Home Top News ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଗତ ଚିଠା ପ୍ରସ୍ତାବ ..

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଆଗତ ଚିଠା ପ୍ରସ୍ତାବ ..

55

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ କିଛି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଛି। ଆଗତ ଚିଠା ପ୍ରସ୍ତାବ ଅନୁଯାୟୀ, ଅଭ୍ୟାସଗତ ଯୋଜନା ଚୋରୀ ଏବଂ କୁଶାସନରୁ ନଜର ହଟାଇବା ପାଇଁ ଚିରାଚରିତ ଅଭ୍ୟାସ ଅନୁଯାୟୀ ୫–ଟି ବିଭାଗ ନାଁ’ରେ ନୂଆ ଭେଳିକି କରିବାରେ ଲାଗିଛନ୍ତି ରାଜ୍ୟ ସରକାର। ମିଥ୍ୟାପ୍ରଚାର ଆଢୁଆଳରେ ସତ୍ୟକୁ ଲୁଚାଇବାକୁ ଚାହାନ୍ତି ରାଜ୍ୟ ସରକାର। ବାସ୍ତବ ସ୍ଥିତି ସମଗ୍ର ରାଜ୍ୟବାସୀଙ୍କୁ ଚିନ୍ତିତ ଓ ବ୍ୟଥିତ କରୁଛି। ୫- ଟି ବିଭାଗର ସଫଳତାର ଡିଣ୍ଡିମ ପିଟୁଥିବା ବାସ୍ତବ ସ୍ଥିତି ହେଉଛି କିଶୋରନଗର ଥାନା ପରିସରରେ ନ୍ୟାୟ ଆଶାରେ ଥିବା ବ୍ୟକ୍ତିର ଆତ୍ମାହୁତି। ପ୍ରାକୃତିକ ଜଳସଂପଦ ପରିପୂର୍ଣ୍ଣ ଓଡ଼ିଶା ରାଜ୍ୟରେ ରାଜ୍ୟବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବା ଚାଷୀଙ୍କୁ ଚାଷପାଇଁ ଆବଶ୍ୟକୀୟ ବ୍ୟବସ୍ଥା ହୋଇପାରି ନାହିଁ। ୫- ଟି ବ୍ୟବସ୍ଥା କେବଳ ଧୁଆଁବାଣ।

ଦୁର୍ଦ୍ଦିନରେ ଓଡ଼ିଶାର ଚାଷୀକୁଳ –
ଦେଶ ଅର୍ଥ ବ୍ୟବସ୍ଥାରେ କୃଷି ହେଉଛି ମେରୁଦଣ୍ଡ। ସର୍ବଭାରତୀୟ ସ୍ତରରେ ଚାଷୀଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦୨୪୮ ଟଙ୍କା ହୋଇଥିବାବେଳେ, ଓଡ଼ିଶାରେ ଚାଷୀର ଆୟ ମାତ୍ର ୫୧୧୨ ଟଙ୍କା। ଏହା ହିଁ ଓଡିଶାର ଚାଷୀକୁଳଙ୍କ ସ୍ଥିତିକୁ ସ୍ପଷ୍ଟ ବର୍ଣ୍ଣନା କରୁଛି। ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ କ୍ରମାଗତ ଭାବେ ଧାନ ସମେତ ଅନ୍ୟାନ୍ୟ ଫସଲର ସର୍ବନିମ୍ନ ସହାୟକ ମୁଲ୍ୟ ବୃଦ୍ଧି କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୦୪୦ ଟଙ୍କାରେ ପହଁଚିଲାଣି। “ମିଲର- ଦଲାଲ୍‌- ରାଜ୍ୟସରକାର”ଙ୍କ ମଧୁଚନ୍ଦ୍ରିକା କାହାକୁ ଅଛପା ନାହିଁ, ଏବଂ ଏହି କାରଣରୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଶସ୍ୟର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି। ଦୀର୍ଘ ଦିନ ଧରି ଦାବି ଓ ଆନ୍ଦୋଳନ ସତ୍ୱେ ଅସଜଡା ‘ଧାନମଣ୍ଡି ଓ ଟୋକନ ବ୍ୟବସ୍ଥା’କୁ ସଜାଡ଼ିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର ପଠାଉଥିବା ଅଖା, ଶ୍ରମ, ପରିବହନ ଖର୍ଚ୍ଚ ମଧ୍ୟ ଏଠି ଚାଷୀ ପାଉ ନାହିଁ। ପିଏମ କିଷାନ ଯୋଜନାରେ ରାଜ୍ୟର କୃଷକମାନେ ଆର୍ଥକ ସହାୟତା ପାଇବାରେ ମୁଖ୍ୟ ବାଧକ ସାଜିଛନ୍ତି ରାଜ୍ୟ ସରକାର। ସଠିକ୍ ତାଲିକା ଦେଉନଥିବାରୁ ୧୮ ଲକ୍ଷରୁ ଉର୍ଦ୍ଧ୍ୱ ଓଡ଼ିଶାର ଚାଷୀ ବାର୍ଷିକ ୬୦୦୦ ଟଙ୍କାର ସହାୟତା ରାଶି ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟ ସରକାର ଓ ବୀମା କମ୍ପାନୀର ମଧୁଚନ୍ଦ୍ରିକା କାରଣରୁ ଚାଷିକୁ ନିଜ କ୍ଷତିପୁରଣ ରାଶି ମିଳୁ ନାହିଁ। ଦେଶରେ ଉପଲବ୍ଧ ଥିବା ଜଳର ୧୧ ପ୍ରତିଶତ ଜଳ ଓଡ଼ିଶାରେ ଅଛି। ଏହା ସତ୍ତ୍ୱେ ରାଜ୍ୟର ପ୍ରତି ବ୍ଲକ୍‌କୁ ୩୫% ଜଳସେଚିତ କରିବା ପାଇଁ ଶାସକ ବିଜେଡିର ଘୋଷଣା ଚାଷୀକୁଳ ପ୍ରତି ପରିହାସରେ ପରିଣତ ହୋଇଛି। ନିର୍ବାଚନ ଆସିଲେ ‘ନୂତନ ଜଳପ୍ରକଳ୍ପ’ ଘୋଷଣା କରି ଦୀର୍ଘ ୨୨ ବର୍ଷ ଧରି ନିର୍ବାଚନ ବୈତରଣୀ ପାରି ହେଉଥିବା ଶାସକ ବିଜେଡି ଓଡ଼ିଶାବାସିଙ୍କୁ କେବଳ ଭୁଆଁ ବୁଲାଇ ଚାଲିଛି। ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅନେକ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ବର୍ଷ ବର୍ଷ ଧରି ଗଡ଼ି ଚାଲିଛି। ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେଉନଥିବାରୁ ଖର୍ଚ୍ଚ ମଧ୍ୟ ୪୨୦୦ ପ୍ରତିଶତକୁ ପହଞ୍ଚିଲାଣି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନାର ଅର୍ଥ ଖର୍ଚ୍ଚ ନହୋଇ ରାଜ୍ୟ ସରକାରଙ୍କ ପାଖରେ ପଡ଼ିରହିଛି।

