Home ଓଡ଼ିଶା ଦଶମ ଓ ଦ୍ଵାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

ଦଶମ ଓ ଦ୍ଵାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

1181

ନୂଆ ଦିଲ୍ଲୀ ୧୮-୫ (ଓଡ଼ିଆ ପୁଅ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀ ପାଇଁ ବାକି ରହିଥିବା ପରୀକ୍ଷାଗୁଡିକର ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ‘ନିଶଙ୍କ’ ଆଜି ନୂଆଦିଲ୍ଲୀଠାରେ ଏହା ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଶମ ଶ୍ରେଣୀ ପରୀକ୍ଷା କେବଳ ଉତ୍ତର-ପୂର୍ବ ଦିଲ୍ଲୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେବ। ମାତ୍ର ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଉତ୍ତର-ପୂର୍ବ ଦିଲ୍ଲୀ ସମେତ ସମଗ୍ର ଦେଶରେ ଅନୁଷ୍ଠିତ ହେବ। ସକାଳ ୧୦.୩୦ ମିନିଟରୁ ଦିନ ୦୧.୩୦ ମିନିଟ ମଧ୍ୟରେ ଅନୁଷ୍ଠିତ ହେବ।

ଗତ ୫ ତାରିଖ ଦିନ ଛାତ୍ରଛାତ୍ରୀମାନଙ୍କ ସହିତ ଏକ ୱେବଲାଇନ ମତ ବିନିମୟ ଜରିଆରେ ଶ୍ରୀ ପୋଖରିଆଲ କହିଥିଲେ ଯେ, ଦଶମ ଓ ଏକାଦଶ ଶ୍ରେଣୀର ଅବଶିଷ୍ଟ ପରୀକ୍ଷାଗୁଡ଼ିକ ଜୁଲାଇ ପହିଲାରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀ ପୋଖରିଆଲ କହିଛନ୍ତି ଯେ, ପରୀକ୍ଷାର ଦିନ ଧାର୍ଯ୍ୟ ପୂର୍ବରୁ ଛାତ୍ରଛାତ୍ରୀମାନେ ଯେପରି ପର୍ଯ୍ୟାପ୍ତ ସମୟ ପରୀକ୍ଷା ପ୍ରସ୍ତୁତି ପାଇଁ ପାଇବେ ତା’ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ଏହା ବ୍ୟତୀତ ପରୀକ୍ଷା ସମୟରେ ଯେପରି ସାମାଜିକ ଦୁରତ୍ଵ ପାଳନ କରାଯାଏ, ସେ ନେଇ ତୀକ୍ଷଣ ଦୃଷ୍ଟି ଦେବାକୁ ସିବିଏସଇକୁ ପରାମର୍ଶ ଦିଆଯାଇଛି। ଶ୍ରୀ ପୋଖରିଆଲ ସମସ୍ତ ପରୀକ୍ଷାର୍ଥୀମାନଙ୍କ ସଫଳତା କାମନା କରିଛନ୍ତି।

ପରୀକ୍ଷା ସୂଚୀ

https://twitter.com/DrRPNishank/status/1262290056129044480

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.