Home Top News ୧୫ ଦିନ ମଧ୍ୟରେ ଦୁଇ ପୂର୍ବତନ ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ନିଧନ: ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡ଼ିଶା...

୧୫ ଦିନ ମଧ୍ୟରେ ଦୁଇ ପୂର୍ବତନ ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ନିଧନ: ଶ୍ରଦ୍ଧାଞ୍ଜଳି ଜଣାଇଲା ଓଡ଼ିଶା ମହିଳା ମୋର୍ଚ୍ଚା

63

ଭୁବନେଶ୍ୱର: ୧୫ ଦିନ ମଧ୍ୟରେ ଦୁଇ ଜଣ ପୂର୍ବତନ ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷାଙ୍କ ନିଧନ ହୋଇଯାଇଛି। ତନଧ୍ୟରୁ ଜଣେ ମୃଦଳା ସିହ୍ନା ଯିଏ ବିଜେପି ମହିଳା ମୋର୍ଚ୍ଚାର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷା ଥିଲେ। ମୃଦଳା ଗୋଆର ରାଜ୍ୟପାଳ ରହିବା ସହିତ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ମଧ୍ୟ ରହିଥିଲେ। ୨୦୧୪ ସାଧାରଣ ନିର୍ବାଚନ ଅଭିଯାନରେ ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରଭାରୀ ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇଥିଲେ। ଜୀବନରେ ସେ କେବେ କୌଣସି ନିର୍ବାଚନ ଲଢ଼ିନଥିଲେ। ମୃଦଳା ସିହ୍ନା ଜଣେ କ୍ଷୁଦ୍ରଗଳ୍ପ ଲେଖିକା ଭାବରେ ମଧ୍ୟ ବେଶ ପରିଚିତ ଥିଲେ। ଭାରତୀୟ ପରମ୍ପରା ଏବଂ ସାଂସ୍କୃତିକ ଦୃଷ୍ଟିକୋଣ ବାବଦରେ ତାଙ୍କର ଗଭୀର ଜ୍ଞାନ ରହିଥିଲା। ସେ ବିଶେଷ କରି ମହିଳା ମାନଙ୍କ ସହିତ ଏକ ଦୃଢ଼ ସଂଯୋଗ ସ୍ଥାପନ କରି ପାରିଥିଲେ। ସାମାଜିକ କଲ୍ୟାଣ ପାଇଁ ତାଙ୍କର ଏକ ଦୃଢ଼ ଆଗ୍ରହ ଏବଂ ପ୍ରତିବଦ୍ଧତା ରହିଥିଲା।

ସେହିପରି ବିଜେପି ଆଉ ଜଣେ ତା’ର ମହିଳା ମୋର୍ଚ୍ଚା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷା କିରଣ ମାହେଶ୍ୱରୀଙ୍କୁ ମଧ୍ୟ ହରାଇଛି। କିରଣ ମାହେଶ୍ୱରୀ ଜଣେ ସୁସଙ୍ଗଠିକା ସହିତ ମନ୍ତ୍ରୀ, ସାଂସଦ ଏବଂ ବିଧାୟିକା ରହି ସାରିଛନ୍ତି। ଏହି ଦୁଇ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷାଙ୍କ ବିୟୋଗରେ ବିଜେପି ରାଜ୍ୟ କାର୍ଯ୍ୟଳୟରେ ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ସୁରମା ପାଢ଼ୀ, ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ସୁକେଶୀ ଓରାମ ଏବଂ ଅନୀତା ଶୁଭଦର୍ଶିନୀ, ରାଜ୍ୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କାନନବାଳା ପଟ୍ଟନାୟକ ଏବଂ ମନସ୍ମିତା ଖୁଣ୍ଟିଆ, ଡାଃ ଐଶ୍ୱର୍ଯ୍ୟା ବିଶ୍ୱାଳ, ରଶ୍ମିରେଖା ଦାସ, କସ୍ତୁରୀ ମିଶ୍ର, ସୁଜାତା ପାଢ଼ୀ, ରଶ୍ମିମୟୀ ପଟ୍ଟନାୟକ, ଶଶୀପ୍ରଭା ରଥ, ମନ୍ଦାକିନୀ ପାତ୍ର, ସୁବାସିନୀ ପୃଷ୍ଟି, ସଙ୍ଗୀତା ଦାସ ଏବଂ ପୂର୍ଣ୍ଣିମା ଦାସ ପ୍ରମୂଖ ଉପସ୍ଥିତ ଥିଲେ। ଦିବ୍ୟଙ୍ଗତ ନେତ୍ରୀଙ୍କ ଉଦ୍ଦେଶ୍ୟରେ କହିଲା ବେଳେ ଅତୀତର ସ୍ମୃତିଚାରଣ କରି, ଅତୀତର କଥା ମନେ ପକାଇ ସୁରମା ପାଢ଼ୀ ଭାବୁକ ହୋଇ ଯାଇଥିଲେ। ସୁରମା ପାଢ଼ୀଙ୍କ ଭାବୁକତା ଉପରେ କହିବାକୁ ଯାଇ ପ୍ରଭାତୀ ପରିଡ଼ା ମହିଳା ମୋର୍ଚ୍ଚାକୁ ଏକ ପରିବାର ସଦୃଶ ଭାବରେ ବର୍ଣ୍ଣନା କରିଥିଲେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଦିବ୍ୟଙ୍ଗତ ନେତ୍ରୀଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇ ଥିଲା। ଯେଉଁଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଡଃ ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସମ୍ପାଦକ ଅମର ନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ଅଧ୍ୟକ୍ଷା ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୁ ପ୍ରସାଦ ତରାଇ ପ୍ରମୂଖ ଉପସ୍ଥିତ ଥିଲେ।
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.