Home Coronavirus Outbreak କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା -୨

କୋଭିଡ଼-୧୯ ସଂକ୍ରାନ୍ତରେ ସଦ୍ୟତମ ସୂଚନା -୨

353

ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ପର୍ଯ୍ୟାୟକ୍ରମିକ, ପ୍ରାକ୍ ପ୍ରସ୍ତୁତି ତଥା ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ବଳରେ ଭାରତ ସରକାର ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନଙ୍କ ସହ ମିଲି କୋଭିଡ଼ ୧୯କୁ ପ୍ରତିହତ, ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସକାଶେ ଅନେକ ଗୁଡ଼ିଏ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି। ତାହାକୁ ନିୟମିଜ ଭାବେ ଉଚ୍ଚ ସ୍ତରରେ ସମୀକ୍ଷା ତଥା ମନିଟର କରାଯାଇ ଆସୁଛି ଏବେସୁଦ୍ଧା ଦେଶରେ ମୋଟ ୪୫, ୨୯୯ ଜଣ କୋଭିଡ଼ ୧୯ ଆକ୍ରାନ୍ତ ଚିକିତ୍ସା ଦ୍ୱାରା ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩, ୦୦୨ ଜଣ କୋଭିଡ଼ ୧୯ ରୋଗୀ ସୁସ୍ଥ ହୋଇଥିବା ଜଣା ପଡ଼ିଛି। ଏବେ ଦେଶରେ କରୋନା ରୋଗୀଙ୍କ ସୁସ୍ଥ ମାତ୍ରା ୪୦.୩୨%କୁ ବୃଦ୍ଧି ପାଇଛି। ଭାରତରେ ବର୍ତ୍ତମାନ ମୋଟ ୬୩, ୬୨୪ଟି ସକ୍ରିୟ କୋଭିଡ଼ କେଶ୍ ରହିଛି। ସେହିସବୁ ରୋଗୀଙ୍କୁ ଉପଯୁକ୍ତ ମେଡ଼ିକାଲ ସୁପରଭିଜନ ମଧ୍ୟରେ ରଖାଯାଇଛି। ସକ୍ରିୟ କେଶମାନଙ୍କ ମଧ୍ୟରୁ କେବଳ ପାଖାପାଖି ୨.୯୪% ରୋଗୀ ଆଇସିୟୁରେ ରହିଛନ୍ତି।

ଭାରତରେ କୋଭିଡ଼ ୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହାର ୩.୦୬ ଯାହାକି ବୈଶ୍ୱିକ ଦୃଶ୍ୟପଟ୍ଟର ମୃତ୍ୟୁହାର (୬.୬୫%) ଠାରୁ ଢ଼େର୍ କମ୍। ଏହା ଆମର ଏହି ବୈଶ୍ୱିକ ମହାମାରୀ ବିରୋଧରେ ସମୟୋଚିତ ଚିହ୍ନଟ ଅଭିଯାନ ଏବଂ କେଶଗୁଡ଼ିକର ଉପଯୁକ୍ତ କ୍ଲିନିକାଲ୍ ପରିଚାଳନାକୁ ପ୍ରମାଣିତ କରେ।

ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ମୋଟ ମୃତକଙ୍କ ମଧ୍ୟରୁ ୬୪% ପୁରୁଷ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬% ମହିଳା ରୋଗୀଙ୍କ ବିୟୋଗ ଘଟିଛି। ଏହାର ବ୍ୟାପ୍ତିକୁ ବିଚାର କଲେ ବୁଝାପଡ଼େ ଯେ ୧୫ ବର୍ଷରୁ କମ୍ ଆୟୁର ମାତ୍ର ୦.୫% ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ୧୫-୩୦ ବର୍ଷ ଆୟୁସୀମା ଭିତରେ ୨.୫% ରୋଗୀ ; ୩୦- ୪୫ ଆୟୁସୀମା ଭିତରେ ୧୧.୪% ରୋଗୀ, ୪୫-୬୦ ବର୍ଷ ମଧ୍ୟରେ ୩୫.୧% ରୋଗୀ ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସର ୫୦.୫% ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ୭୩% ମୃତ୍ୟୁ କୋ ମର୍ବିଡ଼ିଟି ଯୋଗୁ ଘଟିଛି। ୬୦ ବର୍ଷରୁ ଅଧିକ ବୟସର ରୋଗୀ ଯେଉଁମାନଙ୍କର କି ଅନ୍ୟାନ୍ୟ ରୋଗ ରହିଛି ସେମାନେ କୋଭିଡ଼-୧୯ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ।

