ଭୁବନେଶ୍ୱର;୦୩,ନଭେମ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ନେତା ଶଶି ଥରୁରଙ୍କ କଙ୍କଡ଼ା ବିଛା ମନ୍ତବ୍ୟ ତାଙ୍କୁ ହିଁ ଦଂଶନ କରିଛି।ଥରୁରଙ୍କ ବିରୁଦ୍ଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅପରାଧିକ ମାନହାନି ମାମଲା ମକଦ୍ଦମା ରୃଜୁ ହୋଇଛି।ଅଦାଲତ ଏହି ମାମଲାରେ ନଭେମ୍ବର ୧୬ରେ ଶୁଣାଣୀ କରିବ।ସୂଚନାଯୋଗ୍ୟ ଶଶି ଥରୁର ବେଙ୍ଗାଲୁରୁରେ ଲିଟରେଚର ଫେଷ୍ଟିଭାଲରେ ନିଜ ବହି “ଦ ପାରାଡକ୍ସିକାଲ ପ୍ରାଇମ୍ ମିନିଷ୍ଟର” ବିଷୟରେ କହୁଥିବା ସମୟରେ ମୋଦୀଙ୍କୁ ଶିବଲିଙ୍ଗ ଉପରେ ଥିବା କଙ୍କଡ଼ା ବିଛା ବୋଲି କହିଥିଲେ।ଥରୁର କହିଥିଲେ ଯେ,ମୋଦୀ ଶିବଲିଙ୍ଗ ଉପରେ ଥିବା ଏକ କଙ୍କଡ଼ା ବିଛା ସଦୃଶ ଯାହାକୁ ହାତରେ ହଟାଇ ପାରିବେ ନାହିଁ କିମ୍ବା ଚପଲରେ ମାରିପାରିବ ନାହିଁ।/ଦେବଦତ୍ତ