Home Top News ଏ ଭିଡ଼ିଓରେ ଆପଣ କହିପାରିବେ କି କାହାର ଭୁଲ୍‌? ହାତୀ ଦଳିଦେଲା, ପ୍ରାଣ ଚାଲିଗଲା –...

ଏ ଭିଡ଼ିଓରେ ଆପଣ କହିପାରିବେ କି କାହାର ଭୁଲ୍‌? ହାତୀ ଦଳିଦେଲା, ପ୍ରାଣ ଚାଲିଗଲା – କିନ୍ତୁ ଭୁଲ କାହାର?

136

ନୂଆ ଦିଲ୍ଲୀ ୨୮ ଜୁଲାଇ (ଓଡ଼ିଆ ପୁଅ) ହାତୀ ଦଳ ତ ତାଙ୍କ ବାଟରେ ଯାଉଥିଲେ। ତାଙ୍କୁ ରଗେଇବାର ଆବଶ୍ୟକତା କ’ଣ ଥିଲା? କ୍ରୋଧିତ ହାତୀ ଜଣେ ବ୍ୟକ୍ତିଙ୍କୁ ଦଳିଦେଲା, ପ୍ରାଣ ଚାଲିଗଲା। ହେଲେ ଏ ପରି ଭୁଲ କ’ଣ ପାଇଁ। ଏହିପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆସାମର ଚା ବଗିଚା କର୍ମଚାରୀଙ୍କ ହାତୀ ପଲକୁ ଥଟ୍ଟା କରିବା ପରେ ଗୋଟିଏ ହାତୀ ରାଗିଯାଇଥିଲା। ଏହା ପରେ ଗୋଡ଼େଇ ଗୋଡ଼େଇ ଜଣେ କର୍ମଚାରୀକୁ ଦଳିଦେଲା।

ଭିଡିଓରେ ଚା ’ବଗିଚା କର୍ମଚାରୀମାନେ ଏକ ହାତୀ ପଲକୁ ଥଟ୍ଟା କରୁଥିବା ଦେଖିବାକୁ ମିଳୁଛି ଯାହା ଶାନ୍ତ ଭାବରେ ରାସ୍ତା ପାର ହେଉଥିଲେ। ବାଇଗଣୀ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ହାତୀ ଆଡକୁ ବ୍ୟାଗ ହଲାଇ ହାତୀମାନଙ୍କୁ ଉତ୍ତେଜିତ କରୁଥିବା ଦେଖିବାକୁ ମିଳୁଛି। ହାତୀମାନଙ୍କ ମଧ୍ୟରୁ ଗୋଟିଏ ହାତୀ ବିରକ୍ତ ହୋଇ ଲୋକଙ୍କୁ ଗୋଡ଼ାଇଲା।

ଲୋକମାନେ ହାତୀଠାରୁ ଦୌଡ଼ି ପଳାଇବା ଆରମ୍ଭ କରିଥିବାବେଳେ ଜଣେ ବ୍ୟକ୍ତି ଭୂମିରେ ପଡ଼ିଯାଇଥିଲା ବିଶାଳ କ୍ରୋଧିତ ହାତୀ ଉକ୍ତ ବ୍ୟକ୍ତିକୁ ଦଳି ଦେଇଥିଲା।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପରଭୀନ କାସୱାନ ସେୟାର କରିଛନ୍ତି ଏବଂ ଏହି ଦୁଃଖଦ ଘଟଣା ପାଇଁ ଦାୟୀ କିଏ ଦର୍ଶକଙ୍କୁ ପଚାରିଛନ୍ତି।

ତେବେ ଉକ୍ତ ବ୍ୟକ୍ତିଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଭ୍ୟୁ ହାସଲ କରିଛି ଏବଂ ଲୋକମାନେ ଏପରି ଦାୟିତ୍ତ୍ୱହୀନ କାର୍ଯ୍ୟ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.