Home ଓଡ଼ିଶା ଘରୋଇ ଟିଉସନ୍ ନିଶାରେ ଶିକ୍ଷକ- ଶିକ୍ଷୟତ୍ରୀ!

ଘରୋଇ ଟିଉସନ୍ ନିଶାରେ ଶିକ୍ଷକ- ଶିକ୍ଷୟତ୍ରୀ!

374

ରାଉରକେଲା ୨୧ ଜୁଲାଇ (ଓଡ଼ିଆ ପୁଅ/ସୁବୋଧ ନାୟକ): ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ, ଏହି ସ୍ଲୋଗାନକୁ ଆଧାକ କରି ପ୍ରତିବର୍ଷ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିକ୍ଷାର ମାନରେ ସୁଧାର ଆଣିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି। ମାତ୍ର ଅର୍ଥ କମାଇବା ଲାଳସାରେ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସ୍କୁଲରେ ଶିକ୍ଷାଦାନ ପ୍ରତି ଏତେଟା ଆଗ୍ରହ ପ୍ରକାଶ କରୁ ନଥିବା ବେଳେ, ଘରୋଇ ଟିଉସନ୍ କରି ପ୍ରଚୁର ଅର୍ଥ କମାଇବା ନିଶାରେ ମସଗୁଲ ହୋଇ ପଢିଥିବା ଅଭିଯୋଗ ହୋଇଛି। ବୁଦ୍ଧିଜିବୀ ମହଲରେ ଏହାକୁ ଅତୀତରେ ଏଭଳି ଘଟଣାକୁ ନାପସନ୍ଦ କରାଯିବା ସହ, ଏହାକୁ ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ, ଏଯାବତ ଏନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ବୁଦ୍ଧିଜିବୀ ମହଲରେ ତ୍ରୀବ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଇସ୍ପାତ ସହର ରାଉରକେଲାରେ ଥିବା କେତେକ ନିର୍ଦ୍ଦିଷ୍ଟ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ଅପରାହ୍ନ ଓ ସଂଧ୍ୟା ସମୟରେ ଟିଉସନ୍ ବେପାରରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି। ସହରର ବାସନ୍ତୀ କଲୋନୀ, ଉଦିତନଗର, ପାନପୋଷ, କୋଏଲ ନଗର, ନୟାବଜାର, ଶକ୍ତିନଗର, ଓ ଦକ୍ଷିଣ ରାଉରକେଲାର ସାରନଗରୀ ଅଂଚଳରେ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଘରୋଇ ଟିଉସନ କରୁଥିବା ସ୍ପଷ୍ଟ ପରିଲିକ୍ଷିତ ହୋଇଛି। ଏପରିକି ସ୍କୁଲର ପିଲା ମାନଙ୍କୁ ଟିଉସନ କରିବା ଲାଗି ବାଧ୍ୟ କରାଯାଉଛି ବୋଲି ନୟାବଜାର ଠାରେ ରହୁଥିବା ଜଣେ ଅଭିଭାବକ ଅଭିଯୋଗ କରିଛନ୍ତି। ନୟାବଜାର ଅଂଚଳରେ ଗୋଟିଏ ସରକାରୀ ସ୍କୁଲ ଥିବା ବେଳେ, ଓଏସଏପି ଠାରେ ଏକ ହାଇସ୍କୁଲ ରହିଛି। ଏହି ଦୁଇଟି ସ୍କୁଲ ଉପରେ ସ୍ଥାନୀୟ ନୟାବଜାର ଅଂଚଳରେ ଭବାନୀପୁର ବସ୍ତି, ରାମେଶ୍ୱର ପଲ୍ଲୀ ବସ୍ତି, ସ ମିଲ୍, ଗିରିଧାରୀ ବସ୍ତି ତଥା ଟିମ୍ବର କଲୋନୀ, ଗୋପବନ୍ଧୁ ପାଲ୍ଲୀ ଆଦିରେ ରହୁଥିବା ଗରିବ, ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକ ମାନେ ବସବାସ କରନ୍ତି। ପେଟକୁ ଓଳିଏ ଖାଇ, ଉପାସ ରହୁଥିବା ଏଠାକାର ବାସିନ୍ଦା ମାନେ ବହୁ କଷ୍ଟରେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷାଦାନ ପାଇଁ ସ୍କୁଲ ପଠାଉଥିଲେ ମଧ୍ୟ, ବିଭିନ୍ନ ସ୍କୁଲରେ ଶିକ୍ଷାଦାନ ପ୍ରତି ଅନାଗ୍ରହୀ ପୋଷଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଯୋଗୁ ଏଭଳି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ଦିଆଯିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ଅପରପକ୍ଷରେ, ରାଉରକେଲା ପ୍ରଶାସନ ପକ୍ଷରୁ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଘରୋଇ ଟିଉସନ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ, ଏଭଳି ବେପାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ସ୍କୁଲରେ ପାଠକୁ ଗୁରୁତ୍ୱ ଦେବା ପରିବର୍ତେ, ଘରୋଇ ଟିଉସନରେ ଅଙ୍କୁଶ ଲଗାଇବା ପାଇଁ ବୁଦ୍ଧିଜିବୀ ମହଲରେ ଦୃଢ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.