Home ଓଡ଼ିଶା ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକା; କରୋନା କାଳରେ ମଧ୍ୟ ଜଣଙ୍କର ଘଣ୍ଟାକୁ ଆୟ ୯୦...

ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକା; କରୋନା କାଳରେ ମଧ୍ୟ ଜଣଙ୍କର ଘଣ୍ଟାକୁ ଆୟ ୯୦ କୋଟି !

175

ନୂଆଦିଲ୍ଲୀ: କରୋନା କାଳରେ ଅର୍ଥନୈତିକ କାର୍ଯ୍ୟକଳାପ ଏକ ପ୍ରକାର ଠପ୍ ହୋଇଯାଇଥିବା ବେଳେ ଭାରତରେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ଘଣ୍ଟାକୁ ଆୟ ୯୦ କୋଟି। ସେ ଆଉ କେହି ନୁହେଁ ସେ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଆରଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଗତ ମାର୍ଚ୍ଚରେ ଲକଡାଉନ୍ ଲାଗୁ ହେବା ପରଠାରୁ ସେ ଘଣ୍ଟା ପ୍ରତି ୯୦ କୋଟି ଟଙ୍କା ରୋଜଗାର କରିଛନ୍ତି। ହୁରାନ୍ ଇଣ୍ଡିଆ ରିଚ୍ (ଧନୀ) ତାଲିକା ୨୦୨୦ରେ କ୍ରମାଗତ ନବମ ବର୍ଷ ପାଇଁ ଅମ୍ବାନୀ ଶୀର୍ଷ ସ୍ଥାନ ଅଧିକାର କରି ଭାରତର ଶ୍ରେଷ୍ଠ ଧନୀ ହୋଇ ରହିଛନ୍ତି।

ଘଣ୍ଟାକୁ ଆୟ ୯୦ କୋଟି –

ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ମୋଟ ଆୟ ହେଉଛି ୬,୫୮,୪୦୦ କୋଟି ଟଙ୍କା। ଗତ ୯ ବର୍ଷରେ ଅମ୍ବାନୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ୨,୭୭,୭୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। କେବଳ ଯେ ଭାରତର ନୁହେଁ, ଅମ୍ବାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଦୁନିଆର ଚତୁର୍ଥ ଧନୀ ବ୍ୟକ୍ତି ହୋଇପାରିଛନ୍ତି। ଗତ ଏକ ବର୍ଷରେ ତାଙ୍କର ମୋଟ ସମ୍ପତ୍ତି ୭୩ ପ୍ରତିଶତ ବୃଦ୍ଧି ପାଇଛି। ଅମ୍ବାନୀ ଏକ ମାତ୍ର ଭାରତୀୟ ଯିଏକି ବିଶ୍ୱର ଶ୍ରେଷ୍ଠ ପାଞ୍ଚ ଧନ କୁବରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଯେଉଁମାନଙ୍କର ସମ୍ପତ୍ତି ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ୧୦୦୦ କୋଟି କିମ୍ବା ତା’ଠାରୁ ଅଧିକ ଥିଲା ସେମାନଙ୍କ ନାମ ହୁରୁନ୍ ଇଣ୍ଡିଆ ରିଚ୍ ତାଲିକାରେ ଅନ୍ତର୍ଭୁକ୍ତ। ଏହି ତାଲିକାରେ ୮୨୮ ଜଣ ଭାରତୀୟ ସ୍ଥାନ ପାଇଛନ୍ତି। ମୁକେଶ ଅମ୍ବାନୀ ଏହି ତାଲିକାରେ ଏକ ନମ୍ବରରେ ଥିବା ବେଳେ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଲଣ୍ଡନରେ ଅବସ୍ଥିତ ହିନ୍ଦୁଜା ବ୍ରଦର୍ସ (ଏସପି ହିନ୍ଦୁଜା, ସେମାନଙ୍କ ତିନି ଭାଇଙ୍କ ସହ)। ତାଙ୍କର ମୋଟ ସମ୍ପତ୍ତି ୧,୪୩,୭୦୦ କୋଟି ଟଙ୍କା ରହିଛି। ତୃତୀୟ ସ୍ଥାନରେ ଏଚସିଏଲ୍ ସଂସ୍ଥାପକ ଶିବ ନାଦର ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧,୪୧,୭୦୦ କୋଟି ଟଙ୍କା। ଚତୁର୍ଥ ସ୍ଥାନରେ ଗୌତମ ଅଦାନୀ ଏବଂ ତାଙ୍କ ପରିବାର ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧,୪୦,୨୦୦ କୋଟି ଟଙ୍କା ରହିଛି। ୱିପ୍ରୋର ଅଜିମ ପ୍ରେମଜୀ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧,୧୪,୪୦୦ କୋଟି ଟଙ୍କା ରହିଛି। ଆଭେନ୍ୟୁ ସୁପରମାର୍ଟସର ପ୍ରତିଷ୍ଠାତା ରାଧାକୀଶାନ୍ ଦାମନୀ ଏହି ତାଲିକାରେ ପ୍ରଥମ ଥର ପାଇଁ ଦେଶର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି। ସେ ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି।

