Home Top News ସକ୍ରିୟ ମାମଲାରେ ସ୍ଥାୟୀ ହ୍ରାସ; ୧୬୧ ଦିନ ପରେ ମାମଲା ୩.୦୩ ଲକ୍ଷକୁ ଖସିଲା

ସକ୍ରିୟ ମାମଲାରେ ସ୍ଥାୟୀ ହ୍ରାସ; ୧୬୧ ଦିନ ପରେ ମାମଲା ୩.୦୩ ଲକ୍ଷକୁ ଖସିଲା

34

– ଗତ ୨୪ ଦିନ ଧରି ଦୈନିକ ଆରୋଗ୍ୟ ହାର କ୍ରମାଗତ ଭାବେ ନୂତନ ମାମଲାଠାରୁ ଅଧିକ

ଭାରତର ମୋଟ ସକ୍ରିୟ କୋଭିଡ ମାମଲା ଆଜି ୩.୦୩ ଲକ୍ଷ (୩, ୦୩, ୬୩୯) କୁ ହ୍ରାସ ପାଇଛି। ୧୬୧ ଦିନ ମଧ୍ୟରେ ଏହା ସର୍ବନିମ୍ନ। ୧୩ ଜୁଲାଇ, ୨୦୨୦ରେ ସମୁଦାୟ ସକ୍ରିୟ ମାମଲା ୩, ୦୧, ୬୦୯ ଥିଲା।

ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୦୨ ପ୍ରତିଶତ। ନୂଆ ଆରୋଗ୍ୟଙ୍କୁ ମିଶାଇ ମୋଟ ସକ୍ରିୟ ମାମଲାରୁ ୧, ୭୦୫ଟି ମାମଲା ହ୍ରାସ ପାଇଛି।

ଦେଶରେ ରେକର୍ଡ ହୋଇଥିବା ଦୈନିକ ନୂତନ ଆରୋଗ୍ୟ ମାମଲା ଗତ ୨୪ ଦିନ ଧରି ପଞ୍ଜିକୃତ ହୋଇଥିବା ଦୈନିକ ମାମଲା ଅପେକ୍ଷା ଅଧିକ। ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ନୂତନ ସଂକ୍ରାମକ ମାମଲା ସଂଖ୍ୟା ହେଉଛି ୨୪, ୩୩୭। ଏହି ଅବଧି ମଧ୍ୟରେ ୨୫, ୭୦୯ ସଂଖ୍ୟକ ସଂକ୍ରମିତ ଆରୋଗ୍ୟ ଏବଂ ଡିସଚାର୍ଜ ହୋଇଛନ୍ତି।

ଆରୋଗ୍ୟ ମାମଲା ବୃଦ୍ଧି ପାଉଥିବାରୁ ଆଜି ସୁସ୍ଥତା ହାର ୯୫.୫୩%କୁ ଉନ୍ନୀତ ହୋଇଛି।

ମୋଟ ଆରୋଗ୍ୟ ମାମଲା ଆଜି ୯୬, ୦୬, ୧୧୧ରେ ପହଞ୍ଚିଛି। ଏହା ବିଶ୍ଵ ସ୍ତରରେ ସର୍ବୋଚ୍ଚ ଅଟେ। ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ବ୍ୟବଧାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବର୍ତ୍ତମାନ ଏହା ୯୩, ୦୨, ୪୭୨ରେ ରହିଛି।

ନୂତନ ସୁସ୍ଥତା ମାମଲାଗୁଡ଼ିକର ୭୧.୬୧% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ପରିଲକ୍ଷିତ ହୋଇଛି।

୪, ୪୭୧ ନୂତନ ଆରୋଗ୍ୟ ମାମଲା ସହିତ କେରଳ ଦିନର ସର୍ବାଧିକ ସୁସ୍ଥତା ଥିବା ରିପୋର୍ଟ କରିଛି। ସେହିପରି ପଶ୍ଚିମବଙ୍ଗରେ ୨, ୬୨୭ ଲୋକ ଆରୋଗ୍ୟ ହୋଇଥିବା ବେଳେ ଏହାରି ପଛକୁ ମହାରାଷ୍ଟ୍ରରୁ ୨, ୦୬୪ ଲୋକ ସୁସ୍ଥ ହୋଇଛନ୍ତି।

ନୂତନ ମାମଲାଗୁଡ଼ିକ ମଧ୍ୟରୁ ୭୯.୨୦% ୧୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

କେରଳରେ ଦୈନିକ ସର୍ବାଧିକ ୫, ୭୧୧ ନୂତନ ମାମଲା ଚିହ୍ନଟ କରାଯାଇଛି। ଏହା ପଛକୁ ମହାରାଷ୍ଟ୍ରରେ ୩, ୮୧୧ଟି ନୂଆ ମାମଲା ରହିଛି। ସେହିପରି ପଶ୍ଚିମବଙ୍ଗରୁ ମଧ୍ୟ ୧, ୯୭୮ଟି ନୂଆ ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩୩୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ନୂତନ ମୃତ୍ୟୁ ମାମଲା ମଧ୍ୟରୁ ୮୧.୩୮ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଥିବା ଜଣାଯାଇଛି। ମହାରାଷ୍ଟ୍ରରୁ ୯୮ ଜଣଙ୍କର ମୃତ୍ୟୁ ହୋଇଥିବା ଦେଖାଦେଇଛି। ସେହିପରି ପଶ୍ଚିମବଙ୍ଗ ଏବଂ କେରଳରୁ ଯଥାକ୍ରମେ ୪୦ ଏବଂ ୩୦ ଜଣଙ୍କର ମୃତ୍ୟୁ ଘଟିଛି।

ଭାରତରେ ପ୍ରତି ନିୟୁତ ଜନସଂଖ୍ୟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୫.୭ ରହିଛି, ଯାହାକି ବିଶ୍ଵସ୍ତରରେ ସର୍ବନିମ୍ନ।

ଲକ୍ଷ୍ୟଭିତ୍ତିକ ପରୀକ୍ଷଣ, ସଅଳ ଚିହ୍ନଟ, ସମୟୋଚିତ ସଙ୍ଗରୋଧ ଏବଂ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଗୁଣାତ୍ମକ ଚିକିତ୍ସା ପ୍ରତି ଦୃଷ୍ଟି ଦେବା ଭଳି ପଦକ୍ଷେପ ଦ୍ଵାରା ଦୈନିକ ମୃତ୍ୟୁହାର ୪୦୦ରୁ କମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.