Home Top News ଆସନ୍ତା ସପ୍ତାହରେ ପେଗାସସ୍ ସଫ୍ଟୱେୟାର ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି

ଆସନ୍ତା ସପ୍ତାହରେ ପେଗାସସ୍ ସଫ୍ଟୱେୟାର ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି

48

ନୂଆ ଦିଲ୍ଲୀ ୩୦ ଜୁଲାଇ (ଓଡ଼ିଆ ପୁଅ) ଆସନ୍ତା ସପ୍ତାହରେ ପେଗାସସ୍ ସଫ୍ଟୱେୟାର ଉପରେ ସୁପ୍ରିମକୋର୍ଟ କରିବେ ଶୁଣାଣି। ଆସନ୍ତା ସପ୍ତାହରେ ବରିଷ୍ଠ ସାମ୍ବାଦିକ ଏନ ରାମ ଏବଂ ଶଶୀ କୁମାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ରାଜନୈତିକ ନେତା, ସାମ୍ବାଦିକ, ମାନବାଧିକାର କର୍ମୀଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରିବା ପାଇଁ ଇସ୍ରାଏଲର ସଫ୍ଟୱେୟାର ପେଗାସସ୍ ବ୍ୟବହାର କରାଯାଇଥିବା ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ତେବେ ସୁପ୍ରିମ କୋର୍ଟ ଅହି ଆବେଦନକୁ ସ୍ୱିକାର କରିଛନ୍ତି। ସରକାରଙ୍କ ରିପୋର୍ଟର ଯାଞ୍ଚ ପାଇଁ ଶୀର୍ଷ ଅଦାଲତର ଜଣେ ବିଚାରପତି କିମ୍ବା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି ଆବେଦନକାରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.