Home Coronavirus Outbreak ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଉଛି କି – ଏପରି କରନ୍ତୁ

ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଉଛି କି – ଏପରି କରନ୍ତୁ

328

ଭୁବନେଶ୍ୱର : ୧୦ ଅପ୍ରେଲ, ୨୦୨୦ (ଓଡ଼ିଆ ପୁଅ) ଫ୍ଲୁ ଭଳି ଲକ୍ଷଣ ପ୍ରକାଶ ପାଇଲେ ଭୁବନେଶ୍ଵରର ୧୭ଟି ଘରୋଇ ସ୍ଵାସ୍ଥ୍ୟନୁଷ୍ଠାନକୁ ଫିଭର କ୍ଲିନିକ୍ ଘୋଷଣା କରାଯାଇ ଜନସାଧାରଣ ପରୀକ୍ଷା ଓ ଚିକିତ୍ସା ପାଇଁ ଯିବା ନିମନ୍ତେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେଗୁଡ଼ିକ ହେଉଛି ଆମ୍ରି, କଳିଙ୍ଗ, ନୀଳାଚଳ, ସନ୍ ସାଇନ୍, ସ୍ପର୍ଶ, ଛୁ ହୁଇଲ୍, କେୟାର, ଅଶ୍ୱିନୀ-ଆଦିତ୍ୟ, ମା’ଶକ୍ତି, ଭୁବନେଶ୍ୱର, ବିବେକାନନ୍ଦ, ଉସ୍ତି, ପଦ୍ମା, ଗ୍ୟାଷ୍ଟ୍ରୋ କିଡ୍ନି କେୟାର ହସ୍ପିଟାଲ୍ ଓ ବିଏମ୍‌ଆରଆଇ ଇନ୍‌ଷ୍ଟିଚ୍ୟୁଟ୍ ଓ ନର୍ସିଂ ହୋମ୍ ଏବଂ ପଣ୍ଡା ନସିଂ ହୋମ୍। ଏହି ସବୁ ହସ୍‌ପିଟାଲ୍‌ରେ ଫ୍ଲୁ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ କ୍ୟାପିଟାଲ୍ ହସ୍‌ପିଟାଲ୍, ଆଜିଏଚ୍, ରାଉରକେଲା ଓ ଅନ୍ୟ ଜିଲ୍ଲା ହସ୍‌ପିଟାଲ୍‌ଗୁଡ଼ିକରେ ଏହି ବ୍ୟବସ୍ଥା ଉପଲବ୍ଧ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.