Odiapua.com

ଭିଏଚପି ନେତାଙ୍କୁ ଗୁଳି କରି ହତ୍ୟା

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରତାପଗଡ଼ଠାରେ ଜଣେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ନେତା ଓମ୍ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି।୩୬ ବର୍ଷୀୟ ଓମ୍ ମିଶ୍ର ପେଶାରେ ଜଣେ ଓକିଲ ଥିଲେ।ସୋମବାର ଦିନ ସେ ପ୍ରତାପଗଡ଼ ଜିଲ୍ଲା ଅଦାଲତକୁ ଯାଉଥିବା ସମୟରେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।ଓମଙ୍କ ଦେହରେ ୩ଟି ଗୁଳି ବାଜିଥିଲା।ଏହାକୁ ନେଇ ଭିଏଚପି କାର୍ଯ୍ୟକର୍ତ୍ତା ବିରୋଧ ପ୍ରଦର୍ଶନ କରି ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ମୃତକଙ୍କ ପତ୍ନୀଙ୍କୁ ଚାକିରୀ ଏବଂ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଦାବି କରିଥିଲେ।ପ୍ରଶାସନ ପକ୍ଷରୁ ପ୍ରତିଶୃତି ମିଳିବା ପରେ ବିରୋଧ ପ୍ରଦର୍ଶନ ହଟିଥିଲା।//ଦେବଦତ୍ତ ରଥ

ପବିତ୍ର “ଗୁରୁ ପୂର୍ଣ୍ଣିମା”ର ହାର୍ଦ୍ଦିକ ଅଭିନନ୍ଦନ

ବିଜେପି ନେତାଙ୍କ ବିଜଲି ବାଲି ଡ୍ୟାନ୍ସ; ଏହା କ’ଣ ବିଜେପିର ଜଗନ୍ନାଥ ଭକ୍ତି?