Home ଓଡ଼ିଶା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

72

ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ) ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ କିଛି ଦିନ ତଳେ ତାଙ୍କୁ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଅସୁସ୍ଥ ଥିଲେ ଏବଂ ବ୍ରନ୍‌ ଷ୍ଟ୍ରୋକ କାରଣରୁ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିୟିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତାଙ୍କୁ ଆଇସିୟୁରେ ରଖାଯାଇଥିଲା।

ବିଷ୍ଣୁ ଦାସ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଜଗତସିଂହପୁର ନିର୍ବାଚନମଣ୍ଡଳୀରୁ ୫ ଥର ଏବଂ ତିର୍ତ୍ତାଲରୁ ଥରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ରାଜ୍ୟରେ ଗଣଶିକ୍ଷା ମନ୍ତ୍ରୀ ଥିଲେ। ସେ ଅଳ୍ପ କିଛି ମାସପାଇଁ ରାଜ୍ୟସଭା ସଦସ୍ୟ ଥିଲେ। ସେ ମଧ୍ୟ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମନ୍ତ୍ରୀ ଏବଂ ବିଧାୟକ ଶୋକ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.