Home ଅପରାଧ ଦିଲ୍ଲୀ ଆପ ବିଧାୟକ ବିଜୟଲାଭ କରି ମନ୍ଦିରରୁ ଫେରିବା ସମୟରେ ଚାଲିଲା ଗୁଳି – ଜଣେ...

ଦିଲ୍ଲୀ ଆପ ବିଧାୟକ ବିଜୟଲାଭ କରି ମନ୍ଦିରରୁ ଫେରିବା ସମୟରେ ଚାଲିଲା ଗୁଳି – ଜଣେ କାର୍ଯ୍ୟକର୍ତ୍ତା ମୃତ ଜଣେ ଆହତ

178

ନୂଆ ଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ମନ୍ଦିର ଦର୍ଶନ କରି ଫେରୁଥିବା ମେହେରୋଲି ଆପ ବିଧାୟକ ନରେଶ ଯାଦବଙ୍କ ଗାଡ଼ି ଉପରକୁ ଗୁଳି ଚାଳନା ହୋଇଛି। ନରେଶଙ୍କ ସହିତ ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କ ଉପରେ ମଙ୍ଗଳବାରଦିନ ରାତିରେ ଗୁଳିମାଡ଼ ହୋଇଛି। ଯେଉଁଥିରେ ଜଣେ କାର୍ଯ୍ୟକର୍ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ପାର୍ଟୀ ମୁତାବକ, ବିଧାୟକ ନରେଶ ଯାଦବ ମେହେରୋଲି କ୍ଷେତ୍ରରେ ସ୍ଥିତ ବାବା ଲଟୁରିଆ ମନ୍ଦିରରୁ ଦର୍ଶନ କରି ଫେରୁଥିଲେ। ଅଭିଯୋଗ କରାଯାଉଛି କି ବିରୋଧି ଦଳ ଏହି ବିଜୟ ଉପରେ କ୍ରୋଧିତ ହୋଇ ଏପରି କରିଛି। ଯେଉଁମାନଙ୍କୁ ନିର୍ବାଚନରେ ପରାଜୟର ସାମନା କରିବାକୁ ପଡ଼ିଛି। ଏହା ସହିତ ଦିଲ୍ଲୀର ଆଇନ୍ କାନୁନ୍ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠିଛି। ଇତିମଧ୍ୟରେ, ଦିଲ୍ଲୀ ପୁଲିସ କହିଛି କି ବିଧାୟକ ନରେଶ ଯାଦବଙ୍କ ଉପରେ ନୁହେଁ, ଅଶୋକ ମାନଙ୍କ ଉପରେ ହିଁ ଆକ୍ରମଣ କରାଯାଇଥିଲା। ତାଙ୍କୁ ୧୫ ଦିନ ପୂର୍ବରୁ ଧମକ ମଧ୍ୟ ମିଳିଥିଲା। ପୁଲିସ ଅଭିଯୁକ୍ତଙ୍କୁ ତଲାସ କରୁଛି।

ସୂଚନାଯୋଗ୍ୟଯେ, ଅଶୋକ ମାନ ଆକ୍ରମଣ ସମୟରେ ବିଧାୟକଙ୍କ ସହିତ କାରରେ ଥିଲେ। ଅନ୍ୟ ଜଣେ କାର୍ଯ୍ୟକର୍ତା ହରେନ୍ଦ୍ରଙ୍କ ପେଟରେ ଗୁଳି ଲାଗିଛି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲୁଛି। ଆକ୍ରମଣ ମଙ୍ଗଳବାର ରାତି ପ୍ରାୟତଃ ୧୦:୩୦ ବେଳେ ହୋଇଥିଲା। ଆକ୍ରମଣର ସୂଚନା ଲୋକମାନଙ୍କୁ ଆମ ଆଦମୀ ପାର୍ଟୀର ରାଜ୍ୟସଭା ସଦସ୍ୟ ସଂଜୟ ସିଂହଙ୍କର ଟ୍ବୀଟରୁ ମିଲିଲା। ଟ୍ବିଟରେ ସଂଜୟ ସିଂହ ଲେଖିଛନ୍ତି, ‘ମେହେରୋଲିର ବିଧାୟକ ନରେଶ ଯାଦବଙ୍କର କାଫିଲା ଉପରେ ହମଲା। ଅଶୋକ ମାନଙ୍କର ସର୍ବସାଧାରଣରେ ହତ୍ୟା। ଏହା ହିଁ ଦିଲ୍ଲୀର କାନୁନର ରାଜ୍। ମନ୍ଦିରରୁ ଦର୍ଶନ କରି ଫେରୁଥିଲେ ନରେଶ ଯାଦବ।’

କୁହାଯାଇପାରେଯେ, ବିଧାନସଭା ନିର୍ବାଚନରେ ଆପ ବିଧାୟକ ମେହେରୋଲି ବିଧାନସଭା ସିଟରୁ ଭାରି ମତରେ ବିଜୟ ଲାଭ କରିଛନ୍ତି। ମତଗଣନା କେନ୍ଦ୍ରରୁ ବାହାରି ସେ କ୍ଷେତ୍ରରେ ବୁଲିଥିଲେ। ତା’ ପରେ ବାବା ଲଟୁରିଆ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଫେରିବା ସମୟରେ ସେ ବସନ୍ତ କୁଞ୍ଜର ଫର୍ଟିସ ହସ୍ପିଟାଲ ନିକଟରେ ବାଇକରେ ଆସିଥିବା ଜଣେ ଯୁବକ ଗୁଳି ଚଳାଇଥିଲା। କୁହାଯାଉଛି କି ସେ ଓପନ କାରରେ ଥିଲେ। ଫାଇରିଂ ସମୟରେ ନରେଶ ଯାଦବ ବର୍ତ୍ତିଗଲେ କିନ୍ତୁ କାରରେ ଥିବା ଅଶୋକ ମାନଙ୍କୁ ଗୁଳି ଲାଗିଥିଲା। ତା’ ପରେ ତାଙ୍କୁ ହସ୍ପିଟାଲ ପହଁଚାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। କୁହାଯାଉଛି କି ଅଶୋକ ମାନଙ୍କ ଉପରେ ପୂର୍ବରୁ ଅନେକ କେସ୍ ରୁଜୁ ହୋଇଛି। ପୋଲିସ ଜାଞ୍ଚ କରୁଛି। କୁହାଯାଉଛି କି ଆକ୍ରମଣକାରୀ ନରେଶ ଯାଦବଙ୍କୁ ନୁହେଁ ଅଶୋକ ମାନଙ୍କୁ ହିଁ ଟାରଗେଟ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.