ଭୁବନେଶ୍ୱର: କରୋନା ମହାମାରୀ କବଳରୁ ଗ୍ରାମାଞ୍ଚଳରେ ରହୁଥିବା ଅଧିବାସୀ ମାନଙ୍କ ସୁରକ୍ଷା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ଗ୍ରାମାଞ୍ଚଳରେ ରହୁଥିବା ଅଧିବାସୀ ମାନଙ୍କୁ କରୋନା ମହାମାରୀରୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ରାପିଡ୍ କୋଭିଡ୍ ଟେଷ୍ଟ କରାଇବା ଏବେ ସମୟର ଆବଶ୍ୟକତା ହୋଇଯାଇଛି। ଗାଁ’ରେ ଶହେ ପ୍ରତିଶତ କୃଷକ, ସ୍ୱୟଂ ସହାୟକ ଗୋଷ୍ଠି , ୮୦ ପ୍ରତିଶତ ଯୁବକ ଓ ଯୁବତୀ ରହୁଛନ୍ତି। ଯାହାଙ୍କ ପାଖରେ ଈଶ୍ୱର ପ୍ରଦତ୍ତ ସଶକ୍ତ ରୋଗ ପ୍ରତିରୋଧକ ଶକ୍ତି ରହିଛି। ତାଙ୍କ ପରିବେଶ, ପରିଶ୍ରମ ତାଙ୍କୁ ଆଜିଯାଏ ସୁସ୍ଥ ରଖିଛି। କିନ୍ତୁ, କରୋନା ସହିତ ଲଢ଼ି ଜୀବିକା ସହିତ ବଞ୍ଚିବା ପାଇଁ ସେମାନଙ୍କୁ ଟୀକାକରଣର ନିହାତି ଆବଶ୍ୟକତା ରହିଛି। ଘରେ ଘରେ ଟେଷ୍ଟିଂ ହୋଇ ଯଦି ପିଜେଟିଭଙ୍କୁ ଛାଡ଼ି ଟୀକାକରଣ ହୋଇପାରନ୍ତା, ତା’ହେଲେ ଗ୍ରାମୀଣ ଜୀବନ ନିରାପଦ ହୋଇପାରନ୍ତା। ଏହି ସମୟ ସେଇମାନଙ୍କ ପାଇଁ ଯିଏ ଆମର ମେରୁଦଣ୍ଡ। ନଚେତ୍ ସମାଜ ମେରୁଦଣ୍ଡ ବିହୀନ ହୋଇଯିବ। କାହାର ଦାୟିତ୍ୱ ନେଇ ମୁଁ ଦୋଷାରୋପ କରୁନି। ଯାହାର ବି ଦାୟିତ୍ୱ ସେ ଶୀଘ୍ର କରନ୍ତୁ। ଏହା ହିଁ ଅପେକ୍ଷା ବୋଲି କହିବା ସହିତ ଲୋକ ଆମର ଚାଲିଯାଉଛନ୍ତି, କିଏ ଫେରାଇ ପାରିବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା।
Home Coronavirus Outbreak କରୋନା ମହାମାରୀ କବଳରୁ ଗ୍ରାମାଞ୍ଚଳ ଅଧିବାସୀଙ୍କ ସୁରକ୍ଷା ଦିଗରେ ପଦକ୍ଷେପ ନିଆଯାଉ: ପ୍ରଭାତୀ ପରିଡ଼ା