Home ଓଡ଼ିଶା ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମୃତ

ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମୃତ

346

କାନପୁର ୧୦-୭ (ଓଡ଼ିଆ ପୁଅ) ପୋଲିସ୍ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ନିହତ ହୋଇଥିବା ଜଣାପଡ଼ିଛି। କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ ଠେଲାପେଲା ହୋଇ କାନପୁର ନିକଟରେ STF ଗାଡ଼ି ଓଲଟି ପଡିଥିଲା। ପରେ ପୋଲିସଠାରୁ ବନ୍ଧୁକ ନେବାକୁ ଚେଷ୍ଟା କରୁଥିବା ବେଳେ ଏନ୍‌କାଉଣ୍ଟର କରାଯାଇଥିଲା। ଗତକାଲି ବିକାଶକୁ ଉଜ୍ଜୈନରୁ ଗିରଫ କରାଯାଇଥିଲା। ରାତିରେ ୟୁପି ପୁଲିସ ଓ ଏସଟିଏଫ୍ ଟିମ ଦ୍ୱାରା ତାକୁ କାନପୁରକୁ ଅଣାଯାଉଥିଲା। ଏହି ସମୟରେ ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି କାରରେ ଗିରଫ ହୋଇଥିବା ବିକାଶ ଦୁବେ ଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ବିକାଶ ପୁଲିସର ବନ୍ଧୁକ ଛଡାଇ ସେଠାରୁ ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା। ଏଥିରେ ପୁଲିସ ଓ ବିକାଶ ମଧ୍ୟରେ ଭିଡାଟଣା ହୋଇଥିଲା। ପରେ ପୁଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟଯେ, ଶୁକ୍ରବାର କାନପୁରରେ ପୁଲିସ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ କରିବା ପାଇଁ ଯାଇଥିବା ବେଳେ ତା’ର ଗ୍ୟାଙ୍ଗ ସହ ପୁଲିସର ଗୁଳିବିନିମୟ ହୋଇଥିଲା। ଏଥିରେ ୮ ଜଣ ପୁଲିସ କର୍ମୀ ସହିଦ ହୋଇଥିଲେ। ଏହା ପରଠାରୁ ସେ ଲୁଚି ବୁଲୁଥିଲା। ଗତକାଲି ବିକାଶକୁ ଉଜ୍ଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିଲା।

ବିକାଶ ଦୁବେର ମୃତ୍ୟୁ ପରେ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ପ୍ରକାଶ କରିଛନ୍ତିଯେ, ବାସ୍ତବରେ ଏହି କାର ପଲଟି ନାହିଁ, ସରକାର ଗୁପ୍ତ ରହସ୍ୟ ଖୋଲିବାରୁ ରକ୍ଷା ପାଇଛନ୍ତି।

ଏହା ପୂର୍ବରୁ, ଜୁଲାଇ ୯ ରେ ବିକାଶ ଦୁବେର ସାଥୀ ପ୍ରଭାସ ମିଶ୍ର ବିଷୟରେ ମଧ୍ୟ ସମାନ ଖବର ଆସିଥିଲା। ପ୍ରଭାତ ମିଶ୍ରକୁ ଫରିଦାବାଦରୁ କାନପୁର ରିମାଣ୍ଡରେ ଅଣାଯାଉଥିଲା। STF ର କାରରେ ଅଣାଯାଉଥିଲା। ପ୍ରଭାସ ମିଶ୍ର ଏସଟିଏଫର ପିସ୍ତଲ ଛଡ଼ାଇ ପଳାଇବାକୁ ଚେଷ୍ଟା କରିଥିଲା। କ୍ରସ୍ ଫାୟାରିଂ କରାଯାଇଥିଲା। ପ୍ରଭାସ ମିଶ୍ରକୁ ଏନକାଉଁଟର କରାଯାଇଥିଲା। ବିକାଶ ଦୁବେ ସହ ମଧ୍ୟ ସମାନ ଘଟଣା ଘଟିଛି। ଉଜୈନରୁ କାନପୁରକୁ ରିମାଣ୍ଡରେ ଅଣାଯାଉଥିଲା। କାରର ଦୁର୍ଘଟଣା ବଶତଃ ପଲଟି ଯାଇଥିଲା, ଏହା ପରେ ଯାହା ହେଲା ତାହା ଉପରେ କୁହାଯାଇଛି।

ପୂରା ବିଷୟ ଜାଣନ୍ତୁ –

ଜୁଲାଇ ୨-୩ ର ମଧ୍ୟବର୍ତ୍ତୀ ରାତିରେ କାନପୁରର ବିକାରୁ ଗ୍ରାମରେ ଏକ ପୋଲିସ ଦଳ ଉପରେ ଆକ୍ରମଣ କରାଯାଇଥିଲା। ପୋଲିସ ରେଡ କରିବା ପାଇଁ ବିକାଶ ଦୁବେଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ଅପରାଧୀ ବିକାଶ ଦୁବେକୁ ପୂର୍ବରୁ ଏହା ବିଷୟରେ ସୂଚନା ମିଳିସାରିଥିଲା। ଏହି ଆକ୍ରମଣରେ ଆଠ ଜଣ ପୋଲିସ ସହିଦ ହୋଇଥିଲେ। ଘଟଣା ପରେ ବିକାଶ ଦୁବେ ଖସି ପଳାଇଥିଲା। ତାଙ୍କୁ ଖୋଜିବା ପାଇଁ ୫୦ ଟି ପୋଲିସ ଟିମ୍ କାମକରୁଥିଲେ। ତାକୁ ଧରାଇଦେଲେ ପୁରସ୍କୃତ କରାଯିବ ବୋଲି ପୋଲିସ୍ ପକ୍ଷରୁ ପ୍ରଥମେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଥିଲା, ଯାହାକୁ ପରେ ଏକ ଲକ୍ଷ, ପରେ ଅଢ଼େଇ ଲକ୍ଷ ଏବଂ ଶେଷରେ ପାଞ୍ଚ ଲକ୍ଷକୁ ବୃଦ୍ଧି କରାଯାଇଥିଲା। ୭ ଜୁଲାଇରେ ବିକାଶର ସାଥୀ ଅମର ଦୁବେର ଏନକାଉଣ୍ଟର ହୋଇଥିଲା। ଏହା ସହିତ, ଜୁଲାଇ ୯ ତାରିଖ ସକାଳେ ଖବର ଆସିଥିଲା ଯେ ତାର ଅନ୍ୟ ଦୁଇ ଘନିଷ୍ଠ ବନ୍ଧୁ ପ୍ରଭାସ ମିଶ୍ର ଏବଂ ବାବୁ ମଧ୍ୟ ବିଭିନ୍ନ ସ୍ଥାନରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଜୁଲାଇ ୯ ରେ ବିକାଶ ଦୁବେ ଉଜୈନର ମହାକାଳ ମନ୍ଦିରଯାଇଥିଲା। ମଧ୍ୟପ୍ରଦେଶ ପୋଲିସ ତାଙ୍କୁ ଧରି ୟୁପି ଏସଟିଏଫକୁ ହସ୍ତାନ୍ତର କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.