Home Top News ବଡ଼ ଆସ୍ୱସ୍ତି: ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ...

ବଡ଼ ଆସ୍ୱସ୍ତି: ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା

195

ନୂଆଦିଲ୍ଲୀ: କୋଭିଡ୍ -୧୯ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡିଏଲ, ଆରସି, ପରମିଟ ଆଦି ଯାନବାହନ ସଂକ୍ରାନ୍ତ କାଗଜପତ୍ରର ବୈଧତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତରେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଗୁଡ଼ିକୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏଥିପୂର୍ବରୁ ମୋଟର ଯାନ ଆଇନ, ୧୯୮୮ ତଥା କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସମ୍ବନ୍ଧୀୟ କାଗଜପତ୍ରରର ବୈଧତାକୁ ସମ୍ପ୍ରସାରଣ କରିବା ସଂକ୍ରାନ୍ତରେ ୩୦ ମାର୍ଚ୍ଚ, ୨୦୨୧, ୯ ଜୁନ ୨୦୨୦ ଏବଂ ୨୪ ଅଗଷ୍ଟ ୨୦୨୦ରେ ମାର୍ଗଦର୍ଶିକା ଜାରି କରିଥିଲା। ଫିଟନେସ, ପରମିଟ(ସମସ୍ତ ପ୍ରକାରର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏ ସଂକ୍ରାନ୍ତ ଅନ୍ୟ କୌଣସି କାଗଜପତ୍ରର ବୈଧତା ୩୧ ଡିସେମ୍ବର, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁଯାୟୀ “କୋଭିଡ- ୧୯ ସଂକ୍ରମଣକୁ ପ୍ରତିହତ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପରାମର୍ଶ ଦିଆଯାଉଛି ଯେ ଉପରୋକ୍ତ ସମସ୍ତ କାଗଜପତ୍ର ୩୧ ମାର୍ଚ୍ଚ, ୨୦୨୧ ପର୍ଯ୍ୟନ୍ତ ବୈଧ ବୋଲି ବିଚାର କରାଯିବ। ଏଥିରେ ସେସବୁ କାଗଜପତ୍ର ମଧ୍ୟ ସାମିଲ ରହିଛି ଯାହାର ବୈଧତା ୧ ଫେବୃଆରୀ, ୨୦୨୦ ପରଠାରୁ ଶେଷ ହୋଇସାରିଛି କିମ୍ବା ୩୧ ମାର୍ଚ୍ଚ, ୨୦୨୧ ସୁଦ୍ଧା ଶେଷ ହେବ।

ଏଥିରେ ଏହା ମଧ୍ୟ କୁହାଯାଇଛି, “ପ୍ରବର୍ତ୍ତନ ଅଧିକାରୀମାନଙ୍କୁ ଏପରି କାଗଜପତ୍ରକୁ ୩୧ ମାର୍ଚ୍ଚ, ୨୯୨୧ ପର୍ଯ୍ୟନ୍ତ ବୈଧ ବୋଲି ଗ୍ରହଣ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ନାଗରିକମାନଙ୍କୁ ସାମାଜିକ ଦୂରତା ବଜାୟ ରଖି ପରିବହନ ସମ୍ବନ୍ଧୀୟ ସେବାର ଲାଭ ଉଠାଇବାରେ ଏହା ସହାୟତା କରିବ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଏହି ମାର୍ଗଦର୍ଶିକାକୁ ମୂଳଭାବନା ସହିତ କାର୍ଯ୍ୟକାରୀ କରିବା ନିମନ୍ତେ ପରାମର୍ଶ ଦିଆଯାଇଛି। ଯାହା ଫଳରେ ନାଗରିକ, ଟ୍ରାନ୍ସପୋର୍ଟର ଏବଂ ବିଭିନ୍ନ ଅନ୍ୟ ସଂଗଠନ ଗୁଡ଼ିକୁ ସୁବିଧା ମିଳିପାରିବ। ବିଶେଷ କରି କୋଭିଡ୍ ମହାମାରୀ ସମୟରେ କଠିନ ପରିସ୍ଥିତି ଦେଇ ଗତି କରୁଥିବାରୁ ଏହାଦ୍ୱାରା ସେମାନଙ୍କର ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.