୀ ପାଇଁ ବିଜେପିରୁ କିଏ ହେବ ପାର୍ଥି? ବିଜେଡିର କିଛି ସମ୍ଭାବ୍ୟ ପାର୍ଥିନୀଙ୍କ ନାମ ଚର୍ଚ୍ଚାକୁ ଆସିଥିବା ବେଳେ ବିଜେପିରୁ ମଧ୍ୟ କିଛି ସମ୍ଭାବ୍ୟ ପାର୍ଥିନୀଙ୍କ ନାମକୁ ନେଇ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି। ଏଥିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ଚର୍ଚ୍ଚାରେ ସର୍ବାଗ୍ରେ ରହିଛି। ଲେଖାଶ୍ରୀଙ୍କ ବ୍ୟତୀତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶିକ୍ଷାବିତ୍ ଚିତ୍ରଲେଖା ମହାନ୍ତି, ପୂର୍ବତନ ଡେପୁଟି ମେୟର୍ ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ଅନୁ ଚୌଧୁରୀ ଏବଂ ଆଉ ଏପରି କିଛି ନାମକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ଅବଶ୍ୟ ଏମିତି କେତେଜଣ ଅଛନ୍ତି, କେବଳ ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ନିଜ ନାମକୁ ପ୍ଲାଣ୍ଟ୍ କରାଉଛନ୍ତି। କିଛି ନେତାଙ୍କ ପତ୍ନୀଙ୍କ କଥା ମଧ୍ୟ ଆଲୋଚନା ହେଉଛି। ଏଥି ସହିତ ‘ଅଜିତା ବ୍ରାଣ୍ଡ’ର କେତୋଟି ନାମ ମଧ୍ୟ ଅପରାଜିତାଙ୍କ ଆଙ୍ଗଲରୁ ଆଲୋଚନାରେ ରହିଛି। ଏମିତିରେ ବିଜେଡି ସହିତ ଲଢ଼େଇ ପର କଥା, ମେୟର୍ ପାର୍ଥି ଚୟନକୁ ନେଇ ଧର୍ମେନ୍ଦ୍ର – ଅପରାଜିତା ମଧ୍ୟରେ ଟକ୍କର ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି।ତେବେ, ଲେଖାଶ୍ରୀଙ୍କୁ ଭୁବନେଶ୍ୱର ମେୟର ପାର୍ଥି କରାଗଲେ ଦଳ ଭିତରେ ବଡ଼ ଅସନ୍ତୋଷ ଦେଖାଦେବାର କୁହାଯାଉଛି। କାରଣ ଓଡ଼ିଶା ବିଜେପିରେ ଲେଖାଶ୍ରୀଙ୍କୁ ଏବେ ବହୁ ଗୁରୁତ୍ୱ ଦିଆଯାଉଛି। ସାଧାରଣ ସମ୍ପାଦିକା ହୋଇଥିଲେ ମଧ୍ୟ ସତେ ଯେପରି ସେ କାର୍ଯ୍ୟକାରୀ ସଭାପତି ଭଳି ଆଚରଣ ପ୍ରକଟ କରୁଛନ୍ତି। ସେ ଏକାଧାରରେ ସାଧାରଣ ସମ୍ପାଦିକା, ପ୍ରବକ୍ତା, ମହିଳା, ଯୁବ, କୃଷକ ଆଦି ପ୍ରତ୍ୟେକ ମୋର୍ଚ୍ଚାର ପ୍ରଭାରୀ ଭଳି ହକ୍ ଜାହିର କରୁଛନ୍ତି। ଏହାକୁ ନେଇ ଦଳ ଭିତରେ ଅନେକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ମଧ୍ୟ ନିଜକୁ ମୁଣ୍ଡିଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ତାଙ୍କ ପ୍ରତି ସମର୍ଥନ ରହିଛି ଭାବି ସଭିଏଁ ଡରିମରି ଚୁପ୍ ରହୁଛନ୍ତି। ପ୍ରାୟ ପ୍ରତ୍ୟେକ ପ୍ରମୂଖ ଘଟଣା ଉପରେ ବିଜେପି ପକ୍ଷରୁ ମିଡିଆରେ ଲେଖାଶ୍ରୀ ହିଁ ପ୍ରତିକ୍ରିୟା ରଖନ୍ତି। ଯଦି ବା ଲେଖାଶ୍ରୀଙ୍କ ଅନୁପସ୍ଥିତରେ ଆଉ କେହି କେତେବେଳେ କୌଣସି ପ୍ରସଙ୍ଗ ଉପରେ ମତ ରଖିଦିଅନ୍ତି, ଲେଖାଶ୍ରୀ ବୋଧେ ହଜମ କରିପାରନ୍ତିନି। ସେ ପୁଣି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଦିଅନ୍ତି। ରାଜ୍ୟର ଅନ୍ୟାନ୍ୟ ପଦାଧିକାରୀ ଏପରିକି ଖୋଦ୍ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ଲେଖାଶ୍ରୀଙ୍କ ଉପସ୍ଥିତିରେ ନ୍ୟୁନ ଅନୁଭବ ହୁଅନ୍ତି। ନିକଟରେ ପୁଣି ଲେଖାଶ୍ରୀଙ୍କୁ ଏକ ସଂସ୍ଥାରେ ଡାଇରେକ୍ଟର କରି ଦିଆଯାଇଛି। ଆଉ ଏବେ ପୁଣି ଭୁବନେଶ୍ୱର ମେୟର୍ ପଦବୀ ପାଇଁ ବିଜେପିର ସମ୍ଭାବ୍ୟ ପାର୍ଥି ଭାବରେ ଲେଖାଶ୍ରୀଙ୍କ ନାମ ଆଲୋଚନା ହେବାକୁ ଦଳରେ ଅନେକ ଗ୍ରହଣ କରିନପାରି କୁହାକୁହି ହେଉଛନ୍ତି, ଓଡ଼ିଶା ବିଜେପିର ଏ’ କି ନୀତି? “ଯିଏ ପଖାଳ ଖାଇଛି ସେ ଗରମ ଖାଉ, ଯିଏ କିଛି ନଖାଇଛି ସେ ଗାଧୋଇ ଯାଉ”!
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.