Home Top News ସାମୁଦ୍ରିକ ଝଡ ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ

ସାମୁଦ୍ରିକ ଝଡ ୟାସ୍ ଯୋଗୁଁ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବାଧାପ୍ରାପ୍ତ ହୋଇନାହିଁ

54

ନୂଆଦିଲ୍ଲୀ ୨୭-୫ (ଓଡ଼ିଆ ପୁଅ) ସାମୁଦ୍ରିକ ଝଡ ୟାସର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଗତ ୨୩ ତାରିଖ ଦିନ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ଉନ୍ନୟନ ବିଭାଗ ଓ ଇସ୍ପାତ ମନ୍ତ୍ରଣାଳୟ ଅଧୀନରେ ଥିବା ଇସ୍ପାତ ଉତ୍ପାଦନକାରୀ ପ୍ରତିଷ୍ଠାନଗୁଡିକ ସହିତ ମନ୍ତ୍ରଣାଳୟର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଇସ୍ପାତ ଏବଂ ଅମ୍ଳଜାନ ଉତ୍ପାଦନ ୟାସ୍ ପ୍ରଭାବରେ ଯେପରି ବନ୍ଦ ନ ହେବ ସେ ସମ୍ପର୍କୀତ ଆଲୋଚନା ହୋଇଥିଲା। ଏଥିରେ ଶକ୍ତି ମନ୍ତ୍ରଣାଳୟର ପ୍ରତିନିଧି ଏବଂ ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟମାନଙ୍କର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ବୈଠକରେ କେବଳ ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟ ପ୍ରଭାବିତ ହେବା ସମ୍ଭାବନା ସ୍ପଷ୍ଟ ହୋଇଯାଇଥିଲା। ତେଣୁ ଏହି ରାଜ୍ୟରେ ଶକ୍ତି ସଞ୍ଚାରଣ କୌଣସି ପ୍ରକାରରେ ମଧ୍ୟ ବ୍ୟାହତ ନ ହେବା ନିମନ୍ତେ ପଦକ୍ଷେପ ନେବାକୁ ସ୍ଥିର କରାଯାଇଥିଲା। ଏଥିରେ ଆହୁରି ମଧ୍ୟ ସ୍ଥିର ହୋଇଥିଲା ଯେ କଳିଙ୍ଗ ନଗର ଏବଂ ଅନୁଗୋଳ ଉପରେ ନିର୍ଭର କରୁଥିବା ଓଡିଶାକୁ ଜାମସେଦପୁର ସ୍ଥିତ ଟାଟା ଶକ୍ତି ଉତ୍ପାଦନ କେନ୍ଦ୍ରରୁ ସାମୟିକଭାବେ ଦୁଇରୁ ଚାରିଦିନ ପର୍ଯ୍ୟନ୍ତ ଶକ୍ତି ଯୋଗାଇ ଦିଆଯିବ। ବାତ୍ୟା ପରେ ଓଡିଶାର ଅନୁଗୋଳ, କଳିଙ୍ଗ ନଗର ଓ ରାଉରକେଲା ଇସ୍ପାତ କାରଖାନାଗୁଡିକର ଉତ୍ପାଦନରେ ବାତ୍ୟାର କୌଣସି ପ୍ରଭାବ ପଡି ନ ଥିବା ଦେଖାଯାଇଥିଲା। ଓଡିଶାରେ ଥିବା ଟାଟା କମ୍ପାନୀର ଇସ୍ପାତ କାରଖାନାଗୁଡିକ ଉପରେ ୟାସର କୌଣସି ପ୍ରଭାବ ପଡି ନ ଥିବା ଏବଂ ତରଳ ମେଡିକାଲ ଅକ୍ସିଜେନ ଉତ୍ପାଦନ ଉପରେ କୌଣସି ପ୍ରଭାବ ପଡି ନ ଥିବା କମ୍ପାନୀ ପ୍ରତିନିଧି ଜଣାଇଛନ୍ତି।

କଳିଙ୍ଗନଗର, ଜାସସେଦପୁର ଏବଂ ଅନୁଗୋଳସ୍ଥିତ ଇସ୍ପାତ କାରାଖାନାଗୁଡିକ ସହିତ ସଂଯୁକ୍ତ ତରଳ ମେଡିକାଲ ଅକ୍ସିଜେନ ଉତ୍ପାଦନ ବିନା ପ୍ରତିବନ୍ଧକରେ ହୋଇଥିଲା। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ନଗରରେ ପରିବହନ ନିମନ୍ତେ ଥିବା କେତେକ ଟ୍ୟାଙ୍କରକୁ ଜାମସେଦପୁର ପଠାଇଦିଆଯାଇଥିବାରୁ ଏଠାରେ ଟ୍ୟାଙ୍କର ସଂଖ୍ୟା କମ୍ ଥିଲା। ସେଲ୍ ଅଧୀନରେ ଥିବା ଦୁର୍ଗାପୁର, ବର୍ଣ୍ଣପୁର ଏବଂ ରାଉରକେଲା ଇସ୍ପାତ କାରଖାନାଗୁଡିକ ମଧ୍ୟ ପରିସ୍ଥିତିକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥିଲେ। ଏହା ସହିତ ସମ୍ପର୍କୀତ ସମସ୍ତ କର୍ତ୍ତୃପପକ୍ଷଙ୍କୁ ଆବଶ୍ୟକସ୍ଥଳେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବାତ୍ୟା ସମୟରେ ଇସ୍ପାତ କିମ୍ବା ଅମ୍ଳଜାନ ଉତ୍ପାଦନ ବ୍ୟାହତ ହୋଇନାହିଁ। ଆହୁରି ମଧ୍ୟ ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ ଏବଂ ଜେଏସ୍ ଡବ୍ଲ୍ୟୁ କମ୍ପାନୀର ଓଡିଶାର ଅନୁଗୋଳ ଏବଂ ଝାରସୁଗୁଡାରେ ଥିବା କାରଖାନାଗୁଡିକ ମଧ୍ୟ ଏଥିପାଇଁ ପ୍ରସ୍ତୁତ ଥିଲେ। ତେବେ ବାତ୍ୟା ୟାସ୍ ଯୋଗୁଁ ଏଗୁଡିକରେ ଉତ୍ପାଦନ ବନ୍ଦ ହେବା ଭଳି ସମସ୍ୟା ସୃଷ୍ଟି ହୋଇ ନ ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.