Home ଓଡ଼ିଶା ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ବିଦ୍ୟୁତରେ ରେଳ ଚାଲିବ

ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ବିଦ୍ୟୁତରେ ରେଳ ଚାଲିବ

61

ନୟାଗଡ଼, ୧୨ା୧୨ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ଷ୍ଟେସନ ପର୍ଯ୍ୟନ୍ତ ବିଦ୍ୟୁତରେ ଟ୍ରେନ ଚଳାଚଳ ପାଇଁ କାର୍ଯ୍ୟ ତ୍ୱରାନ୍ନିତ ହୋଇଛି। ନୟାଗଡ଼ ପର୍ଯ୍ୟନ୍ତ ଟ୍ରେନ ଲାଇନ୍‌ରେ ପ୍ରାୟ ବିଦ୍ୟୁତ ଖୁଂଟ ପୋତା ଶେଷ ପର୍ଯ୍ୟାୟରେ ପହଂଚିଛି। ଏହି ବିଦ୍ୟତକରଣ କାର୍ଯ୍ୟ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯିବା ଲକ୍ଷ୍ୟଧାର୍ଯ୍ୟ ଥବା ଜଣାପଡ଼ିଛି। ବିଦ୍ୟୁତକରଣ କାର୍ଯ୍ୟ ଶେଷ ହେବା ପରେ ଏଠାରୁ ବିଭିନ୍ନ ସ୍ଥାନକୁ ରେଳ ଚଳାଚଳ କରିବ ବୋଲି ଆଶା କରାଯାଉଛି। ଖୋର୍ଦ୍ଧାରୋଡ଼ରୁ ନୟାଗଡ଼ ପର୍ଯ୍ୟନ୍ତ ଯେଉଁ ଡିଜେଲ ଇଂଜିନ ଆସୁଥିଲା ବିଦ୍ୟୁତକରଣ ପରେ ଏଠାକୁ ବିଦ୍ୟୂତ ଇଂଜିନ ଆସିବ। ଖୋର୍ଦ୍ଧରୋଡ଼ ଠାରେ ଡିଜେଲ ଇଂଜିନ ବଦଳେଇ ବିଦ୍ୟୁତ ଇଂଜିନ ବଦଳାଇବାକୁ ଯେଉଁ ଅଧିକ ସମୟ ଲାଗୁଥିଲା ଏବଂ ଯାତ୍ରୀମାନଙ୍କୁ ସେଠାରେ ଅଧିକ ସମୟ ରହିବାକୁ ପଡ଼ୁଥିଲା ଆଉ ସେ ଅସୁବିଧା ହେବ ନାହିଁ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିଦ୍ୟୁତକରଣ ହେବା ପରେ ନୟାଗଡ଼ଟାଉନରୁ ବିଶାଖାପାଟଣା, ପଲାସା, ଖଡ଼ଗପୁର ଓ ବ୍ରହ୍ମପୁର ଆଦି ସ୍ଥାନକୁ ଟ୍ରେନ ଚଳାଚଳ କରିବାର ସମ୍ଭାବନା ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.