Home ଓଡ଼ିଶା ଜାମ୍ମୁ ଓ କାଶ୍ମୀରର ସୋପିଆନରେ ୨ ଆତଙ୍କବାଦୀ ନିପାତ – ମୋଟ ୧୧ ସଫା

ଜାମ୍ମୁ ଓ କାଶ୍ମୀରର ସୋପିଆନରେ ୨ ଆତଙ୍କବାଦୀ ନିପାତ – ମୋଟ ୧୧ ସଫା

160
File Photo

ନୂଆ ଦିଲ୍ଲୀ ୧୦-୬ (ଓଡ଼ିଆ ପୁଅ) – ଜାମ୍ମୁ ଓ କାଶ୍ମୀରର ସୋପିଆନ ଜିଲ୍ଲାର ସୁଗୋ ଅଞ୍ଚଳରେ ସୁରକ୍ଷାବଳଙ୍କ ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତବାବରେ ଏହି ଅପରେସନ କରୁଛନ୍ତି। ଅପରେସନ ଚାଲିଛି ଯବାନଙ୍କ ସହ ଏନ୍‌କାଉଣ୍ଟର ବେଳେ ଆତଙ୍କବାଦୀ ନିହତ ହୋଇଥିଲେ।

– ସୋପିଆନରେ ଗତ ୪ ଦିନରେ ୧୧ ଆତଙ୍କବାଦୀ ନିପାତ ହୋଇଛନ୍ତି।

– ଅନ୍ୟ ୨-୩ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ଯବାନ।

– ବୁଧବାର ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ଏହି ଗ୍ରାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସର ସୂଚନାନୁସାରେ ସୁଗୋ ଗାଁର ଏକ ଘର ଭିତରେ ତିନି ଜଣ ଆତଙ୍କବାଦୀ ଫସି ରହିଥିବା ଜଣାପଡିଛି। ଏହି ଗୁଳି ବିନିମୟ ସକାଳ ପ୍ରାୟ ୧.୩୦ ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ସେନା ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଗାଁରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଇନପୁଟ୍ ଉପରେ ଅପରେସନ୍ ଆରମ୍ଭ କରିଥିଲେ। ରବିବାରଠାରୁ ଶୋପିଆନ୍ ଜିଲ୍ଲାରେ ଏହା ହେଉଛି ତୃତୀୟ ଏନ୍‌କାଉଣ୍ଟର। ପୂର୍ବରୁ ଦୁଇଟି ଏନକାଉଣ୍ଟରରେ ନଅ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.