Home Coronavirus Outbreak ଲକଡାଉନ୍ ୫.୦ ନିର୍ଦ୍ଦେଶାବଳୀ – ଏହି କାର୍ଯ୍ୟକଳାପ ଗୁଡ଼ିକୁ ଅନୁମତି ପଢ଼ନ୍ତୁ ତାଲିକା

ଲକଡାଉନ୍ ୫.୦ ନିର୍ଦ୍ଦେଶାବଳୀ – ଏହି କାର୍ଯ୍ୟକଳାପ ଗୁଡ଼ିକୁ ଅନୁମତି ପଢ଼ନ୍ତୁ ତାଲିକା

1196

ନୂଆଦିଲ୍ଲୀ ୩୦-୫ (ଓଡ଼ିଆ ପୁଅ) ଜୁନ୍ ପହିଲାରୁ ଆରମ୍ଭ ହେବ ଲକ୍ଡାଉନ୍ ୫.୦ ନିୟମ। ଏ ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଶନିବାର ସନ୍ଧ୍ୟାରେ ଜାରି କରାଯାଇଛି ନିର୍ଦ୍ଦେଶାବଳୀ। କେନ୍ଦ୍ର ସରକାର ଦେଶବ୍ୟାପୀ ତାଲାବନ୍ଦକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାର୍ଚ୍ଚ ୨୫ ରେ ଏହି ଲକଡାଉନ୍ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ବନ୍ଦ ରହିଥିବା କିଛି କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ସେଥିପାଇଁ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ ପୁନଃ କେତେକ କାର୍ଯ୍ୟକଳାପକୁ ପର୍ଯ୍ୟାୟକ୍ରମେ ଖୋଲାଯିବ କିମ୍ବା ଲାଗୁ କଟକଣାରେ କୋହଳ କରାଯିବ କିମ୍ବା କଟକଣାକୁ ସସର୍ତ୍ତ ହଟାଯିବ।

ତେବେ ଜାଣନ୍ତୁ କେଉଁ କେଉଁ କାର୍ଯ୍ୟକଳାପକୁ ମିଳିବ ଅନୁମତି
ଜୁନ୍ ୧ ରୁ ଅନୁମତି ପ୍ରାପ୍ତ କାର୍ଯ୍ୟକଳାପର ତାଲିକା

୧- ଇ-ପାସ୍ ବିନା ଲୋକମାନଙ୍କୁ ଆନ୍ତଃରାଜ୍ୟ ଚଳାଚଳ ପାଇଁ ଅନୁମତି।
୨- ଯାନଗୁଡିକର ଆନ୍ତଃରାଜ୍ୟ ଚଳାଚଳକୁ ମିଳିବ ଅନୁମତି।
୩- ବାଣିଜ୍ୟ ପାଇଁ ଯେକୌଣସି ପ୍ରକାରର ସାମଗ୍ରୀ ଏବଂ ମାଲ ପରିବହନକୁ ଅନୁମତି।
୪- ନାଇଟ୍ କର୍ଫ୍ୟୁ ସମୟରେ କୋହଳ – ବର୍ତ୍ତମାନ ରାତି ୯ ଟାରୁ ୫ ଟା ମଧ୍ୟରେ ପାଳନ କରାଯିବ।

ସର୍ତ୍ତ – ଗୋଟିଏ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଜନସ୍ୱାସ୍ଥ୍ୟ କାରଣକୁ ଆଧାର କରି ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇପାରିବେ, ଯଦି ଏହି ପ୍ରତିବନ୍ଧକ ଏବଂ ଅନୁସରଣ କରାଯିବାକୁ ଥିବା ପ୍ରକ୍ରିୟା ସମ୍ବନ୍ଧରେ ଆଗୁଆ ପ୍ରଚାର କରାଯାଇଥାଏ।