ଆଇନ୍ ଶୃଙ୍ଖଳା ଉଦ୍‌ବେଗଜନକ –
ପ୍ରତିଦିନ ହାରାହାରି ୪ ଧର୍ଷଣ, ଅପହରଣ ଓ ଗତ ୫ ବର୍ଷ ଭିତରେ ୨୭ ହଜାର ଶିଶୁ ନିଖୋଜ ଘଟଣା ଓଡ଼ିଶାର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ପ୍ରତିଫଳିତ କରିଛି। ରାଜ୍ୟ ପୋଲିସ ହାତବାରିସୀ ସାଜି ଶାସକ ବିଜେଡି ସପକ୍ଷରେ ଭୋଟ୍ ହାତେଇବାର ଦାୟୀତ୍ୱକୁ ସୁଚାରୁ ରୂପେ ପାଳନ କରୁଛି। କିନ୍ତୁ ସାଧାରଣ ଜନତା ପୋଲିସଠାରୁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। କଟକ ଜିଲ୍ଲା କିଶୋରନଗର ଥାନା ପରିସର ଭିତରେ ଆତ୍ମହୁତି ଦେଇ ପ୍ରାଣ ହରାଇଥିବା ଘଟଣା ଏହାକୁ ସ୍ପଷ୍ଟ ପ୍ରମାଣିତ କରିଛି। ବିଜେପିର କ୍ରମାଗତ ଆନ୍ଦୋଳନ ପରେ ରାଜ୍ୟ ସରକାର ବାଧ୍ୟ ହୋଇ ୪ ଅଭିଯୁକ୍ତ ବିଜେଡି ନେତାଙ୍କୁ ମନ୍ତ୍ରୀମଣ୍ଡଳରୁ ବିଦା କରିଲେ। କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପରୀ, ମମିତା, ମାହାଙ୍ଗା ଟ୍ରିପଲ ମର୍ଡର, ଏସିଏଫ ସୈାମ୍ୟ ରଂଜନଙ୍କ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ନିର୍ଭୟରେ ବାହାରେ ବୁଲୁଥିବା କାରଣରୁ ଆଇନକାନୁନ୍ ଉପରେ ଜନସାଧାରଣଙ୍କ ଆସ୍ଥା ହ୍ରାସ ପାଇ ଚାଲିଛି। ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର ଏବଂ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ବାଧୁଛି ବିଦ୍ୟୁତ୍ ଦର –
ରାଜ୍ୟର ୯୨ ଲକ୍ଷ ବିଜୁଳି ଉପଭୋକ୍ତାଙ୍କୁ ପ୍ରତାରଣା କରିଛି ଓଡ଼ିଶା ସରକାର । ରାଜ୍ୟରେ ୫୫୦୦ ମେଗାୱାଟ୍ ବିଜୁଳିର ଆବଶ୍ୟକତା ଥିବାବେଳେ ଉତ୍ପାଦନ ହେଉଛି ୬୫୦୦ ମେଗାୱାଟ୍। ତଥାପି ବିଜୁଳି କାଟ୍। ବିଜୁଳି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟ ହୋଇଥିବା ସତ୍ତ୍ୱେ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ବିଜୁଳି ଦର ବହୁ ଅଧିକ। ରାଜ୍ୟରେ ଉତ୍ପାଦିତ ବିଜୁଳିକୁ ଅନ୍ୟ ରାଜ୍ୟ ମାନଙ୍କୁ କମ୍ ଦରରେ ବିକ୍ରି କରି ରାଜ୍ୟର ଆବଶ୍ୟକତାକୁ ପୁରଣ କରିବା ପାଇଁ ଅଧିକ ଦରରେ କିଣି ରାଜ୍ୟବାସୀଙ୍କ ଉପରେ ବିଜୁଳି ବୋଝ ଲଦି ଦେଉଛନ୍ତି ରାଜ୍ୟ ସରକାର। କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ଜରିଆରେ ବିଦ୍ୟୁତ୍ ବିଭାଗକୁ ଓଡ଼ିଶା ସରକାର ଟାଟା କମ୍ପାନୀକୁ ବିନା ଟେଣ୍ଡରରେ ହସ୍ତାନ୍ତର କରିବା ପରେ ଆକାଶ ଛୁଆଁ ବିଦ୍ୟୁତ୍ ଦର ବଢ଼ି ଯାଇଥିବାରୁ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ଭିତରେ ତୀବ୍ର ଅସନ୍ତୋଷ ବ୍ୟାପିବାରେ ଲାଗିଛି। ବିଦ୍ୟୁତ୍ ଦରବୃଦ୍ଧି ୮୦ ଭାଗ ଚାଷୀଙ୍କ ଜଳସେଚନକୁ ପ୍ରଭାବିତ କରୁଛି। ତେଣୁ ତୁରନ୍ତ ବିଦ୍ୟୁତ୍ ଦର ହ୍ରାସ କରାଯାଉ। କେନ୍ଦ୍ର ସରକାରଙ୍କ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ପ୍ରତ୍ୟେକ ଗାଁ’କୁ ବିଜୁଳି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିଲେ ମଧ୍ୟ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ବହୁଚର୍ଚ୍ଚିତ ଉପରବେଡା ଗ୍ରାମ ଭଳି ଅନେକ ଗ୍ରାମ ଆଜି ମଧ୍ୟ ଅନ୍ଧକାରରେ ରହିଛି।