ତେଣୁ ଗୋଷ୍ଠୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ କୋଭିଡ଼ ୧୯ ସଂପର୍କୀତ ସତର୍କତାମୂଳକ ପଦକ୍ଷେପ ଓ ଆଚରଣକୁ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କ ସଚେତନତା ବିନା ଏହି ରୋଗକୁ ନିୟନ୍ତ୍ରଣ କରିବା ସହଜସାଧ୍ୟ ନୁହେଁ। ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା, ହାତକୁ ବାରମ୍ବାର ଉତ୍ତମ ରୂପେ ଧୋଇବା ଏବଂ ନିଃଶ୍ୱାସପ୍ରଶ୍ୱାସ ଜନିତ ସୌଜନ୍ୟରକ୍ଷା ତଥା ପରିବେଶର ପରିମଳ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରାଯିବା ଆବଶ୍ୟକ। ସର୍ବସାଧାରଣ ସ୍ଥାନରେ ମୁହଁକୁ ଘୋଡ଼ାଇ ରଖିବା ଓ ମାସ୍କ ପିନ୍ଧିବା ଏବଂ ଶାରୀରିକ ଦୂରତା ରକ୍ଷା ମଧ୍ୟ ଅନୁରୂପ ଭାବେ ଗୁରୁତ୍ୱପୂର୍ଣ୍ଣ ଓ ଏହାକୁ ପାଳନ କରାଯିବା ଆବଶ୍ୟକ। ବିଶାଳ ଜନ ସମାଗମକୁ ଏଡ଼ାଯିବା ଦରକାର। ଯେଉଁ ଲୋକମାନେ ଅଧିକ ରିସ୍କ ଗୋଷ୍ଠୀର ସେମାନେ ଅତି ଆବଶ୍ୟକ ନଥିଲେ କିମ୍ବା ଚିକିତ୍ସା ଜନିତ କାର୍ଯ୍ୟ ବ୍ୟତିରେକ ସଦାବେଳେ ଘରେ ରହିବା ଉଚିତ।

କୋଭିଡ଼–୧୯ ସଂପର୍କୀତ ବୈଷୟିକ ପ୍ରସଙ୍ଗ, ଗାଇଡ଼ଲାଇନ ଓ ଉପଦେଶିକା ନିମନ୍ତେ ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ ଭିଜିଟ୍‌କରନ୍ତୁ: https://www.mohfw.gov.in/ କିମ୍ବା @MoHFW_INDIA ଭିଜିଟ୍‌କରନ୍ତୁ।

କୋଭିଡ଼-୧୯ ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳିକୁ [email protected]ରେ ଇ-ମେଲ୍‌ କରାଯାଇପାରିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଜାଣିବା ପାଇଁ ଭିଜିଟ କରନ୍ତୁ: [email protected]

କୋଭିଡ଼- ୧୯ ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +୯୧-୧୧-୨୩୯୭୮୦୪୬ ex ୧୦୭୫ (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ /କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ଼- ୧୯ ସଂପର୍କୀତ ହେଲ୍ପଲାଇନ୍‌ନିମ୍ନ ୱେବସାଇଟ୍‌ରେ ଉପଲବ୍ଧ: https://www.mohfw.gov.in/pdf/coronvavirushelplinenumber.pdf

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.