Home Top News ଦୁଇଟି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି – T20ରେ ସର୍ବାଧିକ ୫୦, ଇଂଲଣ୍ଡ ବିପକ୍ଷରେ ସର୍ବାଧିକ...

ଦୁଇଟି ରେକର୍ଡ ଭାଙ୍ଗିଲେ ବିରାଟ କୋହଲି – T20ରେ ସର୍ବାଧିକ ୫୦, ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ସ୍କୋର

172

ନୂଆ ଦିଲ୍ଲୀ ୨୦-୩ (ଓଡ଼ିଆ ପୁଅ) ବିରାଟ କୋହଲି ଟି-୨୦ରେ ଜଣେ ଅଧିନାୟକ ଭାବରେ ସର୍ବାଧିକ ଅର୍ଦ୍ଧ ଶତକ ମାରିଛନ୍ତି। ଏହା ପୂର୍ବରୁ ଟି-୨୦ରେ ଅଧିନାୟକ ଭାବରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍ ୱିଲିୟମସନଙ୍କର ଏହି ରେକର୍ଡ଼ ଥିଲା। ଏହା ବ୍ୟତୀତ ଭାରତ ପକ୍ଷରୁ ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ମୋଟ୍ ସ୍କୋର କରିଥିବାରୁ ବିରାଟ କୋହଲି ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ଏହି ସିରିଜରେ ପ୍ରଥମ ଥର ପାଇଁ ଓପନିଂ ବ୍ୟାଟିଂ କରିଥିଲେ କୋହଲି। ଅହମ୍ମଦାବାଦରେ ୫ ଟି ଟି-୨୦ରେ ପ୍ରଥମେ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କ ଦ୍ୱାରା ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଭାରତକୁ ୨୨୪ ର ବିଶାଳ ସ୍କୋର କରାଇବା ପାଇଁ ଅପରାଜିତ ୮୦ ରନ୍ କରିଥିଲେ ଅଧିନାୟକ କୋହଲି।

ଟି-୨୦ରେ କୋହଲିଙ୍କ ୨୮ ତମ ଅର୍ଦ୍ଧଶତକ ଏବଂ ୪୫ ଟି ମ୍ୟାଚରେ ଅଧିନାୟକ ଭାବରେ ଦ୍ୱାଦଶ ଅର୍ଦ୍ଧଶତକ।


ସୂଚନାଯୋଗ୍ୟଯେ, କୋହଲି ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନିଂ କରିଥିଲେ ଏବଂ କେଏଲ ରାହୁଲଙ୍କୁ ଡ୍ରପ କରି ଅତିରିକ୍ତ ବୋଲର ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.