Home Coronavirus Outbreak ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

808

ନୂଆଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହୀମ ନୁୟେନ ସୁଆନ ଫୁକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଦୁଇ ନେତା କୋଭିଡ-୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ତତଜନିତ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ।

କୋଭିଡ-୧୯ର ମୁକାବିଲା ଲାଗି ଦ୍ୱିପାକ୍ଷିକ ସହଯୋଗ ଓ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ଉଭୟ ନିଜ ନିଜ ରାଷ୍ଟ୍ରରେ ରହିଥିବା ଅପରପକ୍ଷର ନାଗରିକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେ। ଉଭୟ ନେତା ଭାରତ ଏବଂ ଭିଏତନାମ ମଧ୍ୟରେ ରଣନୀତିକ ସହଭାଗିତାର ଗୁରୁତ୍ୱ ଏବଂ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ।

ଆଗାମୀ ଦିନରେ କରୋନା ମହାମାରୀର ମୁକାବିଲା ଲାଗି ଉଭୟ ରାଷ୍ଟ୍ରର ବୈଷୟିକ ଟିମ ଯୋଗାଯୋଗରେ ରହି ମିଳିତ ପ୍ରୟାସ ଜାରି ରଖିବେ ବୋଲି ଉଭୟ ନେତା ଏକମତ ହୋଇଥିଲେ।

ସାଂପ୍ରତିକ ପରିସ୍ଥିତିରେ ଭିଏତନାମର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.