Home ଓଡ଼ିଶା ଆଦିବାସୀଙ୍କ ବ୍ୟବସାୟ ବାଣିଜ୍ୟକୁ ଡିଜିଟାଲ କରିବା ପାଇଁ ଟ୍ରାଇଫେଡ୍‌ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରୟାସ

ଆଦିବାସୀଙ୍କ ବ୍ୟବସାୟ ବାଣିଜ୍ୟକୁ ଡିଜିଟାଲ କରିବା ପାଇଁ ଟ୍ରାଇଫେଡ୍‌ଓ ଆଦିବାସୀ ମନ୍ତ୍ରଣାଳୟର ପ୍ରୟାସ

207

– ଆଦିବାସୀ ହାଟରୁ ବିକ୍ରି ହୋଇନଥିବା ଲକ୍ଷାଧିକ ସାମଗ୍ରୀ କିଣିଲା ଟ୍ରାଇଫେଡ୍‌, ସେସବୁକୁ ଅନ୍‌ଲାଇନରେ ରିହାତି ଦରରେ ବିକ୍ରି କରିବ

ନୂଆଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଅଧୀନ ଟ୍ରାଇଫେଡ୍‌ସଂସ୍ଥା ଏକ ଡିଜିଟାଇଜେସନ ଅଭିଯାନ ଆରମ୍ଭ କରିଛି, ଯାହା ଜନଜାତି ବର୍ଗଙ୍କ ବେପାର ବଣିଜକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ। ଏବେ ଦୁନିଆରେ ସବୁ ଜିନିଷର କାରବାର ଅନ୍‌ଲାଇନ ବ୍ୟବସ୍ଥାରେ ହେଉଥିବାରୁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ସେଥିରେ ଯେପରି ଉଚିତ ପ୍ରତିନିଧିତ୍ୱ ପାଏ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ଏକ ଅତ୍ୟାଧୁନିକ ଇ-ପ୍ଲାଟଫର୍ମ ତିଆରି ହୋଇଛି। ଆନ୍ତର୍ଜାତିକ ମାନର ସାମଗ୍ରୀଗୁଡିକୁ ବାଛି ଏହାକୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଦିବାସୀ ଉତ୍ପାଦକମାନଙ୍କର ନାମ, ଧାମ ଏବଂ ଆଦିବାସୀ କାରିଗରଙ୍କ ଠିକଣା ଆଦି ମଧ୍ୟ ସଂଗ୍ରହ କରାଯାଇ ଏହି ବ୍ୟବସ୍ଥାରେ ଯୋଡାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ବାହାର ଦୁନିଆକୁ ଆଦିବାସୀ ବଜାର ସହ ଯୋଡିବା ଏବଂ ଇ-କମର୍ସ ବ୍ୟବସ୍ଥାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର କାରବାରକୁ ପ୍ରୋତ୍ସାହିତ କରିବା। ବନଧନ ଯୋଜନାରେ ସଂପୃକ୍ତ ଥିବା ସବୁ ବନବାସୀ, ସେମାନଙ୍କ ଗାଁ, ହାଟ, ଗୋଦାମ ଏବଂ ଉତ୍ପାଦିତ ସାମଗ୍ରୀ ଆଦି ସଂପର୍କରେ ଯେଉଁସବୁ ତଥ୍ୟ ରହିଛି ସେସବୁକୁ ଟ୍ରାଇଫେଡ୍‌ଏବେ ଡିଜିଟାଇଜ କରୁଛି। ଏଥିପାଇଁ ଜିଆଇଏସ୍‌ଟେକ୍‌ନୋଲଜିକୁ ମଧ୍ୟ ବ୍ୟବହାର କରାଯାଉଛି। ଆଦିବାସୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାରେ ସ୍ୱାବଲମ୍ବୀ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ବର୍ତ୍ତମାନର ଏହି ଅସ୍ଥିର ସମୟରେ ପ୍ରଧାନମନ୍ତ୍ରୀଙ୍କ ସ୍ଥାନୀୟତାକୁ ପ୍ରାଥମିକତା ନୀତି (ଗୋ ଭୋକାଲ ଫର୍‌ଲୋକାଲ) ମନ୍ତ୍ରରେ ପରିଣତ ହୋଇଛି। ସେହି ଆଧାରରେ ଏବେ ମେରା ବନ, ମେରା ଧନ୍‌, ମେରା ଉଦ୍ୟମ୍‌ନୀତି ଆପଣେଇ ଟ୍ରାଇଫେଡ୍‌ସ୍ଥାନୀୟତାକୁ ଅଗ୍ରାଧିକାର ଦେଇ ଉପଜାତି ଲୋକଙ୍କ ଆଡେ ମୁହାଁଇଛି। ଏଥିପାଇଁ ନାନାବିଧ ପଦକ୍ଷେପ ଗ୍ରହଣ କରାଯାଇ ଅସୁବିଧାରେ ଥିବା ଆଦିବାସୀମାନଙ୍କ ଅବସ୍ଥାରେ ଉନ୍ନତି ଆଣିବାକୁ ଉଦ୍ୟମ ଚାଲିଛି। ଟ୍ରାଇଫେଡ୍‌ର ଉଦ୍ୟମକ୍ରମେ ନିକଟ ଅତୀତରେ ଅନେକ ଆଦିବାସୀ ପରିବାର ନିଯୁକ୍ତି ଓ ରୋଜଗାର ସୁବିଧା ପାଇଛନ୍ତି।

