Home Top News ଯୁବତୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଅସନ୍ତୋଷ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ..

ଯୁବତୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଅସନ୍ତୋଷ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ..

102

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲାରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସୂଚନାଅନୁଯାୟୀ ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ମିର୍ଜାପୁର ସ୍ଥିତ ନାଥ ସାହିରେ ଏକ ଅଭାବନୀୟ ଘଟଣା ଘଟିଲା। ଅଭିଯୋଗ ଅନୁଯାୟୀ ଗତ ଅଗଷ୍ଟ ୨ ତାରିଖରେ ଦୋକାନକୁ ଚକଲେଟ କିଣିବାକୁ ଯାଇଥିବା ବେଳେ ଜଣେ ଯୁବତୀଙ୍କୁ ସଂଖ୍ୟାଲଘୁ ସଂପ୍ରଦାୟର ସେକ୍ ମୁସକିମ ନାମକ ଜଣେ ବ୍ୟକ୍ତି ଦୋକାନ ଭିତରକୁ ଟାଣି ନେଇ ଅଶୋଭନୀୟ ଆଚରଣ କରିଥିଲା। ଯୁବତୀଙ୍କ ପରିବାର ପକ୍ଷରୁ ପୁରୁଣାବଜାର ଥାନାରେ ଲିଖିତ ଏତଲା ଦେବା ପରେ ସେକ୍ ମୁସକିମଙ୍କୁ ଗିରଫ କରାଯାଇଥିଲା। ତେବେ, ପୁଲିସର କୋହଳ ମନୋଭାଗ ଯୋଗୁଁ ଅଭିଯୁକ୍ତ ଜେଲ ଯାଇ ବେଲରେ ଆସି କେସ୍ ଉଠାଇବା ନେଇ ଯୁବତୀଙ୍କୁ ଧମକ ଚମକ ଦେଲେ। ଅପବାଦ ସହି ନପାରି ଯୁବତୀ ଜଣଙ୍କ ଶେଷରେ ଆତ୍ମହତ୍ୟା କଲେ। ଯୁବତୀଙ୍କ ଆତ୍ମହତ୍ୟା ପରେ ପରିବାର ଲୋକ ତାଙ୍କୁ ଭଦ୍ରକ ମେଡିକାଲ ଆଣିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପୋଲିସ ପହଞ୍ଚି  ତରବରିଆ ଭାବରେ ଶବ ବ୍ୟବଛେଦ ନିମନ୍ତେ ବ୍ୟବସ୍ଥା କରାଇଲା। ତେବେ ଏହି ସମୟରେ ସେଠାରେ ବିଜେପି ନେତ୍ରୀ ହରପ୍ରିୟା ସାହୁ, ଉଷା ପାଢ଼ୀ, ଲିପିକା ବାରିକ, ସ୍ୱର୍ଣ୍ଣଲତା ମିଶ୍ର, ବିଜେପି ଯୁବ ନେତା ବିକାଶ ଶ୍ରେଷ୍ଠା, ବୃଷଭାନୁ ସାହୁ, ଶଶାଙ୍କ ମିଶ୍ର, ଶଶାଙ୍କ ଦାସ, ବଜରଙ୍ଗ ଦଳ ପୂର୍ବ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ପ୍ରମୂଖ ପହଞ୍ଚି ଯେଉଁମାନେ ଯୁବତୀ ଜଣଙ୍କୁ ଧମକ ଦେଇଛନ୍ତି, ଯେଉଁମାନେ ଯୁବତୀଙ୍କ ମୃତ୍ୟୁ ପାଇଁ ଦାୟୀ, ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଥିଲେ। ଏହାପରେ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ଯୁବତୀ ଜଣଙ୍କୁ ନ୍ୟାୟ ମିଳିବା ତଥା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀରେ ମଶାଲ ଶୋଭାଯାତ୍ରା, ପ୍ରଦର୍ଶନ ଆଦି କରାଯାଇଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.