Home ଓଡ଼ିଶା ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

191

ଯୋଡା, ୨୦/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣସାହୀ ଗ୍ରାମରେ ଥିବା ସ୍ମିତା ପେଟ୍ରୋଲ ପମ୍ପ ନିକଟସ୍ଥ ଜଙ୍ଗଲରୁ ଏକ ଯୁବକର ମୃତ ଦେହ ଉଦ୍ଧାର ହୋଇଛି। ଗତ ମଙ୍ଗଳବାର ଦିନ କାରଣସାହୀରେ ରହୁଥିବା ସନ୍ତୋଷ ମୁଣ୍ଡା (୨୫) ପାଖରେ ଥିବା ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିଲେ। କୌଣସି କାରଣରୁ ତାଙ୍କ ମୁଣ୍ଡ ବୁଲାଇବାରୁ ସେ ନିକଟସ୍ଥ ଏକ ନାଳରେ ପଡିଯାଇଥିଲେ। ପରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଘର ଲୋକ ଖୋଜା ଖୁଜି କରିବା ପରେ ପାଇନଥିଲେ। ଗୁରୁବାର କିଛି ଲୋକ ଜଙ୍ଗଲକୁ ଛତୁ ଗୋଟେଇବାକୁ ଯାଇଥିବା ବେଳେ ଏହି ମୃତ ଦେହଟି ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ଯୁବକର ଘର ଲୋକ ପୁଲିସ ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରଟିକୁ ଚିହ୍ନଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.