Home ଓଡ଼ିଶା ଗ୍ୟାଙ୍ଗରେପ୍ ପୀଡ଼ିତା ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଗୁଜରାତ ସରକାରରେ ଚାକିରି...

ଗ୍ୟାଙ୍ଗରେପ୍ ପୀଡ଼ିତା ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଗୁଜରାତ ସରକାରରେ ଚାକିରି ଦେବାକୁ ସୁପ୍ରୀମ କୋର୍ଟଙ୍କ ନିର୍ଦ୍ଦେଶ

1196

ନୂଆ ଦିଲ୍ଲୀ ୨୩-୪ (ଓଡ଼ିଆ ପୁଅ) ଲୋକସଭା ନିର୍ବାଚନ ମଧ୍ୟରେ ସୁପ୍ରୀମ କୋର୍ଟ ୨୦୦୨ର ଗୁଜରାତ ହିଂସାର ଗ୍ୟାଙ୍ଗରେପ ପୀଡ଼ିତାକୁ ନେଇକରି ରାଜ୍ୟ ସରକାରକୁ ନିର୍ଦେଶ ଦେଇଛନ୍ତି। ସୁପ୍ରୀମ କୋର୍ଟରେ ମଙ୍ଗଳବାରଦିନ ଶୁଣାଣି ସମୟରେ କୋର୍ଟ ଗୁଜରାତ ସରକାରଙ୍କୁ ସାମୂହିକ ବଳାତ୍କାର ପୀଡ଼ିତା ବିଲକିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାଙ୍କର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କୋର୍ଟ ଗୁଜରାତ ସରକାରରେ ବିଲକିସ ବାନୋ ଏକ ସରକାରୀ ଚାକିରି ଏବଂ ନିୟମାନୁସାର ଆବାସ ପ୍ରଦାନ କରିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କର ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟଯେ, ଗୁଜରାତ ଦଙ୍ଗା ସମୟ ବିଲକିସ ବାନୋ ଉପରେ ଗୋଧରା ଦଙ୍ଗା ପରେ ଆକ୍ରମଣ କରାଯାଇଥିଲା। ଏହି ସମୟରେ ଅହମ୍ମଦାବାଦର ରନ୍ଧିକପୁରରେ ତା’ର ପରିବାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ଏବଂ ସେଥିରେ ବାନୋଙ୍କର ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଯେତେବେଳେ ଗ୍ୟାଙ୍ଗରେପ ହେଲା ସେହି ସମୟ ବାନୋ ୧୯ ବର୍ଷର ଥିଲେ ଏବଂ ୫ ମାସର ଗର୍ଭବତୀ ମଧ୍ୟ ଥିଲେ।

ପୁନଶ୍ଚ ସୂଚନାଯୋଗ୍ୟଯେ, ଏହି ମାମଲାରେ ଗୁଜରାତ ସରକାର ସୁପ୍ରିମ କୋର୍ଟକୁ ସୂଚିତ କରିଛନ୍ତିଯେ, ଅଧିକାରୀ, ଯେଉଁମାନେ ପ୍ରମାଣ ଅଦଳ ବଦଳ କରିଥିବା ଦୋଷାରୋପ ଲାଗିଥିଲା ସେମାନଙ୍କର ପେନ୍ସନ୍ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଛି ଏବଂ ଯେଉଁ ଆଇପିଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଦୋଷାରୋପ ଥିଲା ତାଙ୍କ ପଦରେ ଦୁଇଟି ସ୍ତର ତଳକୁ ଖସାଇ ଦିଆଯାଇଛି।

ଏହି ମାମଲାରେ ୧୧ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ କୋର୍ଟ।

ବିଲକିସ ବାନୋ ଏହି ମାମଲାରେ ସୁପ୍ରିମ୍ କୋର୍ଟରେ ପ୍ରାଥନା କରିଥିଲେଯେ, ତାଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି। ସେ ତର୍କ କରିଥିଲେଯେ, ସରକାରୀ କର୍ମଚାରୀମାନଙ୍କୁ କୋର୍ଟ ନିର୍ଦ୍ଦୋଷରେ ଛାଡ଼ି ଦେଇଥିଲେ ଏବଂ ଏହି ମାମଲାରେ ପ୍ରମାଣକୁ ବଦଳାଇବା ଦୋଷ ଲାଗିଥିଲା ସେମାନଙ୍କୁ ଗୁଜରାତ ସରକାର ପୁନଃ ଚାକିରିରେ ଅବସ୍ଥାପିତ କରିଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.