କରୋନା ମହାମାରୀର ମୁକାବିଲା ପାଇଁ ହଠାତ୍‌ଲକ୍‌ଡାଉନ ଲାଗୁ ହେବାରୁ ବିଭିନ୍ନ ଆଦିବାସୀ କାରିଗରଙ୍କ ଦ୍ୱାରା ଉତ୍ପାଦିତ ପ୍ରାୟ ଏକଶହ କୋଟି ଟଙ୍କାର ସାମଗ୍ରୀ ବିକ୍ରି ନ ହୋଇ ପଡିରହିଛି। ଏହିସବୁ ସାମଗ୍ରୀର ବିକ୍ରିବଟା କରି ସଂପୃକ୍ତ ଆଦିବାସୀଙ୍କ ପରିବାର ପାଖରେ ଏହାର ମୂଲ୍ୟ ପହଞ୍ଚାଇବାକୁ ଟ୍ରାଇଫେଡ୍‌ଇତିମଧ୍ୟରେ ଏକଲକ୍ଷ ସାମଗ୍ରୀ କିଣିସାରିଛି। ଏସବୁ ସାମଗ୍ରୀକୁ ଯଥେଷ୍ଟ ରିହାତି ମୂଲ୍ୟରେ ଅନ୍‌ଲାଇନରେ ବିକ୍ରି କରିବା ପାଇଁ ଟ୍ରାଇଫେଡ୍‌ଉଦ୍ୟମ ଚଳାଇଛି। ଏଥିପାଇଁ ଟ୍ରାଇବ୍‌ସ ଇଣ୍ଡିଆ ୱେବସାଇଟ, ଆମାଜନ, ଫ୍ଲିପକାର୍ଟ ଏବଂ ଜିଇଏମ୍‌ପ୍ଲାଟଫର୍ମକୁ ମଧ୍ୟ ବ୍ୟବହାର କରାଯାଉଛି।

ଚାରିମାସ ଧରି କରୋନା ମହାମାରୀ ବିପତ୍ତି ଲାଗିରହିଛି। ସାରା ଦେଶ ଏହାଦ୍ୱାରା ପ୍ରଭାବିତ ହୋଇଛି। ଏହା ସତ୍ତ୍ୱେ ଲୋକେ ସେମାନଙ୍କର ଜୀବିକା ଅର୍ଜନର ସୂତ୍ର ପୁଣି ଧରିବା ପାଇଁ ଉଦ୍ୟମ କରୁଥିବାବେଳେ ଟ୍ରାଇଫେଡ୍‌ର ଯୋଦ୍ଧାମାନେ ଆଦିବାସୀମାନଙ୍କୁ ଏହି ଦୁର୍ଦ୍ଦିନରେ ସାହାଯ୍ୟ କରି ବିକାଶର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ଉଦ୍ୟମ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.