ଭାରତର ଶ୍ରେଷ୍ଠ ୧୦ ଧନୀ –

୧- ମୁକେଶ ଅମ୍ବାନୀ
କମ୍ପାନୀ- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍
ମୋଟ ସମ୍ପତ୍ତି- ୬,୫୮,୪୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୭୩%
୨- ହିନ୍ଦୁଜା ବ୍ରଦର୍ସ
କମ୍ପାନୀ- ହିନ୍ଦୁଜା
ମୋଟ ସମ୍ପତ୍ତି- ୧,୪୩,୭୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୨୩%
୩- ଶିବ ନାଦାର ଏବଂ ପରିବାର
କମ୍ପାନୀ- ଏଚସିଏଲ୍
ମୋଟ ସମ୍ପତ୍ତି- ୧,୪୧,୭୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୩୪%
୪- ଗୌତମ ଆଦାନୀ ଏବଂ ପରିବାର
କମ୍ପାନୀ: ଆଦାନୀ
ମୋଟ ସମ୍ପତ୍ତି- ୧,୪୦,୨୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୪୮%
୫- ଅଜିମ୍ ପ୍ରେମଜୀ ଏବଂ ପରିବାର
କମ୍ପାନୀ- ୱିପ୍ରୋ
ମୋଟ ସମ୍ପତ୍ତି- ୧,୧୪,୪୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୨%
୬- ସାଇରସ୍ ଏସ୍ ପୁନାୱାଲା
କମ୍ପାନୀ- ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ
ମୋଟ ସମ୍ପତ୍ତି- ୯୪,୩୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୬%
୭- ରାଧାକୀଶନ୍ ଦାମନୀ ଏବଂ ପରିବାର
କମ୍ପାନୀ- ଆଭେନ୍ୟୁ ସୁପରମାର୍ଟସ୍
ମୋଟ ସମ୍ପତ୍ତି- ୮୭,୨୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୫୬%
୮- ଉଦୟ କୋଟାକ୍
କମ୍ପାନୀ- କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ
ମୋଟ ସମ୍ପତ୍ତି- ୮୭,୦୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୮%
୯- ଦିଲୀପ ଶାଙ୍ଗଭି
କମ୍ପାନୀ- ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍
ମୋଟ ସମ୍ପତ୍ତି- ୮୪,୦୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୧୭%
୧୦- ସାଇରସ୍ ପାଲୋଞ୍ଜୀ ମିସ୍ତ୍ରୀ
କମ୍ପାନୀ- ଶାପୁରଜୀ ପାଲୋଞ୍ଜୀ
ମୋଟ ସମ୍ପତ୍ତି- ୭୦,୦୦୦ କୋଟି
୨୦୧୯ ପରଠାରୁ ଧନବୃଦ୍ଧି ପରିମାଣ- ୯%।
/- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.