Home Coronavirus Outbreak ଦେଶରେ ଗୋଷ୍ଠୀ ରେଡିଓ କେନ୍ଦ୍ର ସହ କଥା ହେବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର

ଦେଶରେ ଗୋଷ୍ଠୀ ରେଡିଓ କେନ୍ଦ୍ର ସହ କଥା ହେବେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର

140

ନୂଆ ଦିଲ୍ଲୀ ୨୨-୫ (ଓଡ଼ିଆ ପୁଅ) ଏକ ଅନନ୍ୟ ଜନସମ୍ପର୍କ କାର୍ଯ୍ୟକ୍ରମ ସ୍ୱରୂପ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି (୨୨.୦୫.୨୦୨୦) ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ସହ କଥାବାର୍ତ୍ତା କରିବେ। ସନ୍ଧ୍ୟା ୭.୦୦ ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଦେଶର ଗୋଷ୍ଠୀ ବେତାର କେନ୍ଦ୍ର ଦ୍ଵାରା ପ୍ରସାରିତ ହେବ। ଏହି କଥାବାର୍ତ୍ତା ଉଭୟ ହିନ୍ଦୀ ଓ ଇଂରାଜୀରେ ପ୍ରସାରିତ ହେବ। ଶ୍ରୋତାମାନେ ଏଫଏମ ଗୋଲ୍ଡ (୧୦୦.୧ ମେଗାହାର୍ଜ) ଜରିଆରେ ସନ୍ଧ୍ୟା ୭.୩୦ ବେଳେ ହିନ୍ଦୀ ଓ ରାତ୍ର ୦୯.୧୦ ମିନିଟରେ ଇଂରାଜୀରେ ମନ୍ତ୍ରୀଙ୍କୁ ଶୁଣିପାରିବେ। କୋଭିଡ ସଂକ୍ରାନ୍ତ ଦେଶବ୍ୟାପୀ ସୂଚନା ପ୍ରଦାନ ପାଇଁ ସରକାର ସବୁ ବର୍ଗର ଜନସାଧାରଣଙ୍କୁ ସାମିଲ କରିବା ପରିପ୍ରେକ୍ଷୀରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଦେଶବ୍ୟାପୀ ବର୍ତ୍ତମାନ ୨୯୦ଟି ଗୋଷ୍ଠୀ ବେତାର କେନ୍ଦ୍ର ରହିଥିବା ବେଳେ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ବିବେଚିତ ହୋଇଥାଏ। ଦେଶର ଦୂରଦୂରାନ୍ତର ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି।

ଦେଶରେ ପ୍ରଥମଥର ଲାଗି ଗୋଷ୍ଠୀ ବେତାର କେନ୍ଦ୍ର ଜରିଆରେ ଏକାସାଙ୍ଗରେ ମନ୍ତ୍ରୀ ସମ୍ବୋଧନ କରୁଛନ୍ତି। ଏହି କଥାବାର୍ତ୍ତା ବେଳେ ମନ୍ତ୍ରୀ ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ପକ୍ଷରୁ ପଚାରାଯାଉଥିବା ପ୍ରଶ୍ନର ଉତ୍ତର ଦେବା କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.