Home Top News ଲାଞ୍ଚ ନବ କାହିଁକି, ଏମିତି ଚୁଲିରେ ୨୦ ଲକ୍ଷ ଜାଳିବ କାହିଁକି? ଭୟରେ ଚୁଲି ବର୍ଣ୍ଣର...

ଲାଞ୍ଚ ନବ କାହିଁକି, ଏମିତି ଚୁଲିରେ ୨୦ ଲକ୍ଷ ଜାଳିବ କାହିଁକି? ଭୟରେ ଚୁଲି ବର୍ଣ୍ଣର ଉପରେ ରଖି ଜାଳିଦେଲେ ୨୦ ଲକ୍ଷ ଟଙ୍କା – ଏବେ

215

ନୂଆ ଦିଲ୍ଲୀ ୨୫-୩ (ଓଡ଼ିଆ ପୁଅ) ଲାଞ୍ଚ ନବ କାହିଁକି, ଏମିତି ଚୁଲିରେ ୨୦ ଲକ୍ଷ ଜାଳିବ କାହିଁକି, ଏବେ ହେଲେ ଗିରଫ। ଏ ଘଟଣା ଘଟିଛି ରାଜସ୍ଥାନର ସିରୋହି ଜିଲ୍ଲାରେ। ଦୁର୍ନୀତିର ଏକ ଆଶ୍ଚର୍ଯ୍ୟଜନକ ମାମଲା ରୁଜୁ ହୋଇଛି। ବୁଧବାର ଦୁର୍ନୀତି ନିବାରଣ ବ୍ୟୁରୋର ଏକ ଟିମ୍ ପିଣ୍ଡୱାଡା ରାଜସ୍ୱ ଇନ୍ସପେକ୍ଟର ପାର୍ବତ ସିଂଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କରିଛି। ଏହି ସୂଚନା ବ୍ୟୁରୋର ଜଣେ ବରିଷ୍ଠ ଅଧିକାରୀ ପ୍ରଦାନ କରିଛନ୍ତି। ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ ପାର୍ବତ ସିଂ ପିଣ୍ଡୱାଡାର ତହସିଲଦାର କଲପେଶ କୁମାର ଜେନାଙ୍କ ପାଇଁ ଲାଞ୍ଚ ନେଇଥିବା ସ୍ୱୀକାର କରିବା ପରେ ବ୍ୟୁରୋ ଟିମ୍ ତହସିଲଦାରଙ୍କ ଘରେ ପହଞ୍ଚିଥିଲା।

ତା’ପରେ ତହସିଲଦାର ତାଙ୍କ ଘରର କବାଟ ବନ୍ଦ କରି ଗ୍ୟାସ ଚୁଲିରେ ପ୍ରାୟ ୧୫-୨୦ ଲକ୍ଷ ଟଙ୍କା ଜାଳିବା ଆରମ୍ଭ କଲେ। ଯେଉଁଥିରେ ତହସିଲଦାରଙ୍କ ପତ୍ନୀ ତାଙ୍କୁ ନୋଟ୍ ଜାଳିବାରେ ସାହାଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ଦୁର୍ନୀତି ନିବାରଣ ବ୍ୟୁରୋ ଟିମ୍ ମଧ୍ୟ ନୋଟ୍ ହସ୍ତାନ୍ତର କରିବାର ଦୃଶ୍ୟ ଦେଖିଥିଲେ। ସେ କହିଛନ୍ତି ଯେ ସ୍ଥାନୀୟ ପୋଲିସ ସହାୟତାରେ ଦଳ ଘରେ ପଶି ତହସିଲଦାରଙ୍କୁ ଗିରଫ କରିଥିଲା।

ବ୍ୟୁରୋର ମହାନିର୍ଦେଶକ ଭଗବାନ୍ ଲାଲ ସୋନି କହିଛନ୍ତି ଯେ ପିଣ୍ଡୱାଡାରେ ଅଭିଯୋଗକାରୀଙ୍କଠାରୁ ପ୍ରାକୃତିକ ଉତ୍ପାଦ ଆମଲା ବାର୍କ ଚୁକ୍ତି ବଦଳରେ ରାଜସ୍ୱ ଇନ୍ସପେକ୍ଟର ପାର୍ବତ ସିଂଙ୍କ ଜରିଆରେ ଅଭିଯୁକ୍ତ ତହସିଲଦାର କଲପେଶ ଜୈନ ଏକ ଲକ୍ଷ ଟଙ୍କା ମାଗିଥିଲେ। ଅଭିଯୋଗକାରୀଙ୍କଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ପାର୍ବତ ସିଂଙ୍କୁ ନାଲି ହାତରେ ଗିରଫ କରାଯାଇଛି।

ସେ କହିଛନ୍ତି ଯେ ତହସିଲଦାରଙ୍କ ବାସଭବନରେ ଖୋଜାଖୋଜିରେ ଏକ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ତହସିଲଦାରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ସର୍ଚ୍ଚ ଚାଲିଛି। ଏ ବାବଦରେ ଏକ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.