Home ଆନ୍ତର୍ଜାତୀୟ ଭାଇରାଲ ହେଉଛି ଟ୍ରମ୍ପଙ୍କ ଏହି ବାହୁବଳୀ ଭିଡ଼ିଓ – ନିଜେ ରିଟ୍ୱିଟ କରିଛନ୍ତି ଟ୍ରମ୍ପ –...

ଭାଇରାଲ ହେଉଛି ଟ୍ରମ୍ପଙ୍କ ଏହି ବାହୁବଳୀ ଭିଡ଼ିଓ – ନିଜେ ରିଟ୍ୱିଟ କରିଛନ୍ତି ଟ୍ରମ୍ପ – ଦେଖନ୍ତୁ

613

ନୂଆ ଦିଲ୍ଲୀ ୨୩-୨ (ଓଡ଼ିଆ ପୁଅ) ଆମେରୀକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭାରତ ଯାତ୍ରା ଆରମ୍ଭ ହେବାକୁ କିଛି ସମୟ ବାକିଅଛି। ଆମେରିକାର ପ୍ରଥମ ମହିଳା ମିଲେନିୟା ଟ୍ରମ୍ପ ଏବଂ ତାଙ୍କ ଝିଅ ଇବାଙ୍କା ଟ୍ରମ୍ପ ଏବଂ ଜ୍ୱାଇଁ ଜାରେଡ କୁଶନେର ମଧ୍ୟ ଭାରତ ଆସୁଛନ୍ତି। ଏମାନଙ୍କ ବ୍ୟତୀତ ଦୁଇ ଭାରତୀୟ ଅଧିକାରୀ ମଧ୍ୟ ଭାରତ ଗସ୍ତରେ ଆସିବେ। ଏହି ସ୍ୱତନ୍ତ୍ର ଗସ୍ତର ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହାକୁ ନେଇକରି ବିଶେଷ ଉତ୍ସାହିତ ଦେଖାଯାଉଛନ୍ତି। ସେ ଭାରତ ଗସ୍ତ ପୂର୍ବରୁ ଏକ ଭିଡିଓ ରିଟ୍ୱିଟ କରି ଲେଖିଛନ୍ତିଯେ, ଭାରତରେ ସାଙ୍ଗମାନଙ୍କୁ ମିଶିବା ପାଇଁ ଉତ୍ସୁକ ଅଛି। କୁହାଯାଇପାରେଯେ, ଏହି ଭିଡ଼ିଓରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାହୁବଳୀ ଭାବରେ ଦେଖାଯାଇଛି।

୧ ମିନଟ ୨୧ ସେକେଣ୍ଡର ଏହି ଭିଡ଼ିଓରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ରଣକ୍ଷେତ୍ରରେ ଖଣ୍ଡା ଚଲାଉଥିବା ଦେଖାଯାଉଛି। ଟ୍ରମ୍ପଙ୍କୁ ବାହୁବଳୀର ଡ୍ରେସରେ ଦେଖିବେ, ଯେଉଁଥିରେ ସେ ରଣଭୂମିରେ ଶତ୍ରୁମାନଙ୍କୁ ପରାଜୟ କରୁଥିବାର ଦେଖାଯାଉଛନ୍ତି। ଏହି ଭିଡ଼ିଓରେ ତାଙ୍କ ପତ୍ନୀ ମିଲେନିୟା ଟ୍ରମ୍ପ ମଧ୍ୟ ନଜର ଆସୁଛନ୍ତି।

ବ୍ୟାକଗ୍ରାଉଣ୍ଡରେ ଗୀତ ମଧ୍ୟ ବାହୁବଲୀ ଫିଲ୍ମର ବାଜୁଛି। ଏହି ଭିଡ଼ିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଖାଯାଉଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ @solmenes1 ଙ୍କର ଟ୍ୱିଟକୁ ରି-ଟ୍ୱିଟ କରିଛନ୍ତି। ସକାଳ ୪ଟା ବେଳେ କରାଯାଇଥିବା ଏହି ରି-ଟ୍ବିଟକୁ ପ୍ରାୟତଃ ୨୧ ଲକ୍ଷ ଥରରୁ ଅଧିକ ଲୋକ ଦେଖିସାରିଲାଣି। ଏହି ଭିଡ଼ିଓକୁ ଏକ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି ଏବଂ ୨୮ ହଜାରରୁ ଅଧିକ ଲୋକ ରି-ଟ୍ବିଟ ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.