Home ଓଡ଼ିଶା କନ୍ଧମାଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ – ୨ ଜଣଙ୍କୁ ଡାକିନେଇ ନିର୍ମମ ହତ୍ୟା

କନ୍ଧମାଳରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ – ୨ ଜଣଙ୍କୁ ଡାକିନେଇ ନିର୍ମମ ହତ୍ୟା

26

ଭୁବନେଶ୍ୱର/କନ୍ଧମାଳ ୩୦-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) :ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ବିଳମ୍ବିତ ରାତିରେ ୨ ଜଣଙ୍କୁ ଘରୁ ଡାକିନେଇ ହତ୍ୟା କରି ଫୋପାଡ଼ି ଦେଇଛନ୍ତି ନକ୍ସଲ।

କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀଙ୍କର ତାଣ୍ଡବ ଆରମ୍ଭ ହୋଇଯାଇଛି। ବାଲିଗୁଡାରେ ୨ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ବେଲଘର ଥାନା ଗୋଛାଗୁଡା ଗାଁରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ଘରୁ ଡାକି ନେଇ ହତ୍ୟା କରାଯାଇଛି। ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରାଯାଇଥିବା ସୂଚନା ମିଳୁଛି। ଘଟଣାସ୍ଥଳରେ କିଛି ହାତଲେଖା ପୋଷ୍ଟର ହତ୍ୟା ପରେ ମାଓବାଦୀ ଛାଡି ଯାଇଥିବା ସୂଚନା ମିଳିଥିବାର ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ଭବାନି ପାତ୍ର ଓ ହେମନ୍ତ ପାତ୍ର।

ଗତ ରାତିରେ କେତେକ ନକ୍ସଲ ଗାଁରେ ପହଞ୍ଚି ଉଭୟ ଭବାନି ଓ ହେମନ୍ତଙ୍କୁ ଘରୁ ଡାକି ନେଇଥିଲେ। ଏହାପରେ ଆଜି ସକାଳୁ ଜଣଙ୍କ ମୃତଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡ଼ିଥିବା ବେଳେ ଅନ୍ୟଟି ଗୁଛାଗୁଡ଼ା ଗାଁ ନିକଟରେ ପଡ଼ିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.