Home ଓଡ଼ିଶା ଭାଷଣ ବାଜିରେ ରହି ଯାଇଛନ୍ତି ଉତ୍କଳମଣି: ଗୋପବନ୍ଧୁଙ୍କ ଦାୟାଦ

ଭାଷଣ ବାଜିରେ ରହି ଯାଇଛନ୍ତି ଉତ୍କଳମଣି: ଗୋପବନ୍ଧୁଙ୍କ ଦାୟାଦ

452

ଭୁବନେଶ୍ୱର: ଆଜି ଉତ୍କଳମଣି ଗୋପବନ୍ଧୁ ଦାସ ରହି ଯାଇଛନ୍ତି କେବଳ ଭାଷଣ ଭିତରେ।ସମାଜ ଭିତରେ ନୁହେଁ ଆଜି ନିଜ ଅନ୍ତର ଭିତରେ ଉତ୍କଳମଣି ଖୋଜୁଛନ୍ତି ତାଙ୍କ ଦାୟାଦ।ଗୋପବନ୍ଧୁ ଦାସଙ୍କ ଅଣ ନାତୁଣୀ ଜୟଶ୍ରୀ ମହାପାତ୍ର ଏ’ ନେଇ ସିରିଜ ଟ୍ୱିଟ କରି ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି।ଜୟଶ୍ରୀ କହିଛନ୍ତି, ଯେଉଁଠି ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଉତ୍କଳମଣିଙ୍କ ନିଜସ୍ବ ବାସଗୃହ ଆଜି ଏତେ ଜରାଜୀର୍ଣ୍ଣ, ଦୁଷ୍ଟ ଲୋକଙ୍କ ଦ୍ୱାରା କବଳିତ ସେଠି ‘ସମାଜ’ର ଆଡମ୍ବରପୂର୍ଣ୍ଣ ୧୦୦ ବର୍ଷ ପୂର୍ତ୍ତି ପାଳନ ସମ୍ପୂର୍ଣ୍ଣ ଭିତ୍ତିହୀନ।ସତ୍ୟବାଦୀ ଆଜି ମୁକସାକ୍ଷୀ ହେଇ ରହିଛି।ଖାଲି ସେତିକି ନୁହେଁ ଗୋପବନ୍ଧୁଙ୍କର ଉଇଲ (ଇଚ୍ଛାପତ୍ର)କୁ ଲୁଚେଇ ଦିଆଯାଇଛି।ଯାହା ରାଧାନାଥ ରଥଙ୍କର ରୁଦ୍ଧ କଠୋରୀରେ ବନ୍ଦ ପଡିଛି।ଯେଉଁଥିରେ ଲେଖାଥିଲା ଦୈନିକ ଖବର କାଗଜ ‘ସମାଜ’ର ଯାହା ଆୟ ତା’ର କିଛି ଅଂଶ ବକୁଳବନରେ ବ୍ୟବହାର ହେବ।କିନ୍ତୁ, ଯାହା ଆଜିଯାଏ ହୋଇନାହିଁ।ସମସ୍ତେ ଖାଲି ଭାଷଣ ଦେଉଛନ୍ତି। କୌଣସି ସରକାର ଆସିଲେବି କିଛି କରୁନାହାଁନ୍ତି।ରାଜନୀତି ପରିବାରରୁ ଜନ୍ମ, କିନ୍ତୁ ଏ’ କୁଚକ୍ରୀ ରାଜନୀତି ନ’ପାରି ଉପହାସର ପାତ୍ର ହେଉଛନ୍ତି ବୋଲି ଲେଖିଛନ୍ତି ଜୟଶ୍ରୀ।ଦୀର୍ଘ ଦିନର ଯାତ୍ରା ଆପଣଙ୍କ ସାଙ୍ଗେ, ପରିବର୍ତ୍ତନର ସ୍ୱର କାନରେ ବାଜୁନାହିଁ।କିନ୍ତୁ ଆପଣଙ୍କୁ ଚାହିଁଲେ ଅନ୍ତର ଭିତରୁ ଏକ କରୁଣତାର ସ୍ୱର ଶୁଭୁଚି।ଆଜି ନିଜ ଘରେ ଆପଣ ଉପେକ୍ଷିତ।ନେତା ଓ କର୍ମୀଙ୍କର ମଦ, ମିଛ, ଏ’ ସବୁରେ ଆପଣ ଆଜି ଅସହାୟ।ମୁଁ ଆଉ ସମାଜ ଭିତରେ ଆପଣଙ୍କୁ ଖୋଜିବି ନାହିଁ ଖୋଜିବି ମୋ ଅନ୍ତର ଭିତରେ.. ବୋଲି ଲେଖିଛନ୍ତି ଜୟଶ୍ରୀ ମହାପାତ୍ର।//ଦେବଦତ୍ତ ରଥ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ (୧୮୭୭–୧୯୨୮)

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.