Home Top News ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କରୋନା ସଂକ୍ରମିତ, କ୍ୟାରେଣ୍ଟିନ୍ ରେ କେଜ୍ରୀୱାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କରୋନା ସଂକ୍ରମିତ, କ୍ୟାରେଣ୍ଟିନ୍ ରେ କେଜ୍ରୀୱାଲ

49

ନୂଆଦିଲ୍ଲୀ ୨୦ ଏପ୍ରିଲ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ନିଜକୁ କ୍ୟାରେଣ୍ଟିନ କରିଛନ୍ତି। ଘରେ ମଧ୍ୟ ସୁନୀତା କେଜ୍ରିୱାଲ ନିଜକୁ ଆଇସୋଲେଟ୍‌ କରିଛନ୍ତି।

ଦିଲ୍ଲୀରେ ଦୈନିକ କରୋନା ରେକର୍ଡ ଭାଙ୍ଗୁଛି। ସୋମବାର, ଗତ ୨୪ ଘଣ୍ଟା ମଧ୍ୟରେ ୨୩, ୫୦୦ ନୂତନ କରୋନା ମାମଲା ରିପୋର୍ଟ ହୋଇଥିଲା। ରବିବାର ଦିନ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୫, ୫୦୦ ମାମଲା ରେକର୍ଡ଼ ହୋଇଥିଲା। ସଂକ୍ରମଣ ହାର ୨୪ ରୁ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି।

ଆଜି ଲକଡାଉନ୍‌ର ପ୍ରଥମ ଦିନ

ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସୋମବାର ପୁଣିଥରେ ଦିଲ୍ଲୀରେ ଲକଡାଉନ୍‌ କରିଛନ୍ତି। ଆଜି ଲକ୍‌ଡାଉନ୍‌ର ପ୍ରଥମ ଦିନ, ଏପ୍ରିଲ ୨୬ ସୋମବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିବ। ଅନିୟନ୍ତ୍ରିତ କରୋନା ସଂକ୍ରମଣ ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଲୋକମାନେ ଚିକିତ୍ସା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଖାନାରେ ଶଯ୍ୟାର ଅଭାବ ଦେଖାଦେଇଛି। ଲୋକମାନେ ଚିକିତ୍ସା ପାଇଁ ଶଯ୍ୟା କିମ୍ବା ଔଷଧ ପାଉ ନାହାଁନ୍ତି। ଅମ୍ଳଜାନର ଅଭାବ ମଧ୍ୟ ଅଛି।

ପ୍ରବାସୀଶ୍ରମିକଙ୍କ ଲକ୍‌ଡାଉନ୍‌ ଭୟ ଭୟରେ ପଳାୟନ
ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଲକ୍‌ଡାଉନ୍‌ର ଭୟ ଏବେ ସ୍ପଷ୍ଟ ଦେଖାଯାଉଛି। ସୋମବାର ଘୋଷଣା ପରେ ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଜନସମାଗମ ଆରମ୍ଭ ହୋଇଛି। ଲୋକମାନେ ସେମାନଙ୍କ କୋଳରେ ନିଜ ସନ୍ତାନଙ୍କୁ ରଖି ଏବଂ ମୁଣ୍ଡରେ ସାମଗ୍ରୀ ରଖି ନିଜ ଗାଁ ଆଡକୁ ଯିବା ଆରମ୍ଭ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.