Home Coronavirus Outbreak AIIMS ରୁ ଘରକୁ ଫେରୁଥିବା ଦୁଇଜଣ ଡାକ୍ତରଙ୍କୁ ଆକ୍ରମଣ – ପୋଲିସ୍ କର୍ମି ଲାଇନ୍ ଆଟାଚ୍

AIIMS ରୁ ଘରକୁ ଫେରୁଥିବା ଦୁଇଜଣ ଡାକ୍ତରଙ୍କୁ ଆକ୍ରମଣ – ପୋଲିସ୍ କର୍ମି ଲାଇନ୍ ଆଟାଚ୍

151

ଭୋପାଳ ୯-୪ (ଓଡ଼ିଆ ପୁଅ) ଭୋପାଳରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ର ଦୁଇଜଣ ପିଜି ଡାକ୍ତରଙ୍କୁ ବୁଧବାର ପୋଲିସ ମାଡ ମାରିଛି। ଏଥିରେ ଜଣେ ପୁରୁଷ ଡାକ୍ତରଙ୍କ ହାତରେ ଆଘାତ ଲାଗିଛି ଏବଂ ଜଣେ ମହିଳା ଡାକ୍ତର ଆହତ ହୋଇଛନ୍ତି।

ରିପୋର୍ଟ ଅନୁଯାୟୀ ପୋଲିସ କର୍ମୀଙ୍କୁ ଏହି ମାମଲାରେ ଲାଇନ୍ ଆଟାଚ୍ କରାଯାଇଛି। ବୁଧବାର ସନ୍ଧ୍ୟାରେ ଡ୍ୟୁଟିରେ ଥିବା ଅନୁଷ୍ଠାନ ନିକଟସ୍ଥ ଏମେରାଲ୍ଡ ପାର୍କ ସିଟି କଲୋନୀରେ ଉଭୟେ ନିଜ ଘରକୁ ଯାଉଛନ୍ତି ବୋଲି AIIMS ର ଫୋରେନସିକ୍ ସାଇନ୍ସ ବିଭାଗର ପିଜି ଡାକ୍ତର ଋତୁପର୍ଣ୍ଣା ଏବଂ ଡକ୍ଟର ଯୁବରାଜ କହିଥିଲେ।

ପୋଲିସ୍ ଯବାନ ଜଣକ ସୋମାନଙ୍କୁ ଅଟକାଇ ପଚାରିଲେ ସେମାନେ କିଏ ଏବଂ ସେମାନେ କେଉଁଆଡ଼କୁ ଯାଉଛନ୍ତି। ଦୁହେଁ ନିଜର ପରିଚୟ ଦେଇଥିଲେ। ସେମାନେ ଘରକୁ ଯାଉଛନ୍ତି ବୋଲି କହିଥିଲେ। କିନ୍ତୁ ଯବାନ କହିଥିଲେଯେ ତାଙ୍କ ପରି ଡାକ୍ତରମାନେ ସାରା ଦେଶରେ କରୋନା ରୋଗ ବିସ୍ତାର କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.