ଧ୍ୱଂସାଭିମୁଖୀ ଶିକ୍ଷା ବ୍ୟବସ୍ଥା –
ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ୫-ଟି ନାମକୁ ମାତ୍ର ବୋଲି ଖୋଦ୍ ଶିକ୍ଷାମନ୍ତ୍ରୀ ସ୍ୱୀକାର କରିଛନ୍ତି। ତିନିକ ପଣିକିଆ ପଞ୍ଚମ ଶ୍ରେଣୀର ଛାତ୍ରଟି ନକହି ପାରିବା କାରଣରୁ ନିଜେ ଗଣଶିକ୍ଷାମନ୍ତ୍ରୀ ଶିକ୍ଷକଙ୍କୁ ଦଣ୍ଡବିଧାନ କରି ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଘଣ୍ଟ ଘୋଡ଼ାଇବାର ଉଦ୍ୟମ କରିଛନ୍ତି। ରାଜ୍ୟରେ ୬୧୯୩ ସରକାରୀ ହାଇସ୍କୁଲରୁ ୧୮୦୦ରୁ ଉର୍ଦ୍ଧ୍ୱ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ଉଚ୍ଚଶିକ୍ଷା କଥା ନକହିବା ଭଲ।ରାଜ୍ୟ ସରକାର ସମ୍ବିଧାନର ଧାରା ୧୪, ୧୫ ଓ ୧୬ର ଖୋଖୋଲି ଉଲଂଘନ କରି ନିର୍ବାଚିତ ବିଧାୟକ ତଥା କ୍ୟାବିନେଟ ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀମାନଙ୍କୁ ରବର ଷ୍ଟାମ୍ପ କରିବା ସହିତ ସେମାନଙ୍କ ନିଷ୍ପତ୍ତି ନେବାର ଅଧିକାରକୁ ସଙ୍କୁଚିତ କରି ବ୍ୟୁରୋକ୍ରାଟମାନଙ୍କ ନିଷ୍ପତି ନେବା ଅଧିକାରକୁ ପକ୍କା କରି ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଛନ୍ତି। ଶିକ୍ଷକ, ଶ୍ରେଣୀ ଗୃହ, ବିଦ୍ୟାଳୟ ଭିତିଭୁମି, ଛାତ୍ରଛାତ୍ରୀଙ୍କ ପାଇଁ କ୍ରୀଡା ଭିତିଭୁମିର ଅଭାବରେ ଚାଲିଛି ରାଜ୍ୟର ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ରୁପାନ୍ତରିତ ନାମରେ ବ୍ୟାପକ ଅର୍ଥ ହରିଲୁଟ କରୁଛନ୍ତି ଶାସକ ବିଜେଡିର ନେତା ଓ କର୍ମୀ। ଶିକ୍ଷକମାନେ ବର୍ଷ ତମାମ୍ ରାଜଧାନୀରେ ନ୍ୟାର୍ଯ୍ୟ ହକ୍ ଦାବୀ କରି ଆନ୍ଦୋଳନରତ, କିନ୍ତୁ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ। ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ଚଳିତ ବର୍ଷ ରାଜ୍ୟର ୪୪୦୦୦ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମେଟ୍ରିକ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଅତ୍ୟନ୍ତ ଲଜ୍ଜାଜନକ। ୮୫ ତମ ସମ୍ବିଧାନ ସଂଶୋଧନ କରି କେନ୍ଦ୍ର ସରକାର ଜନସଂଖ୍ୟା ଆଧାରରେ ସଂରକ୍ଷଣ ଦେବାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଅନୁସୁଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ୩୮ ପ୍ରତିଶତ। ରାଜ୍ୟ ସରକାର ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ମାତ୍ର ୨୦ ପ୍ରତିଶତ (୮+୧୨) ସଂରକ୍ଷଣ ରଖିଛନ୍ତି। ତେଣୁ ଏହି ବଞ୍ଚିତ ବର୍ଗଙ୍କ ପାଇଁ ୩୮ ପ୍ରତିଶତ ସଂରକ୍ଷଣ ପ୍ରଦାନ କରନ୍ତୁ।

