Home Top News ‘ଜାହାଙ୍ଗୀରପୁରୀରେ ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ : ଦୁଇ ସପ୍ତାହ ପରେ ପରବର୍ତ୍ତୀ...

‘ଜାହାଙ୍ଗୀରପୁରୀରେ ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ : ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି

22

ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ବୁଧବାରଦିନ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ବୁଲଡୋଜର ନେଇ ଜହର ଦଖଲ ହଟାଇବା ପାଇଁ ପହଞ୍ଚିଥିଲା। ଭାରୀ ପୋଲିସର ଉପସ୍ଥିତିରେ ୫୦ ରୁ ଅଧିକ ଦୋକାନ ଅଢ଼େଇ ଘଣ୍ଟା ମଧ୍ୟରେ ଭଙ୍ଗାରୁଜା କରାଯାଇଥିଲା। ସୁପ୍ରିମକୋର୍ଟ ବୁଲଡୋଜର ଉପରେ ପ୍ରତିବନ୍ଧକ ଲଗାଇ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ପୁଣି ଶୁଣାଣି ହୋଇଥିଲା।

ବୁଧବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି ରମଣାଙ୍କ ଏକ ବେଞ୍ଚ ଆବେଦନକାରୀଙ୍କର ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିଥିଲେଯେ, ମ୍ୟୁନିସିପାଲିଟି କର୍ପୋରେସନ୍ ବେଆଇନ ଭାବେ ଭଙ୍ଗାରୁଜା କାର୍ଯ୍ୟ କରୁଛନ୍ତି। ଏହା ଉପରେ କୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ। ଅନ୍ୟପକ୍ଷରେ ମ୍ୟୁନିସିପାଲ କର୍ପୋରେସନ୍ କହିଛନ୍ତିଯେ, ପୂର୍ବପରି ଅତିକ୍ରମଣ ହଟାଇବା ଏକ ନିୟମିତ ଅଭ୍ୟାସ। ଏହାକୁ ନେଇ ଦିଲ୍ଲୀରେ ରାଜନୀତି ତେଜିବାକୁ ଲାଗିଲା ଏବଂ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଥିଲେ ଏବଂ କୁହାଯାଇଥିଲାଯେ, କେବଳ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରାଯାଉଛି ବୋଲି। ଏଥି ସହିତ ସୁପ୍ରିମକୋର୍ଟ ଏନଡିଏମସି ଏବଂ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ।

ଇତି ମଧ୍ୟରେ ଯତାସ୍ଥିତି ଜାହାଙ୍ଗୀରପୁରୀରେ ବଳବତ୍ତର ରହିବ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.