Home Top News ଗୋହତ୍ୟା ଏବଂ ବେଆଇନ୍ ଗୋଚାଲାଣ ବନ୍ଦ୍ ଦାବୀ: ରାଜ୍ୟ ଗୃହ ସଚିବ, ପୋଲିସ୍ ଡିଜିଙ୍କୁ ନୋଟିସ୍

ଗୋହତ୍ୟା ଏବଂ ବେଆଇନ୍ ଗୋଚାଲାଣ ବନ୍ଦ୍ ଦାବୀ: ରାଜ୍ୟ ଗୃହ ସଚିବ, ପୋଲିସ୍ ଡିଜିଙ୍କୁ ନୋଟିସ୍

60

ଭୁବନେଶ୍ୱର/କଟକ: ରାଜ୍ୟରେ ଦିନକୁ ଦିନ ଗୋହତ୍ୟା ଏବଂ ବେଆଇନ୍ ଗୋଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ଗୋହତ୍ୟା ରୋକିବା ନିମିତ୍ତ ପ୍ରଣୀତ ଆଇନ୍, ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦ ଆଦୌ ଠିକ୍ ଭାବରେ କାର୍ଯ୍ୟକାରୀ ହେଉ ନାହିଁ। ଜଣେ ଆବେଦନକାରୀଙ୍କ ଶୁଣାଣି ଉପରେ ବୁଧବାର ଦିନ ଏହା ଉପରେ ମାନ୍ୟବର ହାଇକୋର୍ଟ ରାଜ୍ୟ ଗୃହ ସଚିବ, ପୋଲିସ୍ ଡିଜିଙ୍କୁ ନୋଟିସ୍ ଜାରୀ କରିଛନ୍ତି। ଜଣେ ଭାଇର ଆସ୍ଥା ଏବଂ ଶ୍ରଦ୍ଧାର କେନ୍ଦ୍ର ଗୋ- ମାତାର ହତ୍ୟା କରାଯାଉଛି। ଏଣେ କିନ୍ତୁ, ଭାଇଚାରାର କଥା କୁହାଯାଉଛି! ଏପରି କ’ଣ ଭାଇଚାରା ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ହରପ୍ରିୟା ସାହୁ। ବାସ୍ତବରେ ଗୋ- ଚାଲାଣକାରୀ ମାନଙ୍କ ଠାରୁ ପୋଲିସ୍ ମୋଟା ଆକାରରେ ଚାନ୍ଦା ନେଉଛି। ତେଣୁ ଗୋଚାଲାଣ ବନ୍ଦ୍ କରିବ କ’ଣ ଓଲଟି ପୋଲିସ୍ ଗୋଚାଲାଣକାରୀଙ୍କୁ ସୁରକ୍ଷା ଦେଉଛି। କେହି ଗୋରକ୍ଷକ ବେଆଇନ୍ ଗୋଚାଲାଣକୁ ବିରୋଧ କଲେ କିମ୍ବା ସେମାନଙ୍କୁ ଅଟକାଇ ପୋଲିସକୁ ଜଣାଇଲେ ପୋଲିସ୍ ଓଲଟି ଗୋରକ୍ଷକ ନାମରେ ମିଥ୍ୟା ମକଦ୍ଦମା ଗୁଡ଼ାଏ ଲଗାଇ ସେମାନଙ୍କୁ ହଇରାଣ ହରକତ କରୁଛି। ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ଭଦ୍ରକ ପର୍ଯ୍ୟନ୍ତ ଭାୟା ବାଲେଶ୍ଵର ଦେଇ ପ୍ରତ୍ୟହ ଅନେକ ଗୋରୁ ଗାଡ଼ି ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଚାଲାଣ ହେଉଛି। ଓଡ଼ିଶା ଗୋହତ୍ୟା ନିଷେଧ ଅଧିନିୟମ, ୧୯୬୦ ସମେତ ପଶୁ ନିଷ୍ଠୁରତା ନିବାରଣ ଆଇନର ଉଲଘଂନ କରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପ୍ରତ୍ୟେହ ଗୋରୁ ଚାଲାଣ ହେଉଛନ୍ତି। ଗୋହତ୍ୟା ଏବଂ ବେଆଇନ୍ ଗୋ- ଚାଲାଣ ବନ୍ଦ୍ କରିବାକୁ ହେଲେ, ଗୋହତ୍ୟା ନିଷେଧ ଅଧିନିୟମକୁ କଡ଼ାକଡ଼ି ଭାବରେ ପାଳନ କରାଯାଉ ଅଥବା ଏହି ଆଇନରେ କିଛି ତୃଟି ବିଚ୍ୟୁତି ରହିଥିଲେ ସଂଶୋଧନ କରାଯାଇ ଆହୁରୀ ଅଧିକ କଡ଼ାକଡ଼ି ଆଇନ୍ ଲାଗୁ କରାଯାଉ ବୋଲି ଦାବୀ କରିଛନ୍ତି ହରପ୍ରିୟା ସାହୁ।
@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.