Home Coronavirus Outbreak ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ଜନସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଓ ଟିକାକରଣ ସ୍ଥିତି ସମୀକ୍ଷା...

ନିର୍ବାଚନ ହେବାକୁ ଥିବା ୫ଟି ରାଜ୍ୟରେ ଜନସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଓ ଟିକାକରଣ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର

61

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନିର୍ବାଚନ ହେବାକୁ ଥିବା ପାଞ୍ଚଟି ରାଜ୍ୟକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ପାଞ୍ଚଟି ରାଜ୍ୟ ହେଲେ ଉତ୍ତରାଖଣ୍ଡ, ଗୋଆ, ମଣିପୁର, ଉତ୍ତର ପ୍ରଦେଶ ଓ ପଞ୍ଜାବ। ବୈଠକରେ ଏସବୁ ରାଜ୍ୟରେ କୋଭିଡ୍- ୧୯କୁ ପ୍ରତିହତ ଓ ପରିଚାଳନା ପାଇଁ ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ପଦକ୍ଷେପ ଏବଂ ଟିକାକରଣର ସ୍ଥିତି ସମୀକ୍ଷା କରାଯାଇଥିଲା। ଉତ୍ତରାଖଣ୍ଡ ଏବଂ ଗୋଆ ପ୍ରଥମ ଓ ଦ୍ଵିତୀୟ ଡୋଜ୍‌ ଟିକାକରଣରେ ଜାତୀୟ ହାରକୁ ଅତିକ୍ରମ କରିସାରିଛନ୍ତି।ଅନ୍ୟପକ୍ଷରେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ମଣିପୁରରେ କୋଭିଡ୍- ୧୯ ଟିକାକରଣ ଜାତୀୟ ହାର ଠାରୁ କମ ରହିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୨ କୋଟି ୩୮ ଲକ୍ଷ ଡୋଜ୍‌ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇସାରିଛି, ଏଥିମଧ୍ୟରୁ ୮୩ କୋଟି ୮୦ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌ ଏବଂ ୫୮ କୋଟି ୫୮ ଲକ୍ଷ ହିତାଧିକାରୀଙ୍କୁ ଦ୍ଵିତୀୟ ଡୋଜ୍‌ ଟିକା ଦିଆଯାଇଛି। ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ କୋଭିଡ୍- ୧୯ ପ୍ରତିଷେଧକ ଟିକାର ପ୍ରଥମ ଡୋଜ୍‌ ଟିକାକରଣକୁ ଦ୍ରୁତ ଗତିରେ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଏହାଛଡ଼ା ଯେଉଁମାନଙ୍କର ଦ୍ଵିତୀୟ ଡୋଜ୍‌ ଟିକା ନେବାର ଅବଧି ହୋଇସାରିଛି, ତୁରନ୍ତ ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ସୁନିଶ୍ଚିତ କରିବାକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଏହି ଉଦ୍ଦେଶ୍ୟ ଲାଗି ଜିଲ୍ଲା ସ୍ତରୀୟ ସାପ୍ତାହିକ ଟିକାକରଣ କାର୍ଯ୍ୟକାରିତା ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଦୈନିକ ଆଧାରରେ କାର୍ଯ୍ୟକାରିତା ସ୍ଥିତି ସମୀକ୍ଷା ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସଂକ୍ରମିତଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରି ସେମାନଙ୍କର ଚିକିତ୍ସା ଲାଗି ଜନ ସ୍ୱାସ୍ଥ୍ୟ ମୁକାବିଲା ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ବାଚନ ହେବାକୁ ଥିବା ରାଜ୍ୟ ମାନଙ୍କରେ ନମୁନା ପରୀକ୍ଷଣକୁ ଅଧିକ ମାତ୍ରାରେ ବଢ଼ାଇବା ଲାଗି ପରାମର୍ଶ ଦିଆଯାଇଥିଲା। କମ ନମୁନା ପରୀକ୍ଷା କାରଣରୁ ସଂକ୍ରମିତଙ୍କ ସଂଖ୍ୟା ଯେପରି ହଠାତ୍‌ ବୃଦ୍ଧି ନପାଇବ ତାହା ସୁନିଶ୍ଚିତ କରିବା ଲାଗି କୁହାଯାଇଥିଲା। କୋଭିଡ୍ ଉପଯୁକ୍ତ ବ୍ୟବହାର ଯେପରି କଡ଼ାକଡ଼ି ଭାବେ ପାଳନ କରାଯିବ ତାହା ସୁନିଶ୍ଚିତ କରିବା ଲାଗି ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି। ଏହାକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ନିମନ୍ତେ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ କୁହାଯାଇଥିଲା। ‘ସାମଗ୍ରିକ ସରକାର’ ଆଭିମୁଖ୍ୟ ନେଇ କୋଭିଡ୍ -୧୯ ପରିଚାଳନା ନିମନ୍ତେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିରନ୍ତର ସହାୟତା ଯୋଗାଇ ଦିଆଯିବ।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.