ଦୁର୍ନୀତିର ଗନ୍ତାଘର ଓଡ଼ିଶା –
ମୁଖ୍ୟମନ୍ତ୍ରୀଙ୍କ ‘ପିସି ବନ୍ଦ୍‌’ ତାଗିଦ୍ କେବଳ ପ୍ରଚାର ସର୍ବସ୍ୱ। ବ୍ୟାପକ ଦୁର୍ନୀତି କାରଣରୁ ରାଜ୍ୟର ବିକାଶ ବାଧାପ୍ରାପ୍ତ ହୋଇଛି। ଜେଇ ସାଜିଛି ଠିକାଦାର। ବିନା ଟେଣ୍ଡରରେ ହେଉଛି କୋଟି କୋଟି ଟଙ୍କାର କାମ। ଶାସକ ବିଜେଡିର ନେତା ଓ ପ୍ରଶାସନର ମଧୁଚନ୍ଦ୍ରିକା କାରଣରୁ ହରିଲୁଟ୍ ହେଉଛି କେନ୍ଦ୍ର ପଠାଉଥିବା ବ୍ୟାପକ ଅର୍ଥ। ଯେଉଁଠି ଚାହିଁଲେ କେବଳ ଦୁର୍ନୀତି। ମଣିଷ ବଦଳରେ ମେସିନ୍ ଦ୍ୱାରା କାମ କରାଇ ବ୍ୟାପକ ଅର୍ଥ ଆତ୍ମସାତ୍ ହେଉଥିବାବେଳେ ନିରୀହ ଶ୍ରମିକଟି ଭୋକ ଉପାସରେ ରହୁଛି । ନରେଗା ଅର୍ଥକୁ ହଡ଼ପ୍ କରି ଶାସକ ବିଜେଡିର ନେତା ଓ ମନ୍ତ୍ରୀ ହେଉଛନ୍ତି କୋଟିପତି। ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ କେନ୍ଦ୍ରରୁ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳକୁ ସିଧାସଳଖ କେନ୍ଦ୍ରୀୟ ଅନୁଦାନ ଆସୁଥିବାବେଳେ ଦୁର୍ନୀତି କାରଣରୁ ବିକାଶ କାର୍ଯ୍ୟ ହୋଇପାରୁ ନାହିଁ।

କୁପୋଷଣରେ ଓଡ଼ିଶା ପ୍ରଥମ –
ମହିଳା ଓ ଶିଶୁ କୁପୋଷଣରେ ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ପ୍ରଥମ। ମୁଖ୍ୟମନ୍ତ୍ରୀ ବିଦେଶକୁ ଯାଇ ଖାଦ୍ୟ ନିରାପତାର ଡିଣ୍ଡିମ ପିଟୁଥିବାବେଳେ ରାଜ୍ୟର ୬୪.୩୦ ପ୍ରତିଶତ ମହିଳା ଏବଂ ୬୪.୨ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର। ୩୧ ପ୍ରତିଶତ ଶିଶୁ ଅତ୍ୟନ୍ତ ଦୁର୍ବଳ, ୨୦ ପ୍ରତିଶତ ମଧୁମେହ ରୋଗର ଶିକାର, ୨୦.୪ ପ୍ରତିଶତ ଶିଶୁଙ୍କୁ ଆବଶ୍ୟକୀୟ ସୁଷମ ଖାଦ୍ୟ ମିଳୁ ନାହିଁ।

