Home Top News ଭାରତରୁ ଆମେରିକା ନେଇଛି ୧୫ ଲକ୍ଷ କୋଟି ଟଙ୍କାର ଋଣ! ଜାଣନ୍ତି କି, ପ୍ରତ୍ୟେକ ଆମେରିକୀୟଙ୍କ...

ଭାରତରୁ ଆମେରିକା ନେଇଛି ୧୫ ଲକ୍ଷ କୋଟି ଟଙ୍କାର ଋଣ! ଜାଣନ୍ତି କି, ପ୍ରତ୍ୟେକ ଆମେରିକୀୟଙ୍କ ଉପରେ ଏବେ ୬୦ ଲକ୍ଷ ଟଙ୍କାର ଋଣ

165

ନୂଆ ଦିଲ୍ଲୀ ୨୭-୨ (ଓଡ଼ିଆ ପୁଅ) କରୋନା ଯୋଗୁଁ ବିଶ୍ୱ ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଆମେରିକାର ଅର୍ଥନୀତି ମଧ୍ୟ ଏହା ଦ୍ୱାରା ପ୍ରଭାବହୀନ ନୁହେଁ। ଆମେରିକାର ଅର୍ଥନୀତି ଭାରତଠାରୁ ପ୍ରାୟ ୭ ଗୁଣ ବଡ ଏବଂ ଏହାର ମୂଲ୍ୟ ୨୧ ଟ୍ରିଲିୟନ ଡଲାର ଅଟେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ବୃହତ୍ତମ ଅର୍ଥନୀତି ଉପରେ ଋଣ ଭାର ୨୯ ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହା ଭାରତୀୟ ଅର୍ଥନୀତିଠାରୁ ପ୍ରାୟ ୧୦ ଗୁଣ ଅଧିକ। ଆମେରିକା ମଧ୍ୟ ଭାରତରୁ ୨୧୬ ବିଲିୟନ ଡ଼ଲାର (ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର)ଋଣ ନେଇଛି। ୨୦୨୦ ରେ ଆମେରିକାର ଜାତୀୟ ଋଣ ୨୩.୪ ଟ୍ରିଲିୟନ ଡଲାର ଥିଲା। ଏହି ଅନୁଯାୟୀ, ପ୍ରତ୍ୟେକ ଆମେରିକୀୟଙ୍କର ୭୨୩୦୯ ଡଲାର (୫୨ ଲକ୍ଷରୁ ଅଧିକ) ଋଣ ଥିଲା।

ଏହି ରିପୋର୍ଟ ପରେ, ପ୍ରତ୍ୟେକ ଆମେରିକୀୟଙ୍କର ବର୍ତ୍ତମାନ ପ୍ରାୟ ୮୪, ୦୦୦ ଡଲାର (୬୦ ଲକ୍ଷରୁ ଅଧିକ) ଋଣ ରହିଛି।

ଆମେରିକା କଂଗ୍ରେସ ଆଲେକ୍ସ ମୁନି କହିଛନ୍ତି ଯେ, ଆମେରିକା ଚୀନ୍ ଏବଂ ଜାପାନରୁ ସର୍ବାଧିକ ଋଣ ନେଇଛି, ଯାହା ଏହାର ବନ୍ଧୁ ମଧ୍ୟ ନୁହେଁ। ମୁନି କହିଛନ୍ତି ଯେ, ଚୀନ୍ ସବୁବେଳେ ଆମେରିକା ପାଇଁ ଏକ ପ୍ରତିଯୋଗୀ ଭାବେ ଉଭା ହୋଇଆସୁଛି। ଆମେରୀକା ଉଭୟ ଚୀନ୍ ଏବଂ ଜାପାନରୁ ୧-୧ ଟ୍ରିଲିୟନ ଡଲାରର ଋଣ ନେଇଛି। ବଢ଼ୁଥିବା ଋଣ ଭାରକୁ ବିଚାରକୁ ନେଇ କଂଗ୍ରେସ ମୁନି ୧.୯ ଟ୍ରିଲିୟନ ଡଲାରର ଏକ ନୂତନ ରିଲିଫ ପ୍ୟାକେଜକୁ ବିରୋଧ କରିଛନ୍ତି। ବ୍ରାଜିଲର ମଧ୍ୟ ଆମେରିକା ଉପରେ ୨୫୮ ବିଲିୟନ ଡ଼ଲାର ଋଣ ଅଛି। ୨୦୦୦ ରେ, ଆମେରିକାର ୬ ଟ୍ରିଲିୟନ ଡଲାରର ଋଣ ଥିଲା, ଯାହା ଓବାମା ଶାସନ ସମୟରେ ଦ୍ୱିଗୁଣିତ ହୋଇଥିଲା।

୨୦୫୦ ସୁଦ୍ଧା ୧୦୪ ଟ୍ରିଲିୟନ ଡଲାରର ଅତିରିକ୍ତ ଋଣ ହେବ

କଂଗ୍ରେସ ମୁନି କହିଛନ୍ତି ଯେ, ଓବାମା ଆଠ ବର୍ଷ ଧରି ଦେଶର ରାଷ୍ଟ୍ରପତି ଥିଲେ ଏବଂ ତାଙ୍କ ଶାସନ କାଳରେ ଋଣ ଭାର ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ନୂତନ ରିଲିଫ ପ୍ୟାକେଜ ଅନୁମୋଦନ କରିବା ପୂର୍ବରୁ ଏହାକୁ ବିଚାର କରିବାକୁ କଂଗ୍ରେସ ମଧୁ ଅନ୍ୟ ସାଂସଦମାନଙ୍କୁ ମଧ୍ୟ ନିବେଦନ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ବଜେଟ କାର୍ଯ୍ୟାଳୟ ଆକଳନ କରିଛି ଯେ, ୨୦୫୦ ସୁଦ୍ଧା ଆମେରିକା ୧୦୪ ଟ୍ରିଲିୟନ ଡଲାରରୁ ଅଧିକ ଋଣ କରିବ। ଏହା ଅତ୍ୟନ୍ତ ଭୟାନକ ଚିତ୍ର।

ଭାରତ ୧୨ ଲକ୍ଷ କୋଟି ବଜାରରୁ ଋଣ ନେବ, ଏବେ ଭାରତ ଉପରେ ୧୪୭ କୋଟିର ଋଣ ଭାର

ଭାରତ ବିଷୟରେ କହିବାକୁ ଗଲେ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟରେ ବଜାରରୁ ୧୨ ଲକ୍ଷ କୋଟି ଋଣ ନେବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସରକାରଙ୍କ ଉପରେ ମୋଟ ଋଣ ୧୪୭ ଲକ୍ଷ କୋଟି ଅଟେ। ନୂତନ ଆର୍ଥିକ ବର୍ଷରେ ଋଣ ନେବା ଘୋଷଣା ପରେ ଏହି ସଂଖ୍ୟା ୧୫୯ ଲକ୍ଷ କୋଟିରେ ପରିଣତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ଅର୍ଥନୀତି ୭.୩ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟଯେ, ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୦-୨୧ ପାଇଁ ସରକାର ଆର୍ଥିକ ନିଅଣ୍ଟକୁ ଜିଡିପିର ୯.୫ ପ୍ରତିଶତ ବୋଲି ଆକଳନ କରିଛନ୍ତି। ଏହି ନିଅଣ୍ଟ ଆକଳନ ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ପାଇଁ ଜିଡିପିର ୬.୮ ପ୍ରତିଶତରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.