– ଅନଲକ୍ ୧
ଜୁନ୍ ୮ ରୁ ଅନୁମତି ମିଳିବାକୁ ଥିବା କାର୍ଯ୍ୟକଳାପର ତାଲିକା

୧- ମନ୍ଦିର, ମସଜିଦ, ଗୁରୁଦ୍ୱାରା ଏବଂ ଚର୍ଚ୍ଚ ପରି ଧାର୍ମିକ ସ୍ଥାନ।
୨- ସପିଂ ମଲ୍
୩- ହୋଟେଲ ଏବଂ ରେଷ୍ଟୁରାଣ୍ଟ
୪- ଅବଶିଷ୍ଟ ଆତିଥ୍ୟ କ୍ଷେତ୍ର।

ସର୍ତ୍ତ – ଉପରୋକ୍ତ ସ୍ଥାନଗୁଡିକର ପୁନଃ ଖୋଲିବା ପାଇଁ ସାମାଜିକ ଦୂରତା ନିୟମ ଏବଂ ଅନ୍ୟାନ୍ୟ ନିୟାମକ ପଦକ୍ଷେପ ଦ୍ୱାରା ପରିଚାଳିତ ହେବ ଯାହା ଖୁବ ଶୀଘ୍ର କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ପାଇବ।

– ଅନଲକ୍ ୨

କାର୍ଯ୍ୟକଳାପର ତାଲିକା ଯାହାକି ଜୁଲାଇରେ ଅନୁମତି ମିଳିପାରେ

୧- ବିଦ୍ୟାଳୟ ଏବଂ କଲେଜ
୨- ଶିକ୍ଷାନୁଷ୍ଠାନ
୩- ତାଲିମ ପ୍ରଦାନ କରୁଥିବା ପ୍ରତିଷ୍ଠାନ
୪- କୋଚିଂ ସଂସ୍ଥାନ

ସର୍ତ୍ତ- ଉପରୋକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନଃ ଖୋଲିବା ଉପରେ ନିଷ୍ପତ୍ତି ଜୁଲାଇରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସହିତ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ।

– ଅନଲକ୍ ୩

କାର୍ଯ୍ୟକଳାପର ତାଲିକା

୧- ନିୟମିତ ଆନ୍ତର୍ଜାତୀୟ ବିମାନ ସେବା
୨- ମେଟ୍ରୋ ରେଳ ସେବା
୩- ସିନେମା ହଲ୍
୪- ଜିମ୍ନାସିୟମ୍
୫- ସୁଇମିଂ ପୁଲ୍
୬- ମନୋରଞ୍ଜନ ପାର୍କ
୭- ପ୍ରେକ୍ଷାଳୟ
୮- ବାର୍
୯- ଅଡିଟୋରିୟମ୍
୧୦- ସାମୁହିକ ସ୍ଥଳ

ସର୍ତ୍ତ- ପର୍ଯ୍ୟାୟ – ୩ / ଅନଲକ୍ -୩ ଅଧୀନରେ ଉଲ୍ଲେଖ କରାଯାଇଥିବା ଉପରୋକ୍ତ କାର୍ଯ୍ୟକଳାପକୁ ପୁନଃ ଖୋଲିବା ପାଇଁ ସରକାର ତାରିଖ ଧାର୍ଯ୍ୟ କରି ନାହାଁନ୍ତି ଏବଂ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କୁହାଯାଇଛି ଯେ ପରିସ୍ଥିତିର ମୂଲ୍ୟାଙ୍କନ ପରେ ପୁନଃ ଖୋଲିବାର ତାରିଖ ସ୍ଥିର ହେବ।

ଜୁନ୍ ୧ ରୁ କଣ୍ଟେଣ୍ଟମେଣ୍ଟ ଜୋନ୍ ରେ କାର୍ଯ୍ୟକଳାପ କେଉଁ କେଉଁ କାର୍ଯ୍ୟକଳାପକୁ ଅନୁମୋଦନ

କେବଳ ଖାଦ୍ୟ ସାମଗ୍ରୀ, ବେକରୀ, ଔଷଧ, ପନିପରିବା ଭଳି ଜରୁରୀ ସେବାକୁ ମିଳିବ ଅନୁମତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.