Home ଓଡ଼ିଶା ୩୩% ମହିଳାଙ୍କୁ ଟିକେଟ ନେଇ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତ୍ରୀ!

୩୩% ମହିଳାଙ୍କୁ ଟିକେଟ ନେଇ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତ୍ରୀ!

1663

ଭୁବନେଶ୍ୱର:ଲୋକସଭା ଆସନ ପାଇଁ ୩୩% ମହିଳାଙ୍କୁ ଟିକେଟ ଦେଇଥିବା ନେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜଣେ ବିଜେପି ନେତ୍ରୀ।ବିଜେପି ନେତ୍ରୀ ଜଣଙ୍କ ହେଲେ ମହାରାଷ୍ଟ୍ର ବିଜେପି ପ୍ରବକ୍ତା ସାଇନା ଏନସି।୪୧% ମହିଳାଙ୍କୁ ଟିକେଟ ଦେବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।ସାଇନା ଟ୍ୱିଟ କରିଛନ୍ତି, “ସବୁ ରାଜନୈତିକ ଦଳ ଜାଗ୍ରତ ହେବା ଦରକାର।ମତଦାନରେ ମହିଳା ମାନଙ୍କର ୫୦% ଭାଗିଦାରୀ ରହିଛି।ବିବ୍ରତ, ଏବଂ ଜାଣିବା ପାଇଁ ଅପିଲ କରୁଛି କି ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ୪୧% ମହିଳା ପାର୍ଥିଙ୍କୁ ଏବଂ ଓଡ଼ିଶାରେ ନବୀନ ପଟ୍ଟନାୟକ ୩୩% ମହିଳାଙ୍କୁ ଟିକେଟ ଦେଇଛନ୍ତି।ଯେତେବେଳେ କି ଅନ୍ୟ ସବୁ ଦଳରେ ମହିଳାମାନେ କେବଳ “ଓଠ ସେବା”(ଭାଷଣ ବାଜି) ପାଇଁ ବ୍ୟବହୃତ ହେଉଛନ୍ତି”।

ତେବେ ଏପରି ଟ୍ୱିଟ ପରେ ସାଇନା ଆଉ ଏକ ଟ୍ୱିଟ କରିଛନ୍ତି।ଏଥିରେ ସେ ନିଜ ଦଳ ବିଜେପିରେ ଅଧିକ ସଂଖ୍ୟାରେ ମହିଳା ସାଙ୍ଗଠନିକ ଦାୟିତ୍ୱରେ ରହିଥିବା କହିଛନ୍ତି।ଦୂତୀୟ ଟ୍ୱିଟରେ ସାଇନା ଲେଖିଛନ୍ତି, “ଏହା ମୋ ପାଇଁ ନୁହେଁ।ଏହା ସତ୍ୟ ମୋ ଦଳ ବିଜେପି,ଅନ୍ୟ ଦଳ ଗୁଡ଼ିକ ଅପେକ୍ଷା ଅଧିକ ସଂଖ୍ୟାରେ ମହିଳାଙ୍କୁ ପାର୍ଥି କରିଛି।ଆମ ଦଳ ଏକ ମାତ୍ର ଦଳ ଯିଏ ଦଳୀୟ ସାଙ୍ଗଠନିକ ପଦବୀରେ ୩୩% ମହିଳାଙ୍କୁ ସ୍ଥାନ ଦେଇଛି।ସେ ଯାହା ହେଉ,ମହିଳାମାନେ ଅଧିକ ମହିଳା ପାର୍ଥି ପାଇଁ ବ୍ୟକ୍ତିଗତ ଭାବରେ ନିଜ ନିଜ ଦଳରେ କହିବା ଉଚିତ”।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.