Home ଓଡ଼ିଶା ସଭାନେତ୍ରୀ ଅଛନ୍ତି, ଦୁଇ ଦୁଇ ଜଣ ପ୍ରଭାରୀ ବି ଅଛନ୍ତି: କିନ୍ତୁ, କମିଟି ନାହିଁ ..

ସଭାନେତ୍ରୀ ଅଛନ୍ତି, ଦୁଇ ଦୁଇ ଜଣ ପ୍ରଭାରୀ ବି ଅଛନ୍ତି: କିନ୍ତୁ, କମିଟି ନାହିଁ ..

31

ଭୁବନେଶ୍ୱର: ବିଜେପି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅଛନ୍ତି, ପ୍ରଭାରୀ ବି ଅଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ଜିଲ୍ଲା କମିଟି ହୋଇପାରି ନାହିଁ। ଯୁବମୋର୍ଚ୍ଚା ସଭାପତିଙ୍କୁ ହଟାଇ ଦିଆଯିବା ପରେ ନୂତନ ସଭାପତି ଘୋଷଣା ହୋଇଥିଲା। ଆଉ ଏବେ ନିକଟରେ ଜିଲ୍ଲା ଯୁବମୋର୍ଚ୍ଚା ଟିମ୍ ଘୋଷଣା କରାଯାଇଥିଲା। ତେବେ, ତାହା ବି କ’ଣ କୁଆଡ଼େ ଆଂଶିକ ଥିଲା! କାର୍ଯ୍ୟକାଳ ସରିବାକୁ ବସିଲାଣି, କିନ୍ତୁ ଏ’ ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚା ଟିମ୍ ଗଠନ ହୋଇପାରି ନାହିଁ। ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ବ୍ୟତୀତ ଏଠାରେ ମହିଳା ମୋର୍ଚ୍ଚା ପାଇଁ ଜଣେ ରାଜ୍ୟ ତରଫରୁ ଆଉ ଜଣେ ଜିଲ୍ଲା ତରଫରୁ ଏପରି ଦୁଇ ଦୁଇ ଜଣ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। କିନ୍ତୁ ମହିଳା ମୋର୍ଚ୍ଚା ଟିମ୍ ଗଠନ ହୋଇପାରି ନାହିଁ। ବଡ଼ କଥା ହେଲା ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚାର ଜଣେ ବରିଷ୍ଠ ଉପାଧ୍ୟକ୍ଷା ପ୍ରଭାରୀ ନିଯୁକ୍ତ ହୋଇଛନ୍ତି। ସେ ଅନ୍ୟଙ୍କୁ ପରାମର୍ଶ ଦେଉଛନ୍ତି, କିନ୍ତୁ ନିଜ ଉପରେ ଥିବା ଦାୟିତ୍ୱ ତୁଲାଇ ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା କମିଟି ଗଠନ କରାଇବାରେ ନିଜେ ବିଫଳ ହୋଇଛନ୍ତି। ଟିମ୍ ତ’ ନାହିଁ, ସେ ଦୁଇ ଦୁଇ ଜଣ ପ୍ରଭାରୀ କାହାର, କ’ଣ ସଭାନେତ୍ରୀଙ୍କ ପ୍ରଭାରୀ (ଇନଚାର୍ଜ) ବୋଲି ଜିଲ୍ଲା ସଙ୍ଗଠନ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଆଲୋଚନା ଚାଲିଛି। ସେହିପରି ଜିଲ୍ଲା ସଭାନେତ୍ରୀ କ୍ଷମତା ବିକେନ୍ଦ୍ରିକରଣ ନକରି ନିଜକୁ କ୍ଷମତା କେନ୍ଦ୍ର କରି ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି ଆଲୋଚନା ହେଉଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.