Home ଅପରାଧ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ

621

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଏହାସହ ୫୦ଟି ବିଭିନ୍ନ ସ୍ଥାନରେ ବିଷ୍ଫୋରଣ କରିବାକୁ ମଧ୍ୟ ଧମକ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଳିଦାସ ମାର୍ଗରେ ଅବସ୍ଥିତ ଏକ ବଙ୍ଗଳାରେ ରୁହନ୍ତି। କଲ୍ ସେଣ୍ଟରକୁ ଆସିଥିବା ଏପରି ଧମକ ପରେ ଲକ୍ଷ୍ନୋୖର କାଳିଦାସ ମାର୍ଗରେ ଏକ ହାଇ ଆଲର୍ଟ କରାଯାଇଛି। ସୁରକ୍ଷା ବୃଦ୍ଧି ସହିତ ବମ୍ ସ୍କ୍ୱାର୍ଡ ଏବଂ ଡଗ୍ ସ୍କ୍ୱାର୍ଡ ସହାୟତାରେ ଅନୁସନ୍ଧାନ କରାଯାଉଛି।

କୁହାଯାଉଛି ଯେ ଡାଏଲ୍ -୧୧୨କୁ ଫୋନ୍ କରି ଏପରି ଧମକ ଦିଆଯାଇଛି। କିଏ ଫୋନ୍ କରିଛି ଏବଂ କେଉଁଠାରୁ କଲ କରାଯାଇଛି, ତାହା ଜାଣିବାକୁ ପୋଲିସ ଚେଷ୍ଟା କରୁଛି। ଫୋନ୍ କଲର ସତ୍ୟତା ଜଣାପଡ଼ିବା ପର୍ଯ୍ୟନ୍ତ କାଳିଦାସ ମାର୍ଗର ସୁରକ୍ଷା କଡ଼ାକଡ଼ି କରାଯାଇଛି। କାଳିଦାସ ମାର୍ଗରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବ୍ୟତୀତ କ୍ୟାବିନେଟ ମନ୍ତ୍ରୀ ଶ୍ରୀକାନ୍ତ ଶର୍ମା ଏବଂ ଅନ୍ୟ କେତେକ ମନ୍ତ୍ରୀଙ୍କ ସରକାରୀ ବାସଭବନ ରହିଛି।

ଗତ ମାସରେ କାମରନ ନାମକ ଜଣେ ବ୍ୟକ୍ତି ଉତ୍ତରପ୍ରଦେଶ ପୋଲିସର ସୋସିଆଲ ମିଡିଆ ହେଲ୍ପଡେସ୍କକୁ ଫୋନ୍ କରି ସିଧାସଳଖ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲା। ତେବେ ମୁମ୍ବାଇରେ ରହୁଥିବା ଏହି ବ୍ୟକ୍ତିକୁ ମହାରାଷ୍ଟ୍ର ଏଟିଏସ୍ ଉଠାଇ ନେଇଥିଲା। ୨୫ ବର୍ଷୀୟ ଅଭିଯୁକ୍ତ କାମରନ ଏବେ ଉତ୍ତରପ୍ରଦେଶ ପୋଲିସର ଏସଟିଏଫ୍ କବ୍ଜାରେ ଅଛି। ପଚରାଉଚରା ବେଳେ କାମରନ କହିଥିଲା ଯେ ଯୋଗୀ ଆଦିତ୍ୟନାଥଙ୍କୁ ଧମକ ଦେବା ବଦଳରେ ତାକୁ ଏକ କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦିଆଯାଇଥିଲା। ତେବେ ତାଙ୍କୁ ଟଙ୍କା ପ୍ରଦାନ କରିବାକୁ କହିଥିବା ବ୍ୟକ୍ତି କିଏ ବୋଲି କାମରନ ପ୍ରକାଶ କରିନାହିଁ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.