Home Top News ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହେଲେ ଧର୍ମେନ୍ଦ୍ର; କିନ୍ତୁ ନିଜେ ଧରିଲେନି ତ୍ରିରଙ୍ଗା ..

ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହେଲେ ଧର୍ମେନ୍ଦ୍ର; କିନ୍ତୁ ନିଜେ ଧରିଲେନି ତ୍ରିରଙ୍ଗା ..

141

ଭୁବନେଶ୍ୱର: ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ଅବସରରେ ଅଗଷ୍ଟ ୧୩ ରୁ ୧୫ ଯାଏଁ ଦେଶବ୍ୟାପୀ “ହର ଘର ତ୍ରିରଙ୍ଗା” ଅଭିଯାନ ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅଭିଯାନକୁ ସଫଳ କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଆୟୋଜିତ ହୋଇଛି ଏକ “ତ୍ରିରଙ୍ଗା ପଦଯାତ୍ରା”। ଯେଉଁଥିରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଜିଲ୍ଲା ଭୁବନ ଠାରୁ ଶହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମମାଟି ନୀଳକଣ୍ଠପୁର ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଏହି ‘ତ୍ରିରଙ୍ଗା ପଦଯାତ୍ରା’। ଏହାପରେ ଭୁବନ ନୀଳକଣ୍ଠପୁର ସ୍ଥିତ ‘ଶହୀଦ ବୀର ବାଜି ରାଉତ ସ୍ମୃତିପୀଠ’ ପରିସରରେ ଭାରତର ସ୍ୱତନ୍ତ୍ରତା ସଂଗ୍ରାମର ସର୍ବକନିଷ୍ଠ ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସାଢ଼େ ଚାରି କୋଟି ଓଡ଼ିଆ ତଥା ଓଡ଼ିଶାର ଘରେ ଘରେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଓତପ୍ରୋତଃ ଭାବେ ସାମିଲ ହୋଇ ଅଗଷ୍ଟ ୧୩ରୁ ୧୫ ଯାଏଁ ଉତ୍ସାହର ସହ ନିଜ ଘରେ ଜାତୀୟ ପତାକା ଲଗାଇବା ଏବଂ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ସହ ଅଭିଯାନକୁ ସଫଳ କରିବା ବୋଲି ଆହ୍ୱାନ କରିଛନ୍ତି ଧର୍ମେନ୍ଦ୍ର।ତେବେ, ଭୁବନରେ ଆୟୋଜିତ ହୋଇଥିବା ଏହି ‘ତ୍ରିରଙ୍ଗା ପଦଯାତ୍ରା’ରେ ଧର୍ମେନ୍ଦ୍ର ସାମିଲ୍ ହୋଇଥିଲେ ସତ, କିନ୍ତୁ ଧର୍ମେନ୍ଦ୍ରଙ୍କ ହାତରେ କାଇଁ ଦେଖିବାକୁ ମିଳିନଥିଲା ତ୍ରିରଙ୍ଗା। ହାତ ଯୋଡ଼ି, ଅଭିବାଦନ ଗ୍ରହଣ କରି କରି ଆଗରେ ଆଗରେ ଚାଲିଥିଲେ ଧର୍ମେନ୍ଦ୍ର ଏବଂ ତ୍ରିରଙ୍ଗା ଧରି ପଛରେ ଚାଲିଥିଲେ କର୍ମୀ। ତ୍ରିରଙ୍ଗା ପଦଯାତ୍ରା ସତେ ଯେପରି ନିର୍ବାଚନୀ ପ୍ରଚାର ପଦଯାତ୍ରା ଏବଂ ଆଗରେ ନେତା ପଛେ ପଛେ କର୍ମୀ ଜାତୀୟ ପତାକା ନୁହଁ, ଦଳୀୟ ପତାକା ଧରି ଜୟ ଜୟକାର କରି ଯାଉଥିଲା ପରି ଅନୁଭବ ହେଉଥିଲା। ଯେତେବେଳେ କି ପୁରୀ ସଂସଦୀୟ କ୍ଷେତ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ରାଜ୍ୟ ମନ୍ତ୍ରୀ ସାଧ୍ଵୀ ନିରଞ୍ଜନ ଜ୍ୟୋତି ନିଜେ ହାତରେ ତ୍ରିରଙ୍ଗା ଧରି ତ୍ରିରଙ୍ଗା ଯାତ୍ରାରେ ସାମିଲ୍ ହୋଇଥିବା ଦେଖିବାକୁ ମିଳିଥିଲା।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.