Home ଓଡ଼ିଶା ଆଦିବାସୀଙ୍କ ଶାଳମଞ୍ଜି ବିକିବା ସଂକ୍ରାନ୍ତରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଆଦିବାସୀଙ୍କ ଶାଳମଞ୍ଜି ବିକିବା ସଂକ୍ରାନ୍ତରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା

103

ଭୁବନେଶ୍ୱର ୧୮.୬ (ଓଡ଼ିଆ ପୁଅ) – ଏବେ କରୋନା ପାଇଁ ପାହାଡ ଜଙ୍ଗଲରେ ଯେଉଁ ଆଦିବାସୀ ଭାଇମାନେ ରୁହନ୍ତି ଏହି ଖରାଦିନେ ତାଙ୍କର ଗୋଟେ ଉପାର୍ଜନ ହୁଏ ବିଭିନ୍ନ ପ୍ରକାର ମଞ୍ଜି ସଂଗ୍ରହ କରି ବିଶେଷ କରି ଶାଳ ମଞ୍ଜି ସଂଗ୍ରହ କରନ୍ତି। ସେହି ଅନୁସାରେ ସରକାର ନିଷ୍ପତି କରିଛନ୍ତି ଯେ ତାଙ୍କଠୁ କେଜି ପିଛା ୨୦ ଟଙ୍କାରେ ନିଆଯିବ ବୋଲି। କିନ୍ତୁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯେଉଁଠି ଜଙ୍ଗଲ ଅଛି ସେଠି ବର୍ତମାନ ବେପାରିମାନେ ୮ଟଙ୍କାରୁ ୧୦ଟଙ୍କା ଭିତରେ କିଣି ପ୍ରାୟ ରାୟପୁରକୁ ସବୁ ମାଲ ପଠାଉଛନ୍ତି। କିନ୍ତୁ ସରକାର ନିରବଦ୍ରଷ୍ଟା ରହିଛନ୍ତି। ଯଦି ଆଦିବାସୀମାନଙ୍କ ପ୍ରତି ସରକାରଙ୍କ ଦରଦ ଅଛି ତାହାଲେ ତୁରନ୍ତ ପଦକ୍ଷେପ ନେଇ ସରକାର ନିର୍ଣ୍ଣୟ କରିଥିବା ନିର୍ଦ୍ଧାରିତ ମୂଲ୍ୟରେ ସେମାନେ ଯେପରି ବିକିବେ ତାର ସୁ ବ୍ୟବସ୍ଥା କରନ୍ତୁ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.