Home Coronavirus Outbreak କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜେଟିଭ୍

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜେଟିଭ୍

84

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରିଛି। ଏବେ ମୋଦୀ ସରକାରଙ୍କ ସଡ଼କ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ କରୋନା ପଜେଟିଭ୍ ବୋଲି ଜଣାପଡିଛି। ଗଡ଼କରୀ ଟ୍ୱିଟ୍ କରି ତାଙ୍କ କରୋନା ପଜିଟିଭ୍ ବିଷୟରେ ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୩୦ ସାଂସଦ କରୋନା ପଜେଟିଭ୍ ଥିବା ଜଣାପଡ଼ିଛି।

ନିତିନ ଗଡ଼କରୀ ଟ୍ୱିଟ୍ କରି କହିଛନ୍ତି, “ଗତକାଲି ମୁଁ ବହୁତ ଦୁର୍ବଳ ଅନୁଭବ କରୁଥିଲି, ଯାହା ପରେ ମୁଁ ଡାକ୍ତରଙ୍କ ସହିତ ପରାମର୍ଶ କଲି। ଚେକଅପ୍ ସମୟରେ ମୋର କୋଭିଡ୍ -୧୯ ରିପୋର୍ଟ ପଜେଟିଭ୍ ଆସିଥିଲା। ସମସ୍ତଙ୍କର ଆଶୀର୍ବାଦ ଏବଂ ଶୁଭେଚ୍ଛା ହେତୁ ଏହି ସମୟରେ ମୁଁ ଭଲ ଅନୁଭବ କରୁଛି। ମୁଁ ନିଜକୁ ସଙ୍ଗରୋଧରେ ରଖିଛି।” ଅନ୍ୟ ଏକ ଟ୍ୱିଟରେ ଗଡ଼କରୀ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ‘ଯେଉଁମାନେ ମୋ ସହ ଯୋଗାଯୋଗ କରିଛନ୍ତି ମୁଁ ସେମାନଙ୍କୁ ଅନୁରୋଧ କରୁଛି ସତର୍କ ରୁହନ୍ତୁ ଏବଂ ପ୍ରୋଟୋକଲ୍ ଅନୁସରଣ କରନ୍ତୁ। ସୁରକ୍ଷିତ ରୁହନ୍ତୁ।”

ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରାୟ ୩୦ ସାଂସଦ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଥିରେ ସାଂସଦ ମୀନାକ୍ଷୀ ଲେଖୀ, ଅନନ୍ତ କୁମାର ହେଗଡେ, ପ୍ରଭେଶ ସାହିବ ସିଂ ବର୍ମା, ସୁଖବୀର ସିଂ, ପ୍ରତାପ ରାଓ ଯାଦବ, ଜନାର୍ଦ୍ଦନ ସିଂ, ହନୁମାନ ବେନିୱାଲ, ସେଲଭମ ଜୀ, ପ୍ରତାପ ରାଓ ପାଟିଲ, ରାମଶଙ୍କର କ୍ୟାଥେରିଆ, ସତ୍ୟପାଲ ସିଂ ସାମିଲ। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.