Home ଅପରାଧ ବିଜେପି ନେତ୍ରୀଙ୍କ ହୁଙ୍କାର ପରେ ଭିଏଚପିର ଚେତାବନୀ: ଭାଇଚାରାର କଥା କହି ଭାଇଚାରାକୁ ହତ୍ୟା କରାନଯାଉ...

ବିଜେପି ନେତ୍ରୀଙ୍କ ହୁଙ୍କାର ପରେ ଭିଏଚପିର ଚେତାବନୀ: ଭାଇଚାରାର କଥା କହି ଭାଇଚାରାକୁ ହତ୍ୟା କରାନଯାଉ ..

98

ଭୁବନେଶ୍ୱର: ଭଦ୍ରକରେ ଗୋହତ୍ୟା, ବେଆଇନ୍ ଗୋଚାଲାଣ, ଗୋମାଂସ ବିକ୍ରି ଏବଂ ଜଳାଭିଷେକ ପାଇଁ ଯାଉଥିବା ବୋଲବମ୍ ଭକ୍ତଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଦ୍ୱାରା ଆକ୍ରମଣ ଆଦି ଘଟଣାକୁ ନେଇ ବିଜେପି ଯୁବାନେତ୍ରୀ ହରପ୍ରିୟା ସାହୁଙ୍କ ହୁଙ୍କାର ପରେ ଏହିସବୁ ଘଟଣାକୁ ନେଇ ଏବେ ଚେତାବନୀ ଦେଇଛି ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)। ଏବେ ନିକଟରେ ଜଳାଭିଷେକ ପାଇଁ ଯାଉଥିବା ବୋଲବମ୍ ଭକ୍ତଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ପକ୍ଷରୁ ଆକ୍ରମଣ ହୋଇଥିଲା। ଏକ ମସଜିଦ୍ ନିକଟ ଦେଇ ଭଜନ ବଜାଇ ଯିବାକୁ ବିରୋଧ କରି ବୋଲବମ୍ ଭକ୍ତଙ୍କ ଉପରେ ଆକ୍ରମଣ କରାଯାଇଥିଲା। ପୁଣି ଭଦ୍ରକରେ ଏକ ହୋଟେଲରେ ଗୋମାଂସ ବିକ୍ରି ହେଉଥିବା ଘଟଣା ଧରାପଡ଼ିଲା। ଆକ୍ରମଣର ଶୀକାର ହୋଇଥିବା ବୋଲବମ୍ ଭକ୍ତଙ୍କ ଘରକୁ ଯାଇ ଭେଟିବା ପରେ ଏହାକୁ ନେଇ ଘୋର ଉଦେବେଗ ପ୍ରକାଶ କରିଥିଲେ ବିଜେପି ନେତ୍ରୀ ହରପ୍ରିୟା ସାହୁ। ଜଳାଭିଷେକ ପାଇଁ ଯାଉଥିବା ବୋଲବମ୍ ଭକ୍ତଙ୍କ ଉପରେ ଆକ୍ରମଣ କରାଯାଉଛି। ମସଜିଦ୍ ନିକଟ ଦେଇ ଭଜନ ବଜାଇ ଯିବାକୁ ଗ୍ରହଣ କରିନପାରି ବୋଲବମ୍ ଭକ୍ତଙ୍କ ଉପରେ ଆକ୍ରମଣ କରି ଦେଉଛନ୍ତି ସେମାନେ। ତେବେ, ଭୋରରୁ ଆରମ୍ଭ କରି ପ୍ରତିଦିନ ୫ ଥର ଲେଖାଏଁ ସେମାନଙ୍କ ଲାଉଡସ୍ପିକରରେ ଚିଲାଇ ଅଜାନ୍ ପାଠ ଶୁଣିବାକୁ ଆମକୁ କାହିଁକି ବାଧ୍ୟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ହରପ୍ରିୟା ସାହୁ।ସେହିପରି ହୋଟେଲରେ ଗୋମାଂସ ବିକ୍ରି ଘଟଣା ଜଣାପଡ଼ିବା ପରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ହରପ୍ରିୟା କହିଛନ୍ତି କି ଏହି କିଛି ଦିନ ତଳେ ଆମେ ବଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଭେଟି ଗୋହତ୍ୟା, ଗୋଚାଲାଣ ଉପରେ ରୋକ ଲଗାଇବାକୁ ଦାବୀ କରିଥିଲୁ। ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ- ୧୯୬୦ ସମେତ ପଶୁ ନିଷ୍ଠୁରତା ନିବାରଣ ଆଇନର ଉଲଘଂନ କରାଯାଇ ବ୍ୟାପକ ପରିମାଣରେ ଗୋହତ୍ୟା ଏବଂ ଗୋଚାଲାଣ କରାଯାଉଛି। ପୋଲିସ ପ୍ରଶାସନ ଏହାକୁ ଦେଖି ନିରବ ରହୁଛି ଅଥବା ସେମାନଙ୍କ ବେପାରରେ ସାମିଲ୍ ହୋଇ ବଟି ନେଉଛି। ଯାହା ଫଳରେ ସେମାନେ ସାହସ ପାଇ ଖୁଲମଖୁଲା ଗୋମାଂସ ବେପାର କରୁଛନ୍ତି। ଏପରିକି ହେଟେଲରେ ଗୋମାଂସ ବିକ୍ରି ହେଉଛି, ପରସା ଯାଉଛି। ରାଜ୍ୟରେ ସଂଖ୍ୟାଲଘୁ ତୁଷ୍ଟିକରଣ ନାମରେ ହିନ୍ଦୁ ମାନଙ୍କର ଧାର୍ମିକ ଭାବନାକୁ କୁଠାରଘାତ କରାଯାଉଛି। ଆମକୁ ଏଣେ ସହନଶୀଳତାର ପାଠ ତେଣେ ସେମାନଙ୍କ ପକ୍ଷରୁ ବାରମ୍ବାର ହିଂସାତ୍ମକ ଆଚରଣ ପ୍ରଦର୍ଶନ କରାଯାଉଛି। ଭାଇଚାରାର କଥା କହି ଏଠି ବାରମ୍ବାର ଭାଇଚାରାର ହତ୍ୟା କରାଯାଉଛି। ଏ’ ନେଇ ଯଦି କେହି ସ୍ୱାଭିମାନି ହିନ୍ଦୁ ଆପତ୍ତି ଜଣାଇଲା କିମ୍ବା ପ୍ରତିବାଦ କଲା ତା’ ମୁଣ୍ଡରେ ସଂପ୍ରଦାୟିକତାର ଅଠା ବୋଳି ଦିଆଯାଉଛି। ତାକୁ ସତେ ଯେପରି ଏକ ଅପରାଧୀ ଭାବରେ ଦର୍ଶାଯାଉଛି ବୋଲି କହିଛନ୍ତି ହରପ୍ରିୟା। ଭାଇଚାରା ବଜାୟ ରଖିବାକୁ ହେଲେ ଉଭୟ ପକ୍ଷରୁ ଭାତୃତ୍ୱ ଭାବନା ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି କହିବା ସହ ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ନନେଲେ ଯେବେ ସହିବାରର ସୀମା ଟପିଯିବ, ପରିସ୍ଥିତି ଅଣାୟତ ହୋଇଯିବ ଏବଂ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ହରପ୍ରିୟା ସାହୁ।ବିଜେପି ନେତ୍ରୀଙ୍କ ଏପରି ତୀବ୍ର ପ୍ରତିକ୍ରିୟା ପରେ ଏପରି ଘଟଣାକୁ ନେଇ ତେଜିଛି ଭିଏଚପି। ଭିଏଚପି ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆକ୍ରମଣର ଶିକାର ହୋଇଥିବା ବୋଲବମ୍ ଭକ୍ତଙ୍କ ପରିବାରକୁ ଭେଟିବା ସହ ଜିଲ୍ଳାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ହିନ୍ଦୁ ଜନମାନସ ହିନ୍ଦୁ ଧାର୍ମିକ ଭାବନାକୁ ଅରାଷ୍ଟ୍ରୀତତ୍ତ୍ୱ ମୌଳବାଦୀ ଗୋଷ୍ଠୀଙ୍କ ପକ୍ଷରୁ ଆଘାତ ଆକ୍ରମଣକୁ ବିଶ୍ୱ ହିନ୍ଦୁ ପରିଷଦ ନିନ୍ଦା କରୁଛି ଏବଂ ଏହାର ଜବାବ ଦେବାକୁ ପରିଷଦ ପ୍ରସ୍ତୁତ ଅଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଭିଏଚପି ରାଜ୍ୟ ସମ୍ପାଦକ ପଣ୍ଡିତ ମହେଶ କୁମାର ସାହୁ କହିଛନ୍ତି। କିଛି ମାସ ପୂର୍ବରୁ ପୁରୁଣାବଜାର ଅଞ୍ଚଳର ଧନାଟୋଲା ଗ୍ରାମ ଉପରେ ଶହ ଶହ ସଂଖ୍ୟାଲଘୁ ସମ୍ପ୍ରଦାୟର ଅସାମାଜିକ ଯୁବକଙ୍କର ଆକ୍ରମଣ ଏବଂ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ଘଟଣା ପରେ ମଧ୍ୟ ସମ୍ପୃକ୍ତ ଯୁବକମାନେ ଖୋଲାଖୋଲି ବୁଲୁଛନ୍ତି। ଗୁଜିଦରଡ଼ା ପଞ୍ଚାୟତରେ କାଉଡ଼ିଆ ଭାଇମାନଙ୍କ ଉପରେ ଅତର୍କିତ ଆକ୍ରମଣ ଘଟଣାରେ ପ୍ରଶାସନ ଚୁପ। ସେହିପରି ଏକ ହୋଟେଲ ଛାତ ଉପରେ ଖୋଲାଖୋଲି ଗୋମାଂସ ରାନ୍ଧି ବିକ୍ରି କରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏଠି ପ୍ରଶ୍ନ ଉଠେ ଜିଲ୍ଲା ପ୍ରଶାସନ କରୁଛି କଣ? ଜିଲ୍ଲା ଗୁଇନ୍ଦା ବିଭାଗ ଜିଲ୍ଲା ପୁଲିସ ନିରବ କାହିଁକି? ଦୈନନ୍ଦିନ ଶହ ଶହ ଟ୍ରକ ବେଆଇନ୍ ଭାବେ ଭଦ୍ରକ ଜିଲ୍ଲାରୁ ଗୋଚାଲାଣ ହେଉଛି। ପ୍ରଶାସନ କାହା ଇଙ୍ଗିତରେ ଆଖି ବୁଜି ଦେଇଛି? ଯଦି ଏସବୁ ଘଟଣା ବଜାୟ ରହିବ ତେବେ ନିଶ୍ଚିତ ଆଗାମୀ ଦିନରେ ପରିସ୍ଥିତି ବିଗିଡି ଯିବ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଏବଂ ଏଥିପାଇଁ ସମ୍ପୂର୍ଣ୍ଣ ଭାବରେ ଜିଲ୍ଲା ପ୍ରଶାସନ ଓ ସରକାର ଦାୟୀ ରହିବେ ବୋଲି ହିଶ୍ୱ ହିନ୍ଦୁ ପରିଷଦ ତରଫରୁ ଚେତାଇ ଦିଆଯାଇଛି। ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ, ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଅମ୍ବିକା ଦାସ, ସହ ସତସଙ୍ଗ ପ୍ରମୁଖ ଗୋବିନ୍ଦ ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାମଚନ୍ଦ୍ର ପଣ୍ଡା, ସମ୍ପାଦକ କାହ୍ନୁ ଚରଣ ସିଂ, ଉପସଭାପତି ନିରଞ୍ଜନ ସାହୁ, କୈଳାସ ଦାସ, ସହସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ମହେଶ୍ୱର ବେହେରା, ଶିବଶଙ୍କର ଦାସ, ବିଜୟ ବାରିକ, ବଜରଙ୍ଗ ଦଳର ଜିଲ୍ଳା ସଂଯୋଜକ ଜୟପ୍ରକାଶ ପତି, ପ୍ରଶାନ୍ତ ମଲ୍ଲିକ, ତାପଜ ସାହୁ, ପ୍ରଶାନ୍ତ ସିଂ, ମାନସ ମହାନ୍ତି, ବାସନ୍ତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.