Home ଓଡ଼ିଶା ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାରଙ୍କ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କଲେ ପିସିସି ସଭାପତି

ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାରଙ୍କ ଆକ୍ରମଣ ଘଟଣାର ତୀବ୍ର ନିନ୍ଦା କଲେ ପିସିସି ସଭାପତି

156

ଭୁବନେଶ୍ୱର ୧-୧୦ (ଓଡ଼ିଆ ପୁଅ) – ଉତରପ୍ରଦେଶର ହାଥରସ୍ ଦଳିତ ନାବାଳିକା ମନିଷା ବାଲ୍ମିକିକୁ ଗଣଦୁର୍ଷ୍କମ କରାଗଲା ଏବଂ ରାତି ଅଧରେ ଯେପରି ପୋଲିସ ଦ୍ୱାରା ଶବ ସଂସ୍କାର କରାଗଲା ଏହା ଏକ ଉଦ୍‌ବେଗଜନକ ପ୍ରଶ୍ନ ବୋଲି ପିସିସି ସଭାପତି ପ୍ରେସ ବାର୍ତ୍ତାରେ କହିଛନ୍ତି। ଏହା ଏକ ହତ୍ୟା ଏବଂ ଏହି ମାମଲାରେ ଅଖିଳ ଭାରତ କଂଗ୍ରେସ କମିଟିର ପ୍ରାକ୍ତନ ସଭାପତି ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ଭେଟିବାକୁ ଯିବାବେଳେ ଉତରପ୍ରଦେଶ ପୋଲିସ ବିଭାଗ ରାହୁଲଜୀଙ୍କ ପ୍ରତି ଯେପରି ଅଶାଳୀନ ବ୍ୟବହାର ଓ ବର୍ବୋରୋଚିତ ଆକ୍ରମଣ କଲା ଏହି ଘଟଣା ଉତରପ୍ରଦେଶର ଯୋଗୀ ସରକାରଙ୍କ ହୀନ ମାନସିକତାର ଚରମ ଅମାନବିୟତାର ଜ୍ୱଳନ୍ତ ଉଦାହରଣ ଏବଂ ଏହା ଦୁଃଖଦାୟକ ଓ ଗଣତନ୍ତ୍ର ବିରୋଧି। ଗଣତନ୍ତ୍ରର ମୂଲ୍ୟବୋଧ ଓ ସମ୍ବିଧାନକୁ ଅସମ୍ମାନ ପ୍ରତି ଏହା ଚରମ କୁଠାରଘାତ। ଅବିଳମ୍ବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବା ସହ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତପା ଦିଅନ୍ତୁ। ଏଭଳି କ୍ରୁର ଘଟଣା ଭାରତବର୍ଷର ଗଣତନ୍ତ୍ରର ମୂଲ୍ୟବୋଧ ଓ ରାଜନୈତିକ ସମସ୍ତ ଶାଳିନତାକୁ କ୍ଷୂର୍ଣ୍ଣ କରିଥିବାରୁ କଂଗ୍ରେସ ଦଳ ତରଫରୁ ଘଟଣାର ତ୍ରୀବ ନିନ୍ଦା ଓ ଘୋର ପ୍ରତିବାଦ କରାଯାଉଛି। ରାହୁଲଜୀଙ୍କ ପ୍ରତି ଆକ୍ରମଣ ଘଟଣାକୁ ନେଇ କୋଟି କୋଟି କଂଗ୍ରେସ କର୍ମୀ, ନେତୃମଣ୍ଡଳୀ ଓ ଶୁଭେଚ୍ଛୁ ମାନଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି ହୋଇଛି। ବିଜେପି ସରକାର ସାରା ଭାରତ ବର୍ଷରେ ହେଉ ବା ଉତରପ୍ରଦେଶରେ ହେଉ କିପରି ମନୋବୃତିରେ ଶାସନ କରିବାକୁ ଚାହୁଁଛି ଏହାକୁ ଜନସାଧାରଣ ଜାଣି ସଚେତନ ହୋଇ ତୀବ୍ର ବିରୋଧ କରିବାର ସମୟ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.