ଲଘୁ ଖଣିଜ ଚୋରୀ –
“ପ୍ରଶାସନ- ମାଫିଆ- ବିଜେଡି ନେତା”ଙ୍କ ମଧୁଚନ୍ଦ୍ରିକା କାରଣରୁ ବାଲି, ମାଟି, ମୋରମ୍‌, ଗୋଡ଼ି ଆଦି ଲଘୁଜାତ ଖଣିଜ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ଏବଂ ସାଧାରଣ ଲୋକ ହନ୍ତସନ୍ତ। ‘ଓଡ଼ିଶା ସ୍ୟାଣ୍ଡ୍ ପଲିସି-୨୦୨୧’ ନାମକୁ ମାତ୍ର। ରାଜ୍ୟ ସରକାର ଜାଣିଶୁଣି ଏହାର କାର୍ଯ୍ୟକାରୀ ନକରାଇବା କାରଣରୁ ବାଲି ମାଫିଆ- ପ୍ରଶାସନ ମଧୁଚନ୍ଦ୍ରିକାରେ ବ୍ୟାପକ ଅର୍ଥ ଲୁଟ୍ ହେବା ସହିତ ରାଜସ୍ୱ କ୍ଷତି ଘଟୁଛି। ଲଘୁ ଖଣିଜ ଚୋରୀକୁ ରୋକ୍ ଲଗାଇବା ପରିବର୍ତ୍ତେ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା –
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ରେ ୨.୧୩ ଲକ୍ଷ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ୧୬.୮୫ ବାସଗୃହ (ସର୍ବମୋଟ ୧୮.୯୮ ଲକ୍ଷ) ନିର୍ମାଣ ହୋଇସାରିଥିବାବେଳେ ମଞ୍ଜୁର ପ୍ରାପ୍ତ ବଳକା ୮.୧୭ ଲକ୍ଷ ବାସଗୃହ ରାଜ୍ୟ ସରକାରଙ୍କ ହୀନ ଚକ୍ରାନ୍ତ କାରଣରୁ ନିର୍ମାଣ ସମ୍ଭବ ହୋଇପାରି ନାହିଁ। ଏପରିକି ଆଜି ପର୍ଯ୍ୟନ୍ତ ପାଖାପାଖି ୪୨ ପ୍ରତିଶତ ଘର ସଂପୂର୍ଣ୍ଣ ହୋଇପାରି ନାହିଁ। ଭୁମିହୀନ ଲୋକଙ୍କୁ ସରକାରୀ ଜାଗାରେ ଘରଡିହ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବାର ପ୍ରାବଧାନ ଅନ୍ୟ ରାଜ୍ୟ ମାନଙ୍କରେ ଦୃତ ଗତିରେ ଆଗକୁ ଯାଉଥିବାବେଳେ ଓଡ଼ିଶା ସରକାର ସ୍ଥାଣୁ ସାଜିଛନ୍ତି। ଏହି ଜନବିରୋଧୀ କାର୍ଯ୍ୟକୁ ଆମେ ବିରୋଧ କରୁଛୁ।

ପାନୀୟ ଜଳ (ଜଳଜୀବନ ମଶିନ) –
୨୦୨୪ ମସିହା ସୁଦ୍ଧା ସମସ୍ତ ଘରକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୋଦି ସରକାର ପ୍ରତିଶୃତିବଦ୍ଧ ଏବଂ ଏହାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ପଞ୍ଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ୫୦୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସିଥିବା ସତ୍ତ୍ୱେ ରାଜ୍ୟର ସର୍ବାଧିକ ପରିବାର ବର୍ତ୍ତମାନ ମଧ୍ୟ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି। ଓଡ଼ିଶାରେ ୪୨ ଲକ୍ଷ ଘରକୁ (ସମୁଦାୟ ଆବଣ୍ଟିତର ମାତ୍ର ୪୮ ପ୍ରତିଶତ) ପାନୀୟ ଜଳ ଯୋଗାଇ ଦିଆଯାଇଛି ଏବଂ ଓଡ଼ିଶାର ୫୬ ପ୍ରତିଶତ ଗ୍ରାମାଞ୍ଚଳରେ ଏବଂ ୩୩ ପ୍ରତିଶତ ବିଦ୍ୟାଳୟରେ ବର୍ତ୍ତମାନ ସୁଦ୍ଧା ପାନୀୟ ଜଳ ବ୍ୟବସ୍ଥା ହୋଇନାହିଁ।

ମହିଳା ସଶକ୍ତୀକରଣ ହୋଇଛି ବାଟବଣା –
ସମାଜର ୫୦ ପ୍ରତିଶତ ହେଉଛନ୍ତି ମହିଳା। ୨୩ବର୍ଷ ଧରି ନିରଙ୍କୁଶ ଭାବରେ ଶାସନ କରି ଆସୁଥିବା ବିଜୁ ଜନତା ଦଳ ମହିଳା ସଶକ୍ତିକରଣ ନାଁ’ରେ ମହିଳା ଶୋଷଣ ନୀତି ଆପଣାଇଛି। ମହିଳା ମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ ଜାତୀୟ ଜୀବିକା ମିଶନ ଜରିଆରେ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନା ଗ୍ୟାରେଣ୍ଟିରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ମାତ୍ର ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତିକୁ ଶାସକ ଦଳ ନିଜ ଦଳୀୟ କାର୍ଯ୍ୟରେ ଅଧିକ ବ୍ୟବହାର କରୁଥିବାରୁ ମହିଳା ସଶକ୍ତିକରଣର ମୂଳ ଲକ୍ଷ୍ୟ ବ୍ୟାହତ ହୋଇଛି। ଡିପିଏମ (ଡିଷ୍ଟିଟ ପ୍ରୋଜେକ୍ଟ ମ୍ୟାନେଜର), ବିପିଏମ (ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର), ଏମବିକେ, ସିଆରପି ମାନଙ୍କୁ ରାଜନୈତିକ କର୍ମୀଭାବେ ଶାସକ ଦଳ ପାଇଁ ଭୋଟ ସଂଗ୍ରହ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଆଜି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି। ଭାରତରେ ସହରାଞ୍ଚଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ମଧ୍ୟରୁ ୯୯ ଜଣ ବେରୋଜଗାର ଥିବାବେଳେ ଓଡ଼ିଶାରେ ସେମାନଙ୍କ ସଂଖ୍ୟା ୧୦୦୦ ରେ ୨୧୯। ରାଜ୍ୟରେ ମହିଳାଙ୍କ ସ୍ୱାକ୍ଷରତା ହାର ୬୪.୦୧ ପ୍ରତିଶତ ଏବଂ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ୧୩ ତମ ସ୍ଥାନରେ ରହିବା ଶିକ୍ଷାର ଅବ୍ୟବସ୍ଥାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଆଜି ସୁଦ୍ଧା ବି ମହିଳା ସଶକ୍ତୀକରଣର ନାରା ଦେଉଥିବା ସରକାରଙ୍କ ଅମଳରେ ପାଖାପାଖି ୭୦ ପ୍ରତଶି ତଏସ.ଏଚ୍‌.ଜି. ଗୃପ ମାନଙ୍କ ପାଖରେ ରୋଜଗାରର ପନ୍ଥା ନାହିଁ। ଏଭଳି ଦୁର୍ଭାଗ୍ୟଜନକ ସ୍ଥିତିକୁ ସଜାଡିବା ପାଇଁ ରାଜ୍ୟ ସରକାରଙ୍କ ଇଚ୍ଛାଶକ୍ତି ନାହିଁ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା –
ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ। ୧୮ଟି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଆଇସିୟୁ ନାହିଁ। ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ। ୪୦% ଊର୍ଦ୍ଧ୍ୱ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନାହାଁନ୍ତି। ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାର ସ୍ଥାନ ୧୮ ତମ ଅଛି ଏବଂ ପ୍ରତି ଲୋକ ପିଛା ସ୍ୱାସ୍ଥ୍ୟ ପାଇଁ ମାତ୍ର ୧୫୦୧ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଜାତୀୟ ହାର ୧୯୪୪ ଟଙ୍କା ଖର୍ଚ୍ଚ ହୋଇଛି। ଓଡ଼ିଶାରେ ଲକ୍ଷେ ଲୋକଙ୍କ ପାଇଁ ମାତ୍ର ହାରାହାରି ୫୯ଟି ଶଯ୍ୟା ରହିଛି।

ନିଯୁକ୍ତି ଶୁନ୍: ଶ୍ରମିକଙ୍କ ଭରସା ଅନ୍ୟ ରାଜ୍ୟ –
କମ୍ପାନୀମାନଙ୍କର ଦଲାଲି କାରବାରରେ ବିଜୁ ଜନତା ଦଳର ନେତା ମନ୍ତ୍ରୀ ବ୍ୟସ୍ତ। ନିଯୁକ୍ତି ପାଇଁ ଶିଳ୍ପ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିବା ସତ୍ତ୍ୱେ ଶିଳ୍ପପତିଙ୍କ ଠାରୁ ଶାସକ ବିଜେଡି ଅନୁଗ୍ରହୀତ ହେଉଥିବା କାରଣରୁ ସ୍ଥାନୀୟ ନିଯୁକ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରଚାର କରାଯାଉଥିଲେ ମଧ୍ୟ ପସ୍କୋ ଭଳି ଅନେକ ଶିଳ୍ପାନୁଷ୍ଠାନ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଓଡ଼ିଶା ମାଟିରୁ ଫେରିଯାଉଛନ୍ତି। ରାଜ୍ୟରେ ନିଯୁକ୍ତି ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି। ଲକ୍ଷ ଲକ୍ଷ କୁଶଳୀ କାରିଗର ନିଜର ପେଟ ପାଟଣା ପାଇଁ ଅନ୍ୟ ରାଜ୍ୟର ଭରସାରେ ଜୀବନ ବିତାଉଛି। ଓଡ଼ିଶାର ମାଟି, ପାଣି, ପବନ, ଖଣି ଓ ଖାଦାନ ଉପରେ ନିର୍ଭର କରି ରାଜ୍ୟରେ ଅନେକ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହୋଇଥିବା ସତ୍ତ୍ୱେ ଓଡ଼ିଆ ପୁଅ ଏଠି ବେକାର ବସିଛି। ୧୫ ଲକ୍ଷରୁ ଅଧିକ ଓଡ଼ିଆ ଯୁବକ ଯୁବତୀ ଆଜି ଚାକିରି ପାଇଁ ନାମ ପଞ୍ଜିକୃତ କରି ନିରାଶ ହୋଇଛନ୍ତି। ରାଜ୍ୟରେ ଡାଉନ ଷ୍ଟ୍ରିମ ଶିଳ୍ପ ତିଆରି ହେଉ ନାହିଁ। ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାମାନଙ୍କୁ ନିଯୁକ୍ତି କଥା କହିବାକୁ ରାଜ୍ୟ ସରକାରଙ୍କ ଦମ୍ ନାହିଁ। ରାଜ୍ୟର ଯୁବକ କୁଆଡ଼େ ଯିବେ? ହରିୟାନା ରାଜ୍ୟ ଭଳି ଓଡ଼ିଶା ସରକାର ସ୍ଥାନୀୟ ନିଯୁକ୍ତି ପାଇଁ ଅଧିନିୟମ ପ୍ରଣୟନ କରି ଏହାକୁ କଡ଼ାକଡ଼ି କରିବାକୁ ଆମେ ଦାବୀ କରୁଛୁ।

ଓବିସି ବର୍ଗକୁ ବିଶ୍ୱାସଘାତକତା –
ଦୀର୍ଘ ଦିନ ଧରି ଉପେକ୍ଷିତ ହୋଇ ଆସୁଥିବା ଓଡ଼ିଶାର ୫୪ ପ୍ରତିଶତ ଓବିସି ବର୍ଗ ସହ ବିଶ୍ୱାସଘାତକତା କରିଛନ୍ତି ରାଜ୍ୟ ସରକାର। କ୍ରମାଗତ ହୀନ ଷଡ଼ଯନ୍ତ୍ର ରଚି ରାଜ୍ୟର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରାଯାଉଛି। ରାଜ୍ୟରେ ପଛୁଆ ବର୍ଗଙ୍କ ସଂଖ୍ୟା ନିରୁପଣ କରିବା ଦାୟୀତ୍ୱ ରାଜ୍ୟ ସରକାରଙ୍କ ହୋଇଥିବାବେଳେ ଓବିସି ତାଲିକା ନଥିବା କହି ଗତ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣକୁ ବାତିଲ କଲେ ରାଜ୍ୟ ସରକାର। ବିଧାନସଭାରେ ସଂକଳ୍ପ ପାରିତ ହେବା ଏବଂ ଓବିସି କମିଶନଙ୍କ ବାରମ୍ବାର ଚିଠି ଲେଖିବା ସତ୍ୱେ ରାଜ୍ୟ ସରକାର ଜାଣିଶୁଣି ନୀରବ ରହିବା ଦୁର୍ଭାଗ୍ୟଜନକ। ମଧ୍ୟପ୍ରଦେଶ ସରକାରଙ୍କଠାରୁ କୈାଣସି ଶିକ୍ଷା ନପାଇନଥିବା ରାଜ୍ୟ ସରକାରଙ୍କ ଜିଦ୍ କାରଣରୁ ଓବିସି ବର୍ଗ ନିର୍ବାଚନ ଲଢିବାରୁ ବଞ୍ଚିତ ହେଲେ। ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ଓଡ଼ିଶା ରାଜ୍ୟ ସରକାର ମନ୍ଦ ଉଦ୍ଦେଶ୍ୟ କାରଣରୁ ଓବିସି ବର୍ଗ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ଚିତ ହୋଇଛନ୍ତି।

ମହାନଦୀ ସମେତ ଅନ୍ୟାନ୍ୟ ନଦୀ ସମସ୍ୟା –
ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ମହାନଦୀ ସୁରକ୍ଷା ପାଇଁ ଲଢ଼େଇ କରିବାର ନାଟକ କରୁଥିବା ବିଜେଡିର ସ୍ୱର ହୋଇଛି କ୍ଷୀଣ। ମହାନଦୀ ସମେତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଦୀ ଆଜି ଶୁଷ୍କ ହୋଇପଡ଼ିଛି। ମୈାସୁମୀ ବର୍ଷା ଜଳ ରୋକି, ଏହାକୁ ବ୍ୟବହାର ଉପଯୋଗୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ। ଶିଳ୍ପାନୁଷ୍ଠାନ ଗୁଡ଼ିକ ପ୍ରତି ମାତ୍ରାଧିକ ଅହେତୁକ ଅନୁକମ୍ପା କାରଣରୁ ଅଣମୋସୁମୀ ସମୟରେ ସାଧାରଣ ଲୋକଠାରୁ ଆରମ୍ଭ କରି ଚାଷୀକୁଳ ପ୍ରଭାବିତ ହେଉଛନ୍ତି। ଓଡ଼ିଶାବାସୀ ପାଣି ପାଇବାରୁ ହେଉଛନ୍ତି ବଞ୍ଚିତ।

ସମବାୟ ସଂସ୍ଥା ଅଚଳାବସ୍ଥା –
ରାଜ୍ୟର ସମବାୟ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବେ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି। ପଞ୍ଚାୟତ ଓ ପୈାର ନିର୍ବାଚନ ଭଳି ସମବାୟ ନିର୍ବାଚନକୁ ମଧ୍ୟ ଚଞ୍ଚକତା କରି ହାତେଇବାର ହୀନ ପ୍ରୟାସ କରିବା ଦ୍ୱାରା ସମବାୟ ବ୍ୟବସ୍ଥା ସଂପୂର୍ଣ୍ଣ ଧୁଳିସାତ ହେବାକୁ ଯାଉଛି। ଚଳିତ ସମବାୟ ନିର୍ବାଚନରେ ପ୍ରାଥମିକ ସ୍ତରରେ ହେଉଥିବା ଲ୍ୟାମ୍ପ୍‌ସ ଓ ପ୍ୟାକ୍ସ ନିର୍ବାଚନରେ ଶାସକ ବିଜେଡି ସରକାରୀ କର୍ମଚାରୀଙ୍କ ସହାୟତାରେ ନିର୍ବାଚନକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିବା ସହିତ ଚାଷୀମାନଙ୍କୁ ଧୋକା ଦେଉଛି। ଏପରିକି ସାଧାରଣ ଚାଷୀଟି ସମବାୟ ନିର୍ବାଚନରେ ଭୋଟଦାନରୁ ବଞ୍ଚିତ ହେବାକୁ ଯାଉଛି। ବିଜେଡି ସମର୍ଥିତ ଚାଷୀ ଋଣ ଖିଲାପକାରୀ ହୋଇଥିଲେ ମଧ୍ୟ ନିର୍ବାଚନ ଆଇନ ଉଲଘଂନ କରି ନିର୍ବାଚନ ଲଢ଼ିବାର ସୁଯୋଗ ଦିଆଯାଇଅଛି। ଶାସକ ବିଜେଡି ନେତା ଓ ମନ୍ତ୍ରୀମାନଙ୍କ ପ୍ରରୋଚନାରେ ନିର୍ବାଚନ ଅଧିକାରୀ ଦାୟୀତ୍ୱରେ ଥିବା ସରକାରୀ କର୍ମଚାରୀ ମାନେ ପ୍ରତ୍ୟକ୍ଷ ଭାବେ ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କୁ ସହାୟତା କରିବା ଦ୍ୱାରା ସାଧାରଣ ପ୍ରାର୍ଥୀଟିଏ ନାମାଙ୍କନ କରିବାରେ ବିଫଳ ହେଉଛନ୍ତି। ସୋସାଇଟିର ଋଣ ଖିଲାପକାରୀ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀପତ୍ରକୁ ନାକଚ କରାନଯିବା ସମବାୟ ନିର୍ବାଚନ ନିୟମକୁ ଉଲ୍ଲଂଘନ କରୁଛି। ନିର୍ବାଚନ ଅଧିକାରୀ ସ୍ଥଳ ବିଶେଷରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର କାୟାମ ରଖିବାବେଳେ ବିରୋଧି ମାନଙ୍କ ନାମାଙ୍କନ ନାକଚ କରିବା ଏକ ସଂପୂର୍ଣ୍ଣ ଅସାମ୍ବିଧାନିକ ବ୍ୟବସ୍ଥା।

ରାଜ୍ୟ ସରକାରଙ୍କ ଅର୍ଥନୈତିକ କୁପରିଚାଳନା –
ରାଜ୍ୟରେ ବିଜୁ ଜନତା ଦଳ ସରକାରର ଅର୍ଥନୈତିକ କୁପରିଚାଳନା ଅର୍ଥନୀତି ପାଠ୍ୟପୁସ୍ତକର ଏକ ବିସ୍ମିତ ଅଧ୍ୟାୟ ହେବାକୁ ବସିଲାଣି । ଯାହାକୁ A host of contradiction and a plethora of confusion ବୋଲି ଆଖ୍ୟାୟିତ କରାଯାଇପାରିବ। ରାଜ୍ୟ ସରକାର ନିରବିଚ୍ଛନ ଭାବରେ ବଜେଟର ଆକାର ବୃଦ୍ଧି ଘଟାଉଥିବାର ଡିଣ୍ଡିମ ପିଟୁଛନ୍ତି। ମାତ୍ର ପ୍ରକୃତ ପକ୍ଷରେ ବଜେଟର ଶତାଂଶ ହିସାବରେ ବାସ୍ତବ ବ୍ୟୟ କ୍ରମାଗତ ଭାବରେ ହ୍ରାସ ପାଇଚାଲିଛି। ସେହିପରି ପୁଞ୍ଜି ଖର୍ଚ୍ଚର ଅନୁପାତ ଧାରାବାହିକ ଭାବେ ହ୍ରାସ ପାଇବା ଶୁଭ ସୁଚନା ନୁହେଁ। କମ୍ ପୁଞ୍ଜି ଖର୍ଚ୍ଚ ଅର୍ଥନୀତିର ଘରୋଇ ନିବେଶ ଆତ୍କୃଷ୍ଟ କ୍ଷମତା ହ୍ରାସ କରେ। ମଜୁରୀ ହାର କମ୍ ରଖେ ଓ ଶ୍ରମଶକ୍ତିର ଯୋଗଦାନ ହ୍ରାସ ପାଏ। ବାଟମାରଣ ପାଇଁ ଦ୍ୱାର ଉନ୍ମୁକ୍ତ ହୋଇଯାଏ। ହିତାଧିକାରୀଙ୍କ ବାସ୍ତବ ସଶକ୍ତୀକରଣ ହୋଇ ପାରେ ନାହିଁ। ତାହା ହିଁ ଘଟୁଛି ଓଡ଼ିଶା କ୍ଷେତ୍ରରେ। ବଳକା ରାଜସ୍ୱ ରାଜ୍ୟ ହୋଇ ମଧ୍ୟ ମଂଜୁରୀପ୍ରାପ୍ତ ୪୯୫୦୦ ସରକାରୀ ପଦପଦବୀ ଖାଲିପଡ଼ିଛି।